ଘଟଗାଁ,୧୪/୯- ଘଟଗାଁରେ ଆଜି ୧୩ଜଣ କରୋନା ଅକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ୨ଦିନ ତଳେ ଘଟଗାଁ ଫେବର କ୍ଲିନିକରେ ୩୭ଜଣଙ୍କର ସ୍ୱାବ ନମୁନା ସଂଗ୍ରହ କରାଯାଇ ପରିକ୍ଷା ପାଇଁ ପଠାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୩ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି ।

୧୩ ଆକ୍ରାନ୍ତଙ୍କ ମଧ୍ୟ ରୁ ୬ଜଣ ତାରିଣୀ ମନ୍ଦିର କର୍ମଚାରୀ ହୋଇଥିବା ବେଳେ ୪ଜଣ ବ୍ୟବସାୟୀ ୩ଜଣ ସ୍ଥାନୀୟ ଅଂଚଳର ବୋଲି ସୂଚନା ମିଳିଛି । ବ୍ଲକ ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ଚିତରଞନ ନାୟକ ସମସ୍ତ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ଆଗାମି ପଦକ୍ଷେପ ଗ୍ରହଣ କରିଛି ।

LEAVE A REPLY

Please enter your comment!
Please enter your name here