ଗେଣ୍ଡୁ ଫୁଲର ଆଫ୍ରିକାନ୍‌ ଓ ଫ୍ରେଞ୍ଚ୍‌ କିସମ ରହିଛି । ଆଫ୍ରିକାନ୍‌ କିସମରେ ଜଏଣ୍ଟ୍‌ ଡବଲ୍‌ ଆଫ୍ରିକାନ୍‌ ଏଲୋ, ବେଙ୍ଗଲ ଏଲୋ, ବେଙ୍ଗଲ ରେଡ୍‌ ସାମିଲ ହୋଇଥିବାବେଳେ ଫ୍ରେଞ୍ଚ୍‌ କିସମରେ ଜଏଣ୍ଟବଲ୍‌ ଆଫ୍ରିକାନ୍‌ ଅରେଞ୍ଜ୍‌, ଲୋବଏ, ହାରମୋନିବିଏ, ବଟର୍‌ ସ୍କଚ୍‌ ଅନ୍ତର୍ଭୁକ୍ତ । ଗେଣ୍ଡୁ ଚାଷ ପାଇଁ ଉର୍ବର ବାଲିଆ ଦୋରସା ମୃତ୍ତିକା ଆବଶ୍ୟକ । ମଞ୍ଜି ବା ଗଛ ଖଣ୍ଡରୁ ପ୍ରସ୍ତୁତ ଚାରା ବିହନ ହୋଇଥାଏ । ଡେଙ୍ଗା କିସମ ଚାରା ୩୦ ସେ.ମି./୩୦ ସେ.ମି. କିମ୍ବା ୪୦/୩୦ ସେ.ମି., ବାମନ କିସମ ୨୦/୨୦ ସେ.ମି. କିମ୍ବା ୨୦/୧୦ ସେ.ମି. ବ୍ୟବଧାନରେ ଲଗାଇବା ଉଚିତ । ଜୁନ୍‌-ଜୁଲାଇ, ଅଗଷ୍ଟ-ସେପେଫମ୍ବର ଓ ଜାନୁୟାରୀ-ଫେବୃୟାରୀ ଗେଣ୍ଡୁ ଚାଷ ପାଇଁ ଉପଯୁକ୍ତ ସମୟ । ଏଥିପାଇଁ ହେକଟର ପିଛା ୧୦୦ କି.ଗ୍ରା. ଯବକ୍ଷାରଜାନ, ୨୦୦ କି.ଗ୍ରା. ଫସଫରସ୍‌ ଓ ୨୦୦ କ.ଗ୍ରା. ପଟାସ୍‌ ଆବଶ୍ୟକ । ଗଛ ଲଗାଇବାର ୩ ସପ୍ତାହ ପରେ ଅଧା ଯବକ୍ଷାରଜାନ, ସମୁଦାୟ ଫସଫରସ୍‌ ଓ ପଟାସ ପ୍ରୟୋଗ କରିବେ । ପ୍ରଥମ ସାର ପ୍ରୟୋଗର ଏକମାସ ପରେ ଅବଶିଷ୍ଟ ଯବକ୍ଷାରଜାନ ପ୍ରୟୋଗ କରନ୍ତୁ । ବହୁତ ଫୁଲ ପାଇବା ପାଇଁ ଗଛର ଅଗ୍ରଭାଗକୁ ଛିଣ୍ଡାଇବାକୁ ପଡ଼ିଥାଏ । ୩-୪ ଥର କୋଡ଼ାଖୁସା କରି ଘାସ ବଛାଯାଏ । ଖରାଦିନେ ୪-୫ ଦିନରେ ଥରେ ଓ ମାଟିର ଆର୍ଦ୍ରତା ଅନୁସାରେ ସପ୍ତାହରେ ଥରେ ଜଳସେଚନ କରିବା ଆବଶ୍ୟକ ।

LEAVE A REPLY

Please enter your comment!
Please enter your name here