ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ସବାଇଘସରୁ ପ୍ରସ୍ତୁତ ଡାଇନିଂ ଟେବୁଲ ଓ ଚୌକି ଉଚ୍ଚପ୍ରଶଂସିତ
ହୋଇଛି । ଦିଲ୍ଲୀର ପ୍ରଗତି ମଇଦାନରେ ନଭେମ୍ବର ୧୪ ତାରିଖରୁ ଆରମ୍ଭ ହୋଇଥିବା ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ପକ୍ଷରୁ ନବରଙ୍ଗପୁର ଜିଲ୍ଲାର ଜନଜାତିମାନଙ୍କ ଅଳଙ୍କାର, ଖୋର୍ଦ୍ଧାର ଟେରାକୋଟା ଓ ଗରମ ପୋଷାକ, ପୁରୀର ପଟ୍ଟଚିତ୍ର ଓ ଚାନ୍ଦୁଆ, ଢେଙ୍କାନାଳର ଡୋକ୍ରା, କେନ୍ଦ୍ରପଡ଼ାର କାଇଂଚ ମାଳି, କଟକର ତାରକସୀ କାମ ସମେତ ଉତ୍କଳିକା ଓ ବୟନିକା ପ୍ରଭୃତିର ଷ୍ଟଲ ଖୋଲାଯାଇଛି । ‘ଭାରତର ଗ୍ରାମୀଣ ଉଦ୍ୟୋଗ’ ବିଷୟବସ୍ତୁକୁ ନେଇ ଆରମ୍ଭ ହୋଇଥିବା ଏହି ମେଳାରେ ଓଡ଼ିଶା ପକ୍ଷରୁ ୧୫୬ ବର୍ଗମିଟର ସ୍ଥାନରେ ଖୋଲାଯାଇଥିବା ଦୁଇଟି ସୁଦୃଶ୍ୟ ମଣ୍ଡପରେ ରାଜ୍ୟ କୋଣ-ଅନୁକୋଣରୁ ଆସିଥିବା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଗ୍ରାମୀଣ ପ୍ରଦାର୍ଥ ପ୍ରଦର୍ଶିତ ହେଉଛି । ପ୍ରଗତି ମଇଦାନ ପରିସରରେ ଥିବା ହଲ୍‌ ନଂ ୧୨ରେ ସମସ୍ତ ରାଜ୍ୟ ମଣ୍ଡପ ସ୍ଥାନ ପାଇଛି । ଆଜି ବାଣିଜ୍ୟ ମେଳାର ଆୟୋଜକ ଆଇଟିପିଓ ପକ୍ଷରୁ ଆସିଥିବା ବିଚାରକ ମଣ୍ଡଳୀ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାର ସବାଇ ଘାସରୁ ପ୍ରସ୍ତୁତ ଡାଇନିଂ ଟେବୁଲ୍‌ ଓ ଚୌକିର ନିର୍ମାଣ କୌଶଳ ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିବା ସଙ୍ଗେ ସଙ୍ଗେ ଏହାର ଉଚ୍ଚପ୍ରଶଂସା କରିଛନ୍ତି । ଏହି ସଂସ୍ଥାକୁ ଓର୍‌ମାସ୍‌ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଇଛି ।

Loading...

LEAVE A REPLY

Please enter your comment!
Please enter your name here