ଗୋପ ତା-୨୯.୧୧ ଗୋପ ପୁରୀ ଜିଲ୍ଲା ଗୋପ ବ୍ଲକରେ ଦିନକୁ ଦିନ ଶିକ୍ଷା ବ୍ୟବସ୍ତା ବିପର୍ଯ୍ୟସ୍ତ ହୋଇପଡୁଥିବା ଖବର ଦୈନଦିନ ଗଣ ମାଧ୍ୟମରେ ଖବର ପୃଷ୍ଣ ମଣ୍ଡନ କରୁଥିବା ବେଳେ ଆଜି ମଣ୍ଡଳ ସ୍ତରୀୟ ବିଜ୍ଞାନ ମେଳାରେ ଅବ୍ୟବସ୍ତାକୁ ନେଇ ଅନୁପସ୍ତିତ ଥିବା ୩ ଜଣ ସିଆସିସିଙ୍କ ଦରମା ବନ୍ଦ କରିଛନ୍ତି ଖୋଦ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ସୁଚନା ଥାଉକି ଗୋପ ବ୍ଲକରେ ମଣ୍ଡଳସ୍ତରୀୟ ବିଜ୍ଞାନ ମେଳା ଆୟୋଜନ ପାଇଁ ଚୁଡାନ୍ତ ହୋଇଥିବା ବେଳେ ଶେଷ ମୁହୁର୍ତ୍ତରେ କୋଣାର୍କକୁ ସ୍ଥାନାନ୍ତରିତ ହୋଇଥିବା ନେଇ ବ୍ଲକ ଶିକ୍ଷାଧିକାରୀଙ୍କ ଭୁମିକା ସନେ୍ଦହ ଘେରକୁ ଆସିଥିଲା । ଯାହାକୁ ନେଇ ଶିକ୍ଷକ ଗୋଷ୍ଠୀ ମାନଙ୍କ ମଧ୍ୟରେ ମତ ପାର୍ଥକ୍ୟ ଦେଖା ଯାଇଥିବା ବେଳେ ବିଜ୍ଞାନ ମେଳା ପରିଚାଳନା କେଉଁ ଗୋଷ୍ଠୀ କରିବେ ତାକୁନେଇ ମଧ୍ୟ ବିବାଦ ଦେଖା ଦେଇଥିଲା । ଗତ ବର୍ଷ ଗୋପରେ ଅନୁଷ୍ଠିତ ବିଜ୍ଞାନ ମେଳାରେ ୨୧୪ଟି ପ୍ରକଳ୍ପ ସ୍ଥାନ ପାଇଥିବା ବେଳେ ଚଳିତ ବର୍ଷ କୋଣାର୍କରେ ଅନୁଷ୍ଠିତ ବିଜ୍ଞାନ ମେଳାରେ ୧୪୭ଟି ପ୍ରକଳ୍ପ ଥିବା ନେଇ ଖୋଦ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାସ ବିରକ୍ତ ପ୍ରକାସ କରିବା ସହ ସମସ୍ତ ସିଆରସିସିଙ୍କୁ ଖୋଜିଥିଲେ । ତେବେ ବ୍ଲକର ୨୦ ଜଣ ସିଆରସିସିଙ୍କ ମଧ୍ୟରୁ ୩ ଜଣ ସିଆରସିସି ଯଥା ନାଗପୁର ସିଆରସିସି ଉମାକାନ୍ତ ରାୟ , ରିଶିପଡା ସିଆରସିସି ପ୍ରଭାକର ମଲିକ ,. ସୋରଭା ସିଆରସିସି ଅମୂଲ୍ୟ କୁମାର ପଣ୍ଡା ଅନୁପସ୍ତିତ ଥିବାରୁ ସେମାନଙ୍କ ଦରମା ବନ୍ଦ କରିବା ସହିତ ମଧ୍ୟାହ୍ନ ଭୋଜନ ଓ ମନଟରିଂ ଯଦି ଶୃଙ୍ଖଳିତ ନକରାଯାଏ ତେବେ ବ୍ଲକ ଶିକ୍ଷାଧିକାରୀ ବସନ୍ତ କୁମାର ମିଶ୍ରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବବୋଲି ମନ୍ତ୍ରୀ ଶ୍ରୀ ଦାସ ଗଣମାଧ୍ୟମରେ କହିଥିଲେ । ଏହା ସହିତ ମନ୍ତ୍ରୀ ଶ୍ରୀ ଦାସ ଗୋପ ବ୍ଲକରେ ଅଚାନକ ପହଁଚି କେତେକ ଦସ୍ତାବିଜ ତଦାରଖ କରିବା ସହ କେତେକ କର୍ମଚାରୀ ଅନୁପସ୍ତିତ ଥିବା ଦେଖି ଅସନ୍ତୋଷ ପ୍ରକାସ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ବିଡିଓଙ୍କୁ ତାଗିଦ କରିଥିଲେ ।

LEAVE A REPLY

Please enter your comment!
Please enter your name here