ରୁଚିର କୁମାର ପାଣିଗ୍ରାହୀ : କୌଣସି ରାଷ୍ଟ୍ରର ଅର୍ଥନୈତିକ ପ୍ରଗତି କଥା ଚିନ୍ତା କଲାବେଳେ ମୋଟ୍ ଘରୋଇ ଉତ୍ପାଦ (ଜି.ଡି.ପି)ର ଭୂମିକାକୁ ଆଲୋଚନା ପରିସରକୁ ଆଣିବାକୁ ହେବ । ଏହା କୌଣସି ବର୍ଷର ମୋଟ୍ ଦ୍ରବ୍ୟ ଓ ସେବାର ମୂଲ୍ୟ ଅଟେ ଯାହାକୁ ନୋମିନାଲ ବା ସାମାନ୍ୟ ଜି.ଡି.ପି ଏବଂ ମୁଦ୍ରାସ୍ଫିତିକୁ ବିଚାରକୁ ନେଲେ ବାସ୍ତବ ଜି.ଡି.ପି ଜଣାଯାଏ । ମୁଣ୍ଡପିଛା ଜି.ଡି.ପି, ଯାହାକୁ ଜୀବନଧାରଣ ମାନର ଏକ ଗୁରୁତ୍ୱପୂର୍ଣ୍ଣ ସୂଚକାଙ୍କ ବୋଲି ଧରାଯାଏ, ପୂର୍ବବର୍ଷ ସହିତ ଚଳିତ ବର୍ଷର ତୁଳନା କଲେ ଏହାର ଅଭିବୃଦ୍ଧି ଜଣାଯାଇଥାଏ ।

କହିବାକୁ ଗଲେ ଏହା ଏକ ଅର୍ଥନୈତିକ କାର୍ଯ୍ୟକଳାପକୁ ସୂଚାଇଥାଏ । ଜି.ଡି.ପି ଅଭିବୃଦ୍ଧି ନେଇ ଅର୍ଥନୀତିଜ୍ଞ, ଶାସକଗଣ ଓ ରାଜନୀତି କରୁଥିବା ବ୍ୟକ୍ତିବିଶେଷ ଅନେକ ଗୁରୁତ୍ୱ ଦେଇଥାନ୍ତି । ଯେହେତୁ ଭାରତର ଅର୍ଥନୀତି ବୃହତ ଅଟେ, ଏହାର ନାକାରାତ୍ମକ ଦିଗଟିକୁ ସହଜରେ ଅନୁଭବ କରିହୁଏ ।

ରାଜନୀତି ଦୃଷ୍ଟିରୁ ବିପକ୍ଷ କିମ୍ବା ସପକ୍ଷରେ କହିବା ଗୁରୁତ୍ୱ ବହନ କରୁଥିଲେ ମଧ୍ୟ ସାଧାରଣ ଲୋକମାନେ ଏହାଦ୍ୱାରା କିଭଳି ପ୍ରଭାବିତ ହୁଅନ୍ତି, ତାହାର ତର୍ଜମା ଆବଶ୍ୟକ ଅଟେ । ଜି.ଡି.ପି ହାର କମ୍ କିମ୍ବାବେଶୀ ହେବା ଏକ ଅର୍ଥନୈତିକ ପ୍ରକ୍ରିୟା ଏବଂ ଏହା ଅନେକ କାରଣ ଉପରେ ନିର୍ଭରଶୀଳ ହୋଇଥାଏ । କହିବାକୁ ଗଲେ କୌଣସି ଦେଶର ମୌଳିକ ସମସ୍ୟା ଯଥା ଦାରିଦ୍ର୍ୟ, ବେକାରୀ, ବୈଷମତା ଓ କ୍ଷୁଧା ଉପରେ ଧ୍ୟାନନଦେଇ ଧନୀକ ଶ୍ରେଣୀର ସଂଖ୍ୟାବୃଦ୍ଧି କିମ୍ବା ନିର୍ଦ୍ଦିଷ୍ଟ କେତେକ ବ୍ୟକ୍ତି ବିଶେଷଙ୍କର ସମ୍ପଦ ବୃଦ୍ଧିସହ ପ୍ରାକୃତିକ ସମ୍ପଦର ବୃଦ୍ଧି ଘଟିଲେ ଜି.ଡି.ପି ବୃଦ୍ଧିଘଟିଥାଏ ।
ଆନ୍ତର୍ଜାତୀୟ ମୁଦ୍ରାପାଣ୍ଠି, ଭାରତର ଜି.ଡି.ପି ୪.୮%କୁ ଖସିଆସିବ ବୋଲି ସ୍ପଷ୍ଟ କରିଛି । ଗତ ଆର୍ଥôକ ବର୍ଷ ୨୦୧୮-୧୯ ସ୍ଥିତି ଭଲ ନଥିଲା ଏବଂ ଜି.ଡି.ପି ଅଭିବୃଦ୍ଧି ୬.୧% ଥିଲାବେଳେ ୨୦୧୯-୨୦ରେ ୪.୨% ଖସି ଆସିଲା ।

