ନୂଆଦିଲ୍ଲୀ: କରନ ଜୋହରଙ୍କ ଟକ୍‌ଶୋ’ରେ ମହିଳାଙ୍କ ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ଦେଇଥିବା ଟିମ୍‌ ଇଣ୍ଡିଆ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ଓପନିଂ ବ୍ୟାଟ୍ସମ୍ୟାନ୍‌ ଲୋକେସ୍‌ ରାହୁଲଙ୍କ ପାଇଁ ଅଡୁଆ ବଢ଼ିବାରେ ଲାଗିଛି । ଟିଭି ଶୋ’ ପ୍ରସାରିତ ହେବାପରେ ପାଣ୍ଡ୍ୟା ଓ ରାହୁଲଙ୍କୁ ତୀବ୍ର ସମାଲୋଚନାର ସର୍ଭେ ହେବାକୁ ପଡିଛି । ଏପରିକି ବିସିସିଆଇ ଉଭୟଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲା । ପୂର୍ବରୁ ଟ୍ୱିଟରରେ କ୍ଷମା ମାଗିଥିବା ପାଣ୍ଡ୍ୟା ପୁଣିଥରେ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡକୁ କ୍ଷମା ମାଗିବା ସହ ଭୁଲ ବଶତଃ ମହିଳାଙ୍କ ସମ୍ପର୍କରେ ଦେଇଥିବା ମନ୍ତବ୍ୟ ଗ୍ରହଣୀୟ ନୁହେଁ ବୋଲିଂ ସ୍ୱିକାର କରିଛନ୍ତି । ପାଣ୍ଡ ଓ ରାହୁଲଙ୍କୁ ୨୪ ଘଣ୍ଟା ମହଲତ ଦିଆଯାଇଥିଲା । ଏହାର ଯଥେଷ୍ଟ ପୂର୍ବରୁ ପାଣ୍ଡ୍ୟ ବିସିସିଆଇ ନିକଟରେ ନିଜର ପକ୍ଷ ରଖିଛନ୍ତି ।
କଫି ୱିଥ୍‌ କରନ୍‌ରେ ଯୋଗଦେଇ ପାଣ୍ଡ୍ୟା ଏକାଧିକ ମହିଳାଙ୍କ ସହ ସମୟ ବିତାଇଥିବା କହିଥିଲେ । ଭର୍ଜିନିଟି ହରାଇବା ଦିନ ପାଣ୍ଡ୍ୟା ବାପା ମା’ଙ୍କୁ ଜଣାଇଥିଲେ ବୋଲି କହିଥିଲେ । ଏଭଳି ମନ୍ତବ୍ୟ ପରେ ଚାରିଆଡୁ ତୀବ୍ର ସମାଲୋଚନା ହେବା ସହ କ୍ରିକେଟ୍‌ରଙ୍କ ଉପରେ ବିସିସିଆଇ ଅଙ୍କୁଶ ଲଗାଇବା ଉଚିତ୍‌ ବୋଲି ମତ ପ୍ରକାଶ ପାଇଛି । ଏପରିକି ପାଣ୍ଡ୍ୟା ଓ ରାହୁଲ କ୍ରିକେଟ୍‌ର ଗାରିମା କ୍ଷୂର୍ଣ୍ଣ କରିଛନ୍ତି ବୋଲି ଟ୍ୱିଟରରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here