ଭୁବନେଶ୍ୱର : ଛତିଶଗଡ଼ ରାୟପୁରର ଗୁନ୍‌ଭିନ୍‌ ଛାବ୍ରା କିଟ୍‌ ନହ୍ନିପରୀ ଲିଟିଲ୍‌ ମିସ୍‌ ଇଣ୍ଡିଆ ୨୦୧୯ ଟାଇଟଲ୍‌ ହାସଲ୍‌ କରିଛନ୍ତି। କିଟ୍‌ ପକ୍ଷରୁ ଆୟୋଜିତ କିଟ୍‌ ନହ୍ନିପରୀ ଲିଟିଲ୍‌ ମିସ୍‌ ଇଣ୍ଡିଆ ୨୦୧୯ର ଫାଇନାଲ୍‌ ତଥା ମେଗା ରାଉଣ୍ଡ ରବିବାର ଶେଷ ହୋଇଛି। କିଟ୍‌ ଇରନ୍ୟାସ୍‌ନାଲ୍‌ ସ୍କୁଲ୍‌ ପରିସରରେ ତିନି ଦିନ ଧରି ଚାଲିଥିବା ଏହି ମେଗା ଅଡ଼ିସନ୍‌ ତଥା ଫାଇନାଲ୍‌ ରାଉଣ୍ଡରେ ସମଗ୍ର ଦେଶରୁ ୯ଜଣ ଫାଇନାଲିଷ୍ଟଙ୍କୁ ପଛରେ ପକାଇ ଗୁନ୍‌ଭିନ୍‌ ନହ୍ନିପରୀ ମୁକୁଟ ସହ ୩ଲକ୍ଷ ଟଙ୍କାର ନଗଦ ଅର୍ଥରାଶି ପୁରସ୍କାର ଲାଭ କରିଛନ୍ତି। ସେମିଫାଇନାଲ୍‌କୁ ୨୬ଜଣ ଉନ୍ନୀର୍ଣ୍ଣ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ଜଣ ଫାଇନାଲ୍‌ ରାଉଣ୍ଡକୁ ଉନ୍ନୀର୍ଣ୍ଣ ହୋଇଥିଲେ। ଭୋପାଳର ତାପ୍ତି ଠାକୁର ପ୍ରଥମ ରନର୍ସଅପ୍‌ ହୋଇଥିିବା ବେଳେ ପାଟନାର ବେଦିକା ରକ୍ଷିତା ଦ୍ୱିତୀୟ ରନର୍ସ ଅପ୍‌ ହୋଇଥିଲେ। ଏହି ଦୁଇ ରନର୍ସ ଅପ୍‌ଙ୍କୁ ଯଥାକ୍ରମେ ୧ ଲକ୍ଷ ଓ ୫୦ ହଜାର ଟଙ୍କାର ନଗଦ ଅର୍ଥରାଶି ପୁରସ୍କାର ପ୍ରଦାନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here