ଆନ୍ତର୍ଜାତୀୟ ରେଟିଂ ସଂସ୍ଥାର ଆକଳନ ଅନୁଯାୟୀ ଦେଶର ଅଭିବୃଦ୍ଧି ହାର ୨% ଭିତରେ ରହିବ । ଅଟୋମୋବାଇଲ, ନିର୍ମାଣ ଓ ରିଏଲ ଇଷ୍ଟେଟ୍ କ୍ଷେତ୍ରରେ ଭିଷଣ ମାନ୍ଦାବସ୍ଥା ଅର୍ଥନୀତିକୁ ଦୁର୍ବଳ କରିଦେଉଛି । ଏସିଆ ମହାଦେଶର ତୃତୀୟ ବୃହତ୍ତ ଭାରତୀୟ ଅର୍ଥନୀତି ବିପର୍ଯ୍ୟୟ ଆଡକୁ ଗତିକରି ବହୁ କ୍ଷତି ସହିଲାଣି । ଶିଳ୍ପାନୁଷ୍ଠାନ ବନ୍ଦ, ୧୨କୋଟି ଯୁବକ-ଯୁବତୀ ବେକାର ଓ ଜି.ଡି.ପି ୨୩.୩%କୁ ସଂକୁଚିତ ହୋଇଯାଇଅଛି । ସରକାରୀ ରିପୋର୍ଟ ଅନୁଯାୟୀ ନିବେଶ ଠାରୁ ଆରମ୍ଭ କରି ଉତ୍ପାଦନ ଓ ଆର୍ଥôକ ସେବାରେ ଗୁରୁତର ଭାବରେ କ୍ଷତି ହୋଇଅଛି । ନିର୍ମାଣ କ୍ଷେତ୍ର ୫୦ଭାଗ ସଂକୁଚିତ ହେଲାବେଳେ, ଉତ୍ପାଦନ କ୍ଷେତ୍ର ୪୦ଭାଗ, ଇସ୍ପାତ ୫୬.୮, ସିମେଣ୍ଟ ୩୮.୩, କୋଇଲା ୧୫, ଖଣି ୨୨, ବାଣିଜି୍ୟକ ଯାନ ୮୪.୮, ହୋଟେଲ ଓ ପରିବହନ ଶିଳ୍ପ ୪୭, ଏବଂ ନିବେଶ ୪୭ଭାଗ, ଏପ୍ରିଲ-ମେ ମାସରେ ସଂକୁଚିତ ହୋଇଅଛି ।

