suvendrapattanaik: ସକାଳୁ ଖାଲି ପେଟରେ ଗଜାମୁଗ ଖାଇବା ସ୍ୱାସ୍ଥ୍ୟପକ୍ଷ ହିତକର ବୋଲି ଜାଣିଥିବେ ,କିନ୍ତୁ ଏହା ଦ୍ୱାରା ଆମ ଶରୀରକୁ କି କି ପ୍ରକାରର ଲାଭମିଳେ ତାହା ହୁଏତ ଜାଣିନଥିବେ l ଗଜାମୁଗ କୁ ଖାଇବା ଦ୍ୱାରା ବିଭିନ୍ନ ପ୍ରକାରର ରୋଗରୁ ଦୁରେଇ ରହି ପାରିବେ l ଏହାକୁ ପ୍ରତିଦିନ ଖାଇଲେ ରକ୍ତ ହୀନତାର ଶିକାର ହେଇଉଥିବା ବ୍ୟକ୍ତି ମାନଙ୍କୁ ଲାଭ ମିଳିଥାଏ l ମଧୁମେହ ରୋଗୀମାନେ ଗଜାମୁଗ କୁ ପ୍ରତିଦିନ ନିଜ ସକାଳର ଜଳଖିଆରେ ସାମିଲୀ କରିବା ଆବଶ୍ୟକ l ଅନ୍ତରାଷ୍ଟ୍ରୀୟ ସ୍ତରରେ ମୁଗକୁ ସୁପର ଫୁଡର ଆଖ୍ୟା ଦିଆଯାଇଛି l ଏହା ଦୁନିଆର ସମସ୍ତ ସ୍ଥାନରେ ଦେଖିବାକୁ ମିଳିଥାଏ l ଭାରତୀୟ ରୋଷେଇ ଘରେ ଏକ ପରିଚିତ ଖାଦ୍ୟ ଭାବରେ ମୁଗ ଜଣାଶୁଣା ,ଧାନୀଠାରୁ ଗରିବ ଶ୍ରେଣୀର ଲୋକ ପର୍ଯ୍ୟନ୍ତ ସମସ୍ତେ ଏହାକୁ ଖାଦ୍ୟ ଭାବରେ ଗ୍ରହଣ କରିଥାନ୍ତି l

* ମୁଗରେ ପ୍ରଚୁର ପରିମାଣରେ ଆଣ୍ଟିଆକ୍ସିଡେଣ୍ଟ ଓ ବାୟୋଆକ୍ଟିଭି କମ୍ପାଉଣ୍ଡ ରହିଛି l ଏହା ସ୍ତ୍ରୀ ଲୋକମାନଙ୍କର ମହାମାରୀ ସମୟରେ ଅତ୍ୟନ୍ତ କାମ ଦେଇଥାଏ l ଗଜାମୁଗ କୁ ପ୍ରତ୍ୱେକଦିନ ସକାଳେ ନିଜ ଖାଦ୍ୟରେ ସାମିଲ କରିବା ଦ୍ୱାରା ରକ୍ତ ହୀନତାର ଶିକାର ହୁଅନ୍ତି ନାହିଁ l

* ମୁଗ ଡ଼ାଲିରେ ଆମିନୋଏସିଡ ଥିବା ହେତୁ ଶରୀର ପାଇଁ ହିତକର l ଗଜାମୁଗ ଖାଇବା ଦ୍ୱାରା ଦେହ ଫୁର୍ତି ଲାଗିଥାଏ l ଗଜାମୁଗ ପ୍ରୋଟିନର ଗନ୍ତାଘର ଅଟେ l ଏଥିରେ ଥିବା ଆଣ୍ଟିଆକ୍ସିଡେଣ୍ଟ ପାକସ୍ଥଳୀ କର୍କଟରୁ ଦୁରେଇ ରଖିଥାଏ l

* ଭାରତ ସହିତ ଏସିଆ ମହାଦେଶର ବିଭିନ୍ନ ଦେଶରେ ଗରମ ଦିନେ ଅଂଶୁଘାତ ହେବାର ଦେଖାଯାଇଥାଏ l ଏହି ସବୁଥିରୁ ଦୁରେଇ ରହିବ ପାଇଁ ଗରମ ଦିନେ ସକାଳେ ଗଜାମୁଗ ଖାଇବା ଆବଶ୍ୟକ l ମୁଗଡାଲି ସୁପରେ ଖରାପ କୋଲେଷ୍ଟ୍ରଲକୁ କମ କରିବାର କ୍ଷମତା ରହିଛି ,ତେଣୁ ଯେଉଁମାନେ ମୁଗଡାଲି ସୁପ ନିଜ ଖାଦ୍ୟରେ ଖାଇଥାନ୍ତି ସେମାନେ ହୃଦରୋଗ ଠାରୁ ଦୁରେଇ ରହିଥାନ୍ତି l

* ପୋଟାସିୟମ ,ମ୍ୟାଗନେସିୟମ ଓ ଫାଇବରରେ ଭରପୁର ଥିବା ହେତୁ ମୁଗ ବ୍ଲଡ଼ ପ୍ରେସରକୁ ନିୟନ୍ତ୍ରଣ କରିଥାଏ l ୨00 ଗ୍ରାମ ମୁଗରେ ୧୫.୪ ଫାଇବର ରହିଛି l ତେଣୁ ପ୍ରତ୍ୱେକଦିନ ସକାଳୁ ଗଜାମୁଗ ଖାଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣ ରହିଥାଏ l

* ମୁଗଡାଲିର କାର୍ବୋହାଇଡ୍ରେଟ ରହିଛି l ଓଜନ କମାଇବା ପାଇଁ ପ୍ରୟାସ କରୁଥିବା ବ୍ୟକ୍ତି ମାନେ ପ୍ରତେକ ଦିନ ସକାଳୁ ଖାଲିପେଟରେ  ଗଜାମୁଗ ଖାଇଲେ ଲାଭ ଦାୟକ ହୋଇଥାଏ l ଗଜାମୁଗରେ ଫାଇବର ଓ ପ୍ରୋଟିନ ଥିବା ହେତୁ ଭୋକ ଲାଗିନଥାଏ l

LEAVE A REPLY

Please enter your comment!
Please enter your name here