ଯେତେବେଳେ ଗୋଟିଏ ନୂତନ ବର୍ଷ ଆରମ୍ଭ ହୋଇଥାଏ ମନରେ ଅନେକ ଆଶା ଓ ଉଦ୍ଧିପନା ଜାଗ୍ରତ ହୋଇଥାଏ l ସେହିଭଳି ୨୦୨୦ ରେ ମଧ୍ୟ ହୋଇଥିଲା l କିଏ ଜାଣିଥିଲା ଏମିତି ଗୋଟିଏ ଅଜଣା ରୋଗରେ ସାରା ବିଶ୍ୱ ଥରହର ହୋଇ ଉଠିବ l ପ୍ରକୃତି କବଳରେ ଖୁବ ସହଜରେ କବଳିତ ହୋଇଥିଲା ମଣିଷ ଜାତି l ୨୦୨୦ ରେ ଆମେ ଭୟବିତ୍ତ ହୋଇଥିଲୁ ସତ ,କିନ୍ତୁ ଏହି ମହାମାରୀ ସମୟରେ ନିଜର ମଣିଷପଣିଆ ହରାଇ ନଥିଲୁ l ଲାଗିଥିଲା ଯେମିତି ଜୀବନ ଯୁଦ୍ଧରେ ସମସ୍ତେ ଗୋଟିଏ ଗୋଟିଏ ବୀର ଯୋଦ୍ଧା ପରି ଯୁଦ୍ଧକରି ଚାଲିଛନ୍ତି ଅଜି ମଧ୍ୟ ସେହି କରୋନା ରାକ୍ଷସ କବଳରେ ଆମେ କବଳିତ l ତା ସହିତ ଅନେକ ଖଟାମିଠା ଅନୁଭୂତିକୁ ମଧ୍ୟ ଯୋଡି ହୋଇ ରଖିଥିଲା ବିଗତ ବର୍ଷ l ଆସନ୍ତୁ ଆମେ ସମସ୍ତେ ଏକାଠି ହୋଇ ସେହି ବିଶ୍ୱର ନାୟକ ଶ୍ରୀ ଜଗନ୍ନାଥଙ୍କ ପାଖରେ ପ୍ରାଥନା କରିବା ଏହି ବିଶ୍ୱବାସୀଙ୍କୁ ରକ୍ଷାକର l

ସକାଳ ଖବର ଡଟ୍ କମ୍ ପରିବାର ତରଫରୁ ପାଠକ , ପାଠିକା , ମା ଓ ମାଉସୀ ଏବଂ ତାଙ୍କ ପରିବାର ବର୍ଗଙ୍କୁ  ଇଂଗ୍ରାଜୀ ନବବର୍ଷ ୨୦୨୧ ର ଅନେକ ଅନେକ ଶୁଭକାମନା

LEAVE A REPLY

Please enter your comment!
Please enter your name here