ପୂର୍ବବର୍ଷ ଏହି ସବୁକ୍ଷେତ୍ରରେ ୪୪.୮ଲକ୍ଷ କୋଟି ଟଙ୍କାର କାରବାର ହୋଇଥିବାବେଳେ ଏହିବର୍ଷ ୩୫.୬ଲକ୍ଷ କୋଟି ଟଙ୍କାକୁ ଖସିଆସିଛି । ଅର୍ଥନୈତିଜ୍ଞ ମାନଙ୍କ ମତରେ ଚଳିତ ଆର୍ଥôକ ବର୍ଷରେ ଆର୍ଥôକ ସ୍ଥିତିରେ ସୁଧାର ଆସିଲା ଭଳି ମନେ ହେଉନାହିଁ ଏବଂ ସରକାରଙ୍କର କରୋନା ପରିଚାଳନା ମଧ୍ୟ ଠିକ୍ ହେଉନାହିଁ । ପୃଥିବୀର ଅନ୍ୟ ଦେଶ ଯଥା ଫ୍ରାନ୍ସ, ଇଟାଲି, ଜର୍ମାନୀ ଓ ବ୍ରିଟେନ କରୋନା ଦ୍ୱାରା କ୍ଷତିଗ୍ରସ୍ତ ହେଉଥିଲେ ମଧ୍ୟ ଆମଦେଶ ଭଳି ଅର୍ଥନୀତି ଏତେ ନିମ୍ନଗାମୀ ହୋଇନାହିଁ । ଚୀନ ଦେଶ କରୋନା ଦ୍ୱାରା ବହୁଳ ସଂକ୍ରମିତ ହେଲେ ମଧ୍ୟ ବିଗତ ବର୍ଷ ତୁଳନାରେ ୨୦୨୦ବର୍ଷରେ ଆର୍ଥôକ ସ୍ଥିତିରେ ଉନ୍ନତି ଆସୁଅଛି ଏବଂ ଜୁଲାଇ ମାସ ମଧ୍ୟରେ ରପ୍ତାନୀ ୭.୨% ଅଧିକ ହୋଇ କଳକାରଖାନା ସ୍ୱଭାବିକ ଭାବେ ଚାଲିଅଛି । ଭାରତର ଗ୍ରାମାଞ୍ଚଳରେ ଅର୍ଥନୀତିକୁ ଏତେ ଶୀଘ୍ର ସଜାଡିବା ସହଜ ମନେ ହେଉନାହିଁ ।

କାରଣ ଲୋକମାନଙ୍କର କ୍ରୟ ଶକ୍ତି କ୍ଷତିର ଭରଣା ହୋଇ ପାରୁନାହିଁ । ଏମିତି ଦେଖିଲେ କରୋନା ପୂର୍ବରୁ ମଧ୍ୟ କ୍ରୟ ସାମର୍ଥ୍ୟ ନୈରାଶ୍ୟଜନକ ଥିଲା । ଯେତିକି କଞ୍ଚାମାଲ ବିଭିନ୍ନ ଉଦ୍ୟୋଗ ଏବଂ ଉତ୍ପାଦନ କ୍ଷେତ୍ର ମାନଙ୍କରେ ଗଚ୍ଛିତ ଥିଲା, ସେହି ତୁଳନାରେ ବଜାରରେ ପ୍ରସ୍ତୁତ ସାମଗ୍ରୀର ଚାହିଦା ନଥିଲା ଏବଂ ଏବେ କଞ୍ଚାମାଲର ଅଭାବ ପରିଲକ୍ଷିତ ହେଉଥିଲେ ମଧ୍ୟ ପରିସ୍ଥିତି ସମାନ ଅଛି । ଗତବର୍ଷ ଦେଶରେ ବେକାରୀ ହାର ବିଗତ ୪୫ବର୍ଷ ମଧ୍ୟରେ ସର୍ବୋଚ୍ଚ ଥିଲା । କରୋନା ପ୍ରଭାବରୁ ରକ୍ଷା ପାଇବା ପାଇଁ ଦୀର୍ଘଦିନଧରି ତାଲାବନ୍ଦ ଯୋଗୁଁ ଭାରତୀୟ ଅର୍ଥନୀତିର ଉଭୟ ଚାହିଦା ଓ ଯୋଗାଣ ଗୁରୁତର ବାଧାପ୍ରାପ୍ତ ହୋଇଅଛି । ଲୋକମାନେ ଘରଭିତରେ ଆତ୍ମନିର୍ବାସନରେ ରହିବା ଯୋଗୁଁ ଉଭୟ ଦ୍ରବ୍ୟ ଓ ସେବାର ଚାହିଦା ଗୁରୁତର ଭାବରେ ବ୍ୟାଘାତ ସୃଷ୍ଟି କଲା ।

