ଛତ୍ରପୁର 19/5: ଗଂଜାମ ଜିଲ୍ଲାର ଜଣେ ଯୁବକଙ୍କର କୁଏତରେ ମୃତ୍ୟୁ ହୋଇଛି । ତାଙ୍କର ନାମ ଡି. ରମେଶ (୨୯) ବୋଲି ଜଣାପଡ଼ିଛି । ତାଙ୍କ ଘର ଛତ୍ରପୁର ବ୍ଲକ ଅନ୍ତର୍ଗତ  କାଳୀପଲ୍ଲୀ ପଂଚାୟତର ବଡ଼ପୁଟି ଗ୍ରାମ ର  l  ରମେଶଙ୍କ ମୃତ୍ୟୁ ଖବର ଜାଣିବା  ପରେ ତାଙ୍କର ପିତା ଡି. ଗଣପତି ଛତ୍ରପୁର ଜିଲ୍ଲାଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ କୁ ଆସି  ମୃତଦେହ ଫେରାଇ ଆଣିବା ପାଇଁ ନିବେଦନ କରିଛନ୍ତି । ରମେଶ କୁଏତ ସ୍ଥିତ ଏକ ଘରୋଇ କମ୍ପାନୀରେ ୱେଲଡର କାମ କରୁଥିଲେ । କୋଣସି ପ୍ରକାରରେ  ତାଙ୍କର ମୃତ୍ୟୁ ହୋଇଥିଲା ।

ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର   ସକାଳୁ ତାଙ୍କର ସହକର୍ମୀମାନେ ରମେଶଙ୍କ ପାଖକୁ ଯାଇଥିଲେ । କିନ୍ତୁ ସେତେବେଳକୁ ରମେଶଙ୍କ ମୃତ୍ୟୁ ହୋଇ ସାରିଥିଲା । ଏହା ପରେ ରମେଶଙ୍କ ସହକର୍ମୀମାନେ କୁଏତ ରୁ  ବଡ଼ପୁଟି ର  ତାଙ୍କ ଘରଲୋକଙ୍କୁ ଫୋନରେ ମୃତ୍ୟୁ ଖବର ଦେଇଥିଲେ ।

ରମେଶଙ୍କ ବାପା ଡି ଗଣପତି ଓ ଗ୍ରାମବାସୀ ମଙ୍ଗଳବାର ଅପରାହ୍ନ ରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟକୁ ପହଞ୍ଚି ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ରେ ଥିବା କର୍ତ୍ତୃପକ୍ଷଙ୍କୁ  ସମସ୍ତ ଘଟଣା ସଂପର୍କରେ ଅବଗତ କରିଛନ୍ତି । ଶ୍ରମ କାର୍ଯ୍ୟାଳୟ ପକ୍ଷରୁ  ରମେଶଙ୍କ ସଂପର୍କରେ ସମସ୍ତ ତଥ୍ୟ ରଖିଛନ୍ତି l

ସୂଚନାଯୋଗ୍ୟ, ଡି. ରମେଶ ନିଜର ଅନ୍ୟ ସାଙ୍ଗମାନଙ୍କର ସହିତ ଗତ ଜାନୁଆରି ମାସରେ କୁଏତ ଯାଇଥିଲେ । ସେଠାରେ ସେ ଭଲ ପଇସା ରୋଜଗାର କରୁଥିଲେ । ନିଜେ ଚଳିବା ସହିତ ପରିବାରକୁ ମଧ୍ୟ କିଛି ଟଙ୍କା ପଠାଉଥିଲେ । ରମେଶଙ୍କ ମୃତ୍ୟୁ ପରେ ପରିବାର କେମିତି ଚଳିବ ଓ ତାଙ୍କର ମୃତଦେହ ପୈତୃକ ଗ୍ରାମକୁ କେମିତି ଫେରିବ  ସେ ନେଇ ସମସ୍ତଙ୍କର ଚିନ୍ତାବଢ଼ିଛି । ରମେଶ ତିନି ବର୍ଷ ତଳେ ବିବାହ କରିଥିଲେ । ତାଙ୍କର  ଦେଢ଼ ବର୍ଷର ଶିଶୁ କନ୍ୟା ମଧ୍ୟ ଅଛି l

LEAVE A REPLY

Please enter your comment!
Please enter your name here