ଫୁଲବାଣୀ,୦୨/୧୨ ଜଙ୍ଗଲକୁ ଶୀକାର କରିବାକୁ ଯାଇଥିବା ଶୀକାରୀଙ୍କ ଗୁଳି ବିଦ୍ଧ ଶରୀର କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ପୋଲିସ ଜବତ କରିଛି । ଖବର ପାଇବାପରେ ଦାରିଙ୍ଗବାଡି ଥାନା ପୋଲିସ ଏକ ମାମଲା ରୁଜ୍ଜୁ କରି ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଥିବା ଦାରିଙ୍ଗବାଡି ଥାନା ଅଧିକାରୀ କୌଶିକ