ଖୁଚୁରା ବଜାର ହେଉ ଅବା ଅନ୍ଲାଇନ୍ ମାଧ୍ୟମ, ସାଧାରଣ ଭାବରେ କ୍ରୟ କରିବା କମିଗଲା । କରୋନା ପ୍ରଭାବରୁ ଦରମା କାଟ ବା ନିଯୁକ୍ତି ହରାଇବା ଯୋଗୁଁ ଆୟରେ ହ୍ରାସ ଘଟିବା ଯୋଗୁଁ କ୍ରୟ କିମ୍ବା ଖର୍ଚ୍ଚ କରିବାର କ୍ଷମତା ଆପେ ହ୍ରାସ ହେବାରୁ ଦେଶ ଅର୍ଥନୀତି ଉପରେ ପ୍ରତ୍ୟକ୍ଷ ପ୍ରଭାବ ପଡିଲା । ପ୍ରକାଶ ଥାଉକି ଲୋକମାନଙ୍କ ହାତରେ ଅର୍ଥର ଆୟ ରହିଲେ କ୍ରୟ ଶକ୍ତିବଢ଼େ ଏବଂ ଜି.ଡି.ପି ମଧ୍ୟ ବୃଦ୍ଧି ପାଇଥାଏ । କହିବାକୁ ଗଲେ ଚାହିଦା କମିଗଲେ ବିକ୍ରୟ ବା ଉତ୍ପାଦନ ମଧ୍ୟ ହ୍ରାସ ପାଇଥାଏ ଏବଂ ପୁଞ୍ଜିନିବେଶ ବାଧାପ୍ରାପ୍ତ ହୁଏ, ଯାହାକି ଜି.ଡି.ପି ହ୍ରାସର ମୁଖ୍ୟ କାରଣ ଅଟେ ।

ଦେଶର ଅର୍ଥନୀତି ଦୁର୍ବଳ ହେବା ବା ଜି.ଡି.ପି ନିମ୍ନଗାମୀ ହେବାର ଏକମାତ୍ର କାରଣ କରୋନା ନୁହେଁ । ଏମିତି ଦେଖିଲେ ଏହି ଅବସ୍ଥା ପ୍ରାୟ ଦୁଇବର୍ଷ ପୂର୍ବରୁ ଦେଖାଦେଲାଣି । ଗତ ଆର୍ଥôକ ବର୍ଷ ୨୦୧୮-୧୯ରେ ଜି.ଡି.ପି ଅଭିବୃଦ୍ଧି ହାର ନିମ୍ନଗାମୀ ହୋଇ ୩%ରେ ପହଞ୍ଚôଥିଲା ଏବଂ ଏହାର ସୁଧାର ଆସିଯିବ ବୋଲି ଆଶା କରାଯାଉଥିଲା ଏବଂ ସରକାର ମଧ୍ୟ ବିଭିନ୍ନ ପଦକ୍ଷେପ ନେଉଥିଲେ । ମାତ୍ର କରୋନା ମହାମାରୀ ଏହାକୁ ବିଫଳ କରିଦେଲା ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଭଗବାନଙ୍କ ନୀଳା (ଆକ୍ଟ ଅଫ୍ ଗଡ୍) କହି ଅସହାୟତା ପ୍ରକାଶ କଲେ । ଅର୍ଥନୀତିଜ୍ଞ ମାନେ ସରକାରଙ୍କର ତୃଟିପୂର୍ଣ୍ଣ ଅର୍ଥନୀତି ହିଁ ଜି.ଡି.ପି ନିମ୍ନଗାମୀର କାରଣ ବୋଲି କୁହନ୍ତି । ପ୍ରକାଶଥାଉକି ବିଗତ ବର୍ଷମାନଙ୍କୁ ଅନୁଶୀଳନ କଲେ ଜଣାଯାଏ ଯେ ବିଶ୍ୱରେ ଯେତେବେଳେ ବିଭିନ୍ନ ଦେଶ ଆର୍ଥôକ ମାନ୍ଦାବସ୍ଥାର ଶିକାର ହେଉଥିଲେ, ଭାରତର ଅଭିବୃଦ୍ଧି ହାର ନିରୁତ୍ସାହ ନଥିଲା କାରଣ ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା କୋଟି କୋଟି ଲୋକ ଏବଂ ଖୁଚୁରା ବ୍ୟବସାୟୀଙ୍କର ଅବଦାନ ଯୋଗୁଁ ଦେଶର ଅର୍ଥନୀତି ସୁଦୃଢ଼ଥିଲା । ମାତ୍ର ସରକାରଙ୍କର କଳାଧନ ରୋକିବା, ବିମୁଦ୍ରିକରଣ ଏବଂ ନୋଟବନ୍ଦୀ ପଦକ୍ଷେପ ଖୁଚୁରା ବ୍ୟବସାୟୀଙ୍କର ମେରୁଦଣ୍ଡ ଦୋହଲାଇଦେଲା ।

ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକ ଗୋଷ୍ଠୀ ଓ ମଧ୍ୟବିତ୍ତ ଶ୍ରେଣୀ ଲୋକମାନଙ୍କର ରୋଜଗାର ବନ୍ଦ ହୋଇଗଲା । ଅବଶ୍ୟ କିଛି ବଡ ବ୍ୟବସାୟୀ ଲାଭବାନ୍ ହେଲେ । ପରବର୍ତ୍ତୀ ସମୟରେ ଭ୍ୟାଟ୍ ଆଇନ୍ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ନହେଉଣୁ ଟିକସ ବ୍ୟବସ୍ଥାକୁ ସ୍ୱଚ୍ଛ ଓ ସୁଦୃଢ଼ କରିବା ପାଇଁ ଜି.ଏସ୍.ଟି ଆଇନ୍ ଲାଗୁକରିବା ଯୋଗୁଁ ଅର୍ଥନୀତି ଆହୁରି ଜଟିଳ ହୋଇଗଲା । ଦେଶର ଡିଜିଟାଲ୍ ଭିତ୍ତିଭୂମି, ବହୁଳ ଜନ ସଂଖ୍ୟା ଦୃଷ୍ଟିରୁ ତର୍ଜମା କରି କିଛି ସମୟ ବିଳମ୍ବ ହୋଇଥିଲେ ଅଧିକ ସମୟ ପାଇ ଦୋଷତୃଟିକୁ ସୁଧାରି ଏହାକୁଲାଗୁ କରିଥିଲେ କିଛି ଅସୁବିଧା ହୋଇନଥାନ୍ତା, ଯାହାକି ଏପର୍ଯ୍ୟନ୍ତ ନିୟମିତ ହୋଇପାରୁନାହିଁ ।

ଏବେ କରୋନା ଯୋଗୁଁ ବ୍ୟବସାୟ ଠାରୁ ସେବାକ୍ଷେତ୍ର ପର୍ଯ୍ୟନ୍ତ ସବୁକିଛି ବନ୍ଦ ପଡିଛି । କୋଟି କୋଟି ଯୁବକ-ଯୁବତୀ ଚାକିରୀ ଏବଂ ଜୀବିକା ହରାଇଲେଣି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ବିକଳ୍ପ ପାଇଁ ଚେଷ୍ଟା କରୁଥିଲେ ମଧ୍ୟ ସଫଳ ହେଉନାହାନ୍ତି । ତେବେ ଆହୁରି ଦୃଢ଼ ଏବଂ ବାସ୍ତବ ନିଷ୍ପତ୍ତି ନେବାର ଆବଶ୍ୟକତା ଅଛି । ପୂର୍ବତନ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ରଘୁରାମ ରାଜନ୍ ଆର୍ଥôକ ବର୍ଷ ୨୦୨୦-୨୧ର ପ୍ରଥମ ତ୍ରୟମାସିକରେ ଜି.ଡି.ପି ୨୩.୯% ହ୍ରାସକୁ ଅତ୍ୟନ୍ତ ଚିନ୍ତାଜନକ ବୋଲି କହି ଜରୁରୀ ଅର୍ଥପୂର୍ଣ୍ଣ ପଦକ୍ଷେପ ଦେବାକୁ ମତ ଦିଅନ୍ତି ।

