ଘଟଗାଁ,୩୦/୧୧- ଘଟଗାଁ ଥାନା ଅନ୍ତର୍ଗତ ଉପରଡିହା ଗ୍ରାମରେ ଅଟୋ ଧକ୍କାରରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଗ୍ରାମର ସନାତନ ପଲେଇ । ସବାତନ ସାଇକେଲରେ ଘରୁ ବଜାରକୁ ଆସୁଥିବା ବେଳେ ତାଙ୍କୁ ଏକ ନମ୍ବର ବିହିନ ଅଟୋ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ସନାତନଙ୍କୁ ଗ୍ରାମବାସୀ ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତୀ କରାଇଥିଲେ ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୋଲିସ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଚିଁ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here