
ଘଟଗାଁ,୩୦/୧୧- କେନ୍ଦୁଝର ଡିଏଫଓ ସନ୍ତୋଷ ଜୋସିଙ୍କ ନେତୃତ୍ୱରେ ୩ପ୍ଲାଟୁନ ଫୋର୍ସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଆଜି ଘଟଗାଁ ବ୍ଲକ ଅନ୍ତର୍ଗତ ସାନ୍ତରାପୁର ଗ୍ରାମରେ ଚାଲିଥିବା ବେଆଇନ କାଠ ମିଲରେ ଆଜି ଚଢାଉ ହୋଇଥିଲା । ଏହି ଚଢାଉରେ ବନବିଭାଗ କାଠ ମିଲର ଯନ୍ତ୍ରପାତି ଜବତ କରିବା ସହ ବିପୁଳ ପରିମାଣରେ କାଠ ଗୋଟିଏ ପିକଅପ ଭ୍ୟାନ ଜବତ କରିବା ସହ ୫ଜଣ କରତ କଟାଳିଙ୍କୁ ଗିରଫ କରିଥିବା ବେଳେ କୌଣସି କାଠ ମାଫିଆଙ୍କୁ ଗିରଫ କରିବାରେ ବନବିଭାଗ ସକ୍ଷମ ହୋଇନାହିଁ । ତେବେ ଏହି ଚଢଉବେଳେ କାଠ ମାଫିଆମାନେ ଆକ୍ରମଣ କରିବା ସହ ପଥର ମାଡ କରିଥିଲେ । କାଠ ମାଫିଆଙ୍କ ଆକ୍ରମଣରେ ୪ଜଣ ବନକର୍ମଚାରୀ ଆହାତ ହୋଇଥିବା ବେଳେ ବନବିଭାଗର ଏକ ଗାଡି ଭାଙ୍ଗିଥିବା ସହ ଢେଙ୍କିକୋଟ ଫାଣ୍ଡି ଗାଡି ମଧ୍ୟ ଭଙ୍ଗାରୁଜା ହୋଇଛି । ଆହାତ କର୍ମଚାରୀ ମାନେ ଘଟଗାଁ ଓ କେନ୍ଦଝର ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିଚିତ ହୋଇଛନ୍ତି । ସୂଚନା ଥାଉକି ସାନ୍ତରାପୁର ଗ୍ରାମରେ ଦିର୍ଘବର୍ଷ ଧରି ବେଆଇନ କାଠ ମିଲ ସହ ବେଆଇନ କାଠ କାରବାର ମାଫିଆ ମାନେ ଚଳାଇ ଆସୁଛନ୍ତି । ଏହାକୁ ରୋକିବା ପାଇଁ ବନବିଭାଗ କିମ୍ବା ପୋଲିସ କୌଣସି ଦୃଢ ପଦକ୍ଷେପ ଗ୍ରହଣ ନକରିବାରୁ ଦିନକୁ ଦିନ ଏହାର କାୟା ବିସ୍ତା ହେବାରେ ଲାଗିଛି । ଏଥିପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି ।