ସମ୍ବଲପୁର,୪ା୧୨ :ଯାତ୍ରା ନାଁରେ ଠକେଇ ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଅନ୍ତର୍ଗତ କୁମ୍ଭାରପଡାର ଜଣେ ଯୁବକ ହଜ୍‌, ଉମରା ଯାତ୍ରା ନାମରେ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଥାନାରେ ଅଭିଯୋଗ ହୋଇଛି। ଏଥିସହ ଠକେଇରେ ଶିକାର ହୋଇଥିବା ଲୋକେ ବୁଧବାର ଆରକ୍ଷୀ ଅଧିକ୍ଷକ ଡା. କନୱର ବିଶାଲ ସିଂହ ଓ ଡିଆଇଜି ହିମାଂଶୁ ଲାଲଙ୍କୁ ଭେଟି ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ପ୍ରଦତ୍ତ ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି ଯେ, କୁମ୍ଭାରପଡାର ଅବଦୁଲ ରହିମ୍‌ ଇସଲାମ୍‌ ଧର୍ମାବଲମ୍ବୀ ତୀର୍ଥଯାତ୍ରୀଙ୍କୁ ବିଭିନ୍ନ ତୀର୍ଥ ସ୍ଥାନ ବୁଲାଇ ନେବା ପାଇଁ ମୁଦିପଡା ଛକରେ ଏକ ଟ୍ରାଭେଲ ଏଜେନ୍ସି କରି ଟଙ୍କା ଆଦାୟ କରିଥିଲେ। ଏଥିରେ ଯାତାୟତ ପାଇଁ ଟିକେଟ୍‌, ଲଜ୍‌ ଓ ହୋଟେଲ ବ୍ୟବସ୍ଥା ଥିବାବେଳେ ସେ ଏସବୁ ସୁବିଧା ନକରି ଟଙ୍କା ଠକେଇ କରିଥିଲେ। ଧାର୍ଯ୍ୟ ଦିବସରେ ତୀର୍ଥଯାତ୍ରୀ ମାନେ ହଜ୍‌ ଯାତ୍ରା କରି ପାରିନଥିବା ବେଳେ ସେମାନେ ଏନେଇ ଅବଦୁଲକୁ ପଚାରିଥିଲେ। ସେ ବିମାନ ଟିକେଟ୍‌ ଓ ଅନ୍ୟାନ୍ୟ ସୁବିଧା ପାଇଁ ଝାରସୁଗୁଡା ଏବଂ ରାୟପୁର ଏଜେନ୍ସିକୁ ଟଙ୍କା ଦେଇଥିବା କଥା କହିଥିଲେ। ତେବେ ଟଙ୍କା ଦେଇଥିବା ଲୋକେ ଏହି ୨ଏଜେନ୍ସି ନିକଟକୁ ଯାଇ ପଚାରି ବୁଝିଥିଲେ। ଏଜେନ୍ସି ମାନେ କୌଣସି ଅବଦୁଲଙ୍କ ଠାରୁ ଟଙ୍କା ନେଇ ନଥିବା କହିଥିଲେ। ଏହାପରେ ତୀର୍ଥଯାତ୍ରା ପାଇଁ ବାହାରିଥିବା ଲୋକେ ଗତ ୨୭ନଭେମ୍ବର, ୨୦୧୯ରେ ଏସମ୍ପର୍କରେ ଅବଦୁଲକୁ ପୁଣି ପଚାରି ବୁଝିଥିଲେ। ତାଙ୍କ ନାମରେ ଥାନାରେ ଅଭିଯୋଗ କଲେ ସେ ଟଙ୍କା ଫେରାଇବେ ନାହିଁ ବୋଲି ରୋକ୍‌ଠୋକ୍‌ କହିଥିଲେ।

LEAVE A REPLY

Please enter your comment!
Please enter your name here