ଆଜିକାଲି ବ୍ୟସ୍ତବହୁଳ ଜୀବନରେ ମହିଳାମାନେ ଏତେ ବିଜି ରହୁଛନ୍ତି , ନିଜ ପାଇଁ ସମୟ ବାହାର କରିପାରୁନାହାନ୍ତି । ଯାହାଦ୍ୱାରା ଅନେକସମସ୍ୟା ହୋଇଥାଏ । ବର୍ତ୍ତମାନ ମହିଳା ପରିବାରର ଧ୍ୟାନ ରଖିବା ସହ ଅଫିସ୍‌ ମଧ୍ୟ ଯାଉଛନ୍ତି । ଏପରି ସ୍ଥିତିରେ ଶରୀର ପ୍ରତି ଯନିବାନ୍‌ ନ ହେଲେ ଏହା ବିଭିନ୍ନ ରୋଗର କାରଣ ପାଲଟିବାର ସମ୍ଭାବନା ଥାଏ ।
ବ୍ୟାୟାମ
ମହିଳାମାନେ ଅଧିକ ସମୟ ବ୍ୟାୟାମ କରିବା ଜରୁରୀ । ଯଦି ସପ୍ତାହରେ ଅତି କମ୍‌ରେ ୨ରୁ ୩ ଥର ବ୍ୟାୟାମ କରିବେ, ତେବେ ବିଭିନ୍ନ ରୋଗରୁ ରକ୍ଷା ପାଇପାରିବେ ।
ଷ୍ଟ୍ରେଶ୍‌ ଫ୍ରି ରୁହନ୍ତୁ 
ଆଜିକାଲି ଅଧିକାଂଶ ମହିଳା ଘରକାମ କରିବା ସହ ଅଫିସ୍‌ ମଧ୍ୟ ଯାଉଛନ୍ତି । ସମୟ ଅଭାବ
ଯୋଗୁ ସବୁ କାମ ଏକସଙ୍ଗରେ କରିବା ଦ୍ୱାରା ଷ୍ଟ୍ରେଶ୍‌ ନେବାକୁ ପଡ଼ିଥାଏ । ଏହାଦ୍ୱାରା ବ୍ଲଡ୍‌
ସୁଗାର୍‌, ଥାଇରଏଡ୍‌ ଭଳି ରୋଗର ସମ୍ଭାବନା ଥାଏ ।
ବିଶ୍ରାମ
ବିଶ୍ରାମ ନେବା ନିହାତି ଆବଶ୍ୟକ । ଯଦି ସକାଳୁ ଉଠିବାକୁ ଇଚ୍ଛା ନ ହେଉଛି କିମ୍ବା ଥକା ଲାଗୁଛି
ତେବେ ଅଧିକ ବିଶ୍ରାମ ନେବାକୁ ଚେଷ୍ଟା କରନ୍ତୁ । ଏହାଦ୍ୱାରା ମାନସିକ ଏବଂ ଶାରୀରିକ ସମ୍ବନ୍ଧୀୟ
ରୋଗରୁ ଦୂରେଇ ରହିପାରିବେ । କ୍ୟାଲସିୟମ୍‌ ଯୁକ୍ତ ଖାଦ୍ୟ ଖାଆନ୍ତୁ । ଏହାଦ୍ୱାରା କିଡନୀ ସମସ୍ୟା ଏବଂ ହାଡ଼ କମ୍‌ଜୋର୍‌ ହେବାରୁ ରକ୍ଷା ପାଇପାରିବେ ।
ସୁଷମ ଖାଦ୍ୟ
କର୍ମବ୍ୟସ୍ତତା ମଧ୍ୟରେ ଅଧିକାଂଶ ମହିଳା ଖାଦ୍ୟପେୟ ଉପରେ ଧ୍ୟାନ ଦେଇପାରନ୍ତି ନାହିଁ । ଠିକ୍‌
ସମୟରେ ଏବଂ ଶରୀରକୁ ସୁସ୍ଥ ରଖୁଥିବା ଖାଦ୍ୟ ଖାଇବା ଜରୁରୀ ।

LEAVE A REPLY

Please enter your comment!
Please enter your name here