ରତ୍ନଗିରି : ଭାରତୀୟ କୃଷି ଗବେଶଣା କେନ୍ଦ୍ର ଦ୍ୱାରା ପରିଚାଳିତ ଡଃ ରାଜେନ୍ଦ୍ର ପ୍ରସାଦ କେନ୍ଦୀୟ କୃଷି ବିଶ୍ୱ ବିଦ୍ୟାଳୟ ପାଷା ସମସ୍ତିପୁର ବିହାର ତରଫରୁ କନିଷ୍ଠ ଅନୁସନ୍ଧାନ ସହଯୋଗି ଭାବେ ବରୀ ବ୍ଲକ୍ ଅନ୍ତର୍ଗତ ଧାରପୁର ପଂଚାୟତ ନାଥପୁର ଗ୍ରାମର ନିର୍ମଳ ଯତି ଓ ଭାଗ୍ୟବତି ଯତିଙ୍କ ବଡ ଝିଅ ହେଲେନ୍ ଯତି ଗୁରୁବାର ସନ୍ଧ୍ୟାରେ ବିହାର ରାଜ୍ୟପାଳ ପ୍ରଫୁଲ ମିଶ୍ର, ମୂଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ଉପସ୍ଥିତିରେ ଭାରତର ମହାମହିମ ରାଷ୍ଠ୍ରପତି ରାମନାଥ ଗୋବିନ୍ଦ ଶୁଶ୍ରୀ ଯତିଙ୍କୁ ସ୍ୱର୍ଣ୍ଣପଦକ ପିନ୍ଧାଇଥିଲେ । ଶୁଶ୍ରୀ ଯତି ଏବେ ଯାଜପୁର ଜିଲ୍ଲା କୃଷି ବୈଷୟୀକ କେନ୍ଦ୍ରରେ କାର୍ଯ୍ୟରତ । ଗତ ଏକ ବର୍ଷ ଧରି ସେ ସେ ମକା ଉପରେ ଗବେଶଣା କରି ଖାଦ୍ୟ ଓ ପୃଷ୍ଟିକରଣ ଉପରେ ପରୀକ୍ଷା ଦେଇ ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣପଦକ ପାଇବା ସହ ସ୍ନାତତ୍କୋର ହାସଲ କରିଛନ୍ତି । ଏହି ଖବର ପ୍ରଚାରିତ ହେବାପରେ ସମଗ୍ର ଯାଜପୁର ଜିଲ୍ଲା ସହ ସମଗ୍ର ବରୀରେ ଆନନ୍ଦର ଲହରୀ ଖେଳିଯାଇଛି । ଶୁଶ୍ରୀ ଯତି ତାଙ୍କ ନିଜ ପ୍ରତିକ୍ରିୟାରେ ଏହି ଶ୍ରେୟ ନିଜ ପିତା-ମାତଙ୍କୁ ଦେଇଛନ୍ତି ।

Loading...

LEAVE A REPLY

Please enter your comment!
Please enter your name here