କରୋନା ସାରା ପୃଥିବୀରେ ସକ୍ରିୟ ଅଛି ଏବଂ ବହୁଳ ପ୍ରଭାବିତ ଦେଶ ଆମେରିକାରେ ୯.୫%, ଇଟାଲୀରେ ୧୨.୪% ଜି.ଡି.ପି ହ୍ରାସ ବେଳେ ଭାରତର ୨୩.୯% ହ୍ରାସ ଆଶାତୀତ ଅଟେ । ତାଙ୍କ ମତରେ ଅର୍ଥନୀତିକୁ ଏକ ରୋଗୀ ଭାବରେ ବିଚାର କରି ଔଷଧ ବା ଟନିକ୍ ଭାବରେ ଯଦି ଅର୍ଥନୈତିକ ପ୍ରୋତ୍ସାହନ ଦିଆଯାଏ ତେବେ ଏଥିରେ ସୁଧାର ଆସିବ । ରପ୍ତାନୀରେ ଉନ୍ନତି ଆଣିବା, ଅଧିକ ଋଣକରି ସ୍ଥିତି ସମ୍ଭାଳିବା, ରାଷ୍ଟ୍ରାୟତ ଉଦ୍ୟୋଗର ଅଂଶଧନ ବିକ୍ରି କରିବାର ଉଦ୍ୟମ ହେବା, ସହରାଞ୍ଚଳରେ ସରକାରୀ ସଂସ୍ଥାର ପ୍ରମୁଖ ଜମିକୁ ବିକ୍ରି କରି ସମ୍ବଳ ଯୋଗାଡ କରିବା ଓ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ମନରେଗା ଯୋଜନାକୁ ଅଧିକ ଫଳପ୍ରଦ କରିବା ଦ୍ୱାରା ଜି.ଡି.ପି.ର ବୃଦ୍ଧି ହୋଇପାରିବ ବୋଲି ମତବ୍ୟକ୍ତ କରନ୍ତି ।

କରୋନା ଏକ ମହାମାରୀ ରୂପରେ ବିଶ୍ୱରେ ତାଣ୍ଡବ ରଚିଅଛି ଏବଂ ବହୁଲୋକ ପ୍ରାଣହରାଇଲେଣି । ପ୍ରତିକାର ଓ ଉପଚାରକୁ ଛାଡିଦେଲେ ଅନ୍ୟାନ୍ୟ ଉପାୟ ନଥିଲାବେଳେ କେବେ ଏହାର ଅନ୍ତ ଘଟିବ କହିବା ସମ୍ଭବ ନୁହେଁ । ଏବେ ପ୍ରାୟ ପୃଥିବୀର ୨୧୩ଟି ଦେଶରେ ସଂକ୍ରମଣ ଅଛି ଏବଂ ଭାରତ ସମେତ ଏକାଧିକ ଦେଶ ଟିକାର ସନ୍ଧାନ ଓ ବିକାଶ ପ୍ରକ୍ରିୟାରେ ଅଛନ୍ତି ।

ତେବେ ନିଜସ୍ୱ ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟ କରିବାକୁ ପଡୁଛି । ଅର୍ଥନୀତି ପ୍ରଭାବିତ ହୋଇ ବ୍ୟବସାୟ ସଂକୁଚିତ ହେବା ଫଳରେ ନଗଦ ଆୟ ଟିକସ ବ୍ୟବସ୍ଥାରେ ୪୨% ହ୍ରାସ ଚିନ୍ତାର ବିଷୟ ହୋଇଅଛି । ବେକାରୀ ବୃଦ୍ଧି ସାଙ୍ଗକୁ କୃଷି କ୍ଷେତ୍ରରେ ଆୟର ଅବନତି ହୋଇଅଛି । ପ୍ରଧାନମନ୍ତ୍ରୀ ସଂକଟର ମୁକାବିଲା ପାଇଁ ୨୦ଲକ୍ଷ କୋଟି ଧନରାଶି ଘୋଷଣା କରି ଆତ୍ମନିର୍ଭରଶୀଳ ପାଇଁ ବାଟ ଦେଖାଇବ ବୋଲି ଆଶା ରଖିଛନ୍ତି । ଟିକା ବାହାରିଲେ ହୁଏତ କରୋନା ସଂକଟରୁ ମୁକ୍ତ ମିଳିପାରେ ମାତ୍ର ଅର୍ଥନୀତିକୁ ସଜାଡିବା ପାଇଁ କଠିନ ପରିଶ୍ରମ କରିବାକୁ ହେବ ।

