ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଜନତା ବିଜ୍ଞାନ ମହାବିଦ୍ୟାଳୟର ଅଧକ୍ଷଙ୍କୁ ଆକ୍ରୋଶ ମୁଳକ ଭାବେ କିଛି ମୁଷ୍ଠିମେୟ ବ୍ୟକ୍ତି ବାରମ୍ଭାର ସୋସିଆଲ୍ ମିଡ଼ିଆର ଅପବ୍ୟବହାର କରି ହାରାଶ କରୁଥିବା ନେଇ ଅଭିଯୋଗ କରିଛନ୍ତି ଅଧକ୍ଷ ସନ୍ତୋଷ କୁମାର ପଣ୍ଡା । ପୁବରୁ ୨ ବର୍ଷ ତଳର ଏକ ମନ୍ତବ୍ୟ ନେଇ ତାଙ୍କ ନାମରେ ଅପ ପ୍ରଚାର କରା ଯାଇଥିଲା ବେଳେ ଏବେ ପୁଣି ଜଣେ ମହିଳାଙ୍କୁ ଢ଼ାଲ କରି ତାଙ୍କୁ ଫସାଇବା ପାଇଁ ଷଡ଼ଯନ୍ତ୍ର କରିଥିବା କଥା ସେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ଉକ୍ତ କଲେଜରେ ୨୦୧୨ ମସିହାରେ କାର୍ଯ୍ୟରତ ଜଣେ ମହିଳା ଅଧ୍ୟାପିକା ସାଗରିକା ଦାଶ କଲେଜ୍ ଅଧକ୍ଷକଙ୍କ ଦ୍ୱାରା ନିର୍ଯ୍ୟାତିତା ହୋଇଥିବା ନେଇ ସୋସିଆଲ ମିଡ଼ିଆରେ ମନ୍ତବ୍ୟ ଦେଇଥିଲେ । ନିର୍ଦ୍ଧିଷ୍ଠ ଏକ ସୋସିଆଲ୍ ମିଡ଼ିଆ ଚ୍ୟାନେଲକୁ ବାଇଟ୍ ଦେଇ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ସେତେବେଳର ଅଧ୍ୟାପିକା ସାଗରିକା ଦାଶ । ତେବେ ପ୍ରଶ୍ନ ଉଠୁଛି ସେତେବେଳେ କାହିଁକି ଚୁପ୍ ରହିଲେ ଅଧ୍ୟାପିକା ଘଟଣାକୁ ନେଇ ଅଧ୍ୟକ୍ଷ ସନ୍ତୋଷ କୁମାର ପଣ୍ଡା ଅସ୍ପିକାର କରିବା ସହ ସଂପୃକ୍ତ ଅଧ୍ୟାପିକା ତାଙ୍କୁ ଜାଣିଶୁଣି ମିଛରେ ଫସେଇବାକୁ ପୂର୍ବରୁ ଧମକ ଦେଇଥିଲେ ଏବଂ ଏବେ ଥାନାରେ ଅଭିଯୋଗ କରିଥିବା କଥା କହିଛନ୍ତି । ଏନେଇ କଲେଜର ବହୁ ଅଧ୍ୟାପକଙ୍କ ମତାମତ ନିଆଯାଇଥିବା ବେଳେ ସମସ୍ତେ ଘଟଣାକୁ ଅସ୍ପିକାର କରିଛନ୍ତି । ଅଧ୍ୟାପିକା ଜଣକ ୨୦୧୨ ମସିହାରେ ଉକ୍ତ କଲେଜରେ ନିଯୁକ୍ତ ପାଇଥିବା ବେଳେ ସରକାରୀ ଅନୁଦାନ ପାଇବା ନିମନ୍ତେ ତାଙ୍କ ନିଯୁକ୍ତି ୨୦୦୮ ହୋଇଛି ବୋଲି ରେଜିଷ୍ଟରରେ ଲେଖାଇବା ପାଇଁ ଅଧକ୍ଷଙ୍କୁ ବିଭିନ୍ନ ଉପାୟରେ ଚାପ ପ୍ରୟୋଗ କରୁଥିଲେ ତେବେ ଏଭଳି ବେଆଇନ୍ କାର୍ଯ୍ୟକରିବାକୁ ଅଧକ୍ଷ ମନା କରିବା ପରେ ସେତେବେଳେ ମିଛ ମାମଲାରେ ଫସାଇବା ପାଇଁ ଧମକ ମଧ୍ୟ ଦେଉଥିଲେ ବୋଲି ସମସ୍ତ କର୍ମଚାରୀ କହିଛନ୍ତି । ଅପରପକ୍ଷେ ଏହି ଘଟଣା ସେତେବେଳର ବ୍ଳକ ଅଧକ୍ଷ ଜଗନ୍ନାଥ ସେଠୀଙ୍କ ସମେତ କଲଜର ସମସ୍ତ ପରିଚାଳନା କମିଟି ସଦସ୍ୟ ଏପରିକି ସେତବେଳର ବିଧାୟିକା ଭି.ସୁଜ୍ଞାନ କୁମାରୀ ଦେଓଙ୍କ ଜ୍ଞାତ ସାରରେ ସଂପୃକ୍ତ ଅଧ୍ୟାପିକାଙ୍କୁ ରେଜୁଲେସନ୍ ଦ୍ୱାରା ବାହାର କରାଯାଇଥିଲା ବୋଲି ଜଣା ପଡ଼ିଛି । ଏହାପର ଠାରୁ ଅଧ୍ୟାପିକା ଜଣକ ଅଧକ୍ଷଙ୍କ ଉପରେ ଆକ୍ରୋଶ ମନଭାବ ରଖି ଫସାଇବାକୁ ଉଦ୍ୟମ କରୁଥିବା ନେଇ ଚର୍ଚ୍ଚା ଚାଲିଛି । ଅଧକ୍ଷ ସନ୍ତୋଷ କୁମାର ପଣ୍ଡାଙ୍କ ସମ୍ମ୍ାନ ହାନି ହୋଇଥିବା ବେଳେ ସେ ପାଲଟା ଏତଲା ଦେବେ ବୋଲି କହଛନ୍ତି । ତେବେ ଉକ୍ତ ଘଟଣାକୁ ପୁଙ୍ଖୁନୁପୁଙ୍ଖ ତଦନ୍ତ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here