ଏ ଦିଗରେ ଅନାବଶ୍ୟକ ଖର୍ଚ୍ଚକୁ କମାଇ ଉଭୟ ସ୍ୱଳ୍ପ ଏବଂ ଦୀର୍ଘକାଳୀନ କାର୍ଯ୍ୟପନ୍ଥାମାନ ନିଷ୍ପତ୍ତି ନେଇ ସତର୍କ ରହିବାକୁ ହେବ । ବିଭିନ୍ନ ରେଟିଂ ଏଜେନ୍ସି ଭାରତୀୟ ଅର୍ଥନୀତି ଉପରେ ଅନେକ ଆକଳନ କରୁଅଛନ୍ତି । କ୍ରିସିଲ୍ ଚଳିତ ଆର୍ଥôକ ବର୍ଷରେ ଭାରତୀୟ ଅର୍ଥନୀତି ୧୦%ରୁ ଅଧିକ ହ୍ରାସ ପାଇବ ଆକଳନ କରୁଥିବାବେଳେ ଅନ୍ୟ ଏକ ରେଟିଂ ଏଜେନ୍ସି ମୁଡିସ୍ ୧୧.୫% ହ୍ରାସ ହେବ ବୋଲି ମତ ଦିଏ । ଇଣ୍ଡିଆ ରିସର୍ଟ ମତରେ ୧୧.୯% ହ୍ରାସ ଏବଂ ଫିଚ୍ ଏଜେନ୍ସିର ଆକଳନ ଅନୁଯାୟୀ ଅଭିବୃଦ୍ଧି ହାର ୧୦.୫% ପର୍ଯ୍ୟନ୍ତ ହ୍ରାସ ପାଇବ । ଆନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇ.ଏମ୍.ଏଫ୍) ମତରେ ଭାରତ ସରକାର ଏକ ସ୍ୱତନ୍ତ୍ର ଆର୍ଥôକ ପ୍ୟାକେଜ୍ ଘୋଷଣା କରିବାର ଆବଶ୍ୟକ ଅଛି ।

କରୋନା ଦ୍ୱାରା ପ୍ରଭାବିତ ହୋଇଥିବା ଗରିବ ଲୋକ ଓ ବ୍ୟବସାୟିକ ସଂସ୍ଥାମାନଙ୍କୁ ସାହାଯ୍ୟ ଲାଗି ସରକାର ସ୍ୱାସ୍ଥ୍ୟ, ଖାଦ୍ୟ ଓ ଆୟ ସୃଷ୍ଟି କରିବା ଉଦେ୍ଦଶ୍ୟରେ ବ୍ୟୟବୃଦ୍ଧି କରିବା ଉଚିତ୍ ଅଟେ । ବିଶ୍ୱବ୍ୟାଙ୍କ ମତରେ ଭାରତରେ ସ୍ୱଚ୍ଛ ଅର୍ଥନୀତି ପାଇବାକୁହେଲେ ଭିତ୍ତିଭୂମିର ବିକାଶ, କୃଷି ଓ ଗ୍ରାମ୍ୟ ବିକାଶ, ଭୂମି ଓ ଶ୍ରମିକ ଆଇନ୍ କୋହଳ, ଆର୍ଥôକ ଅନ୍ତର୍ଭୁକ୍ତିକରଣ, ବେସରକାରୀ ପୁଞ୍ଜି ବିନିଯୋଗ, ରପ୍ତାନୀ, ଓ ଉତ୍ତମ ଶିକ୍ଷାନୀତିକୁ ଗୁରୁତ୍ୱ ଦେବାକୁ ହେବ । ଏକଥା ସତ୍ୟ ଅଟେ ଯେ ଦେଶର ସାଧାରଣ ନାଗରିକମାନଙ୍କର ଉତ୍ପାଦନ ବୃଦ୍ଧି ଯେପର୍ଯ୍ୟନ୍ତ ହୋଇନାହିଁ, ଆର୍ଥôକ ମାନ୍ଦାବସ୍ଥା ଏହିଭଳି ଲାଗି ରହିଥିବା ଏବଂ ଜି.ଡି.ପି.ରେ ସୁଧାର ଆସିବ ନାହିଁ ।

LEAVE A REPLY

Please enter your comment!
Please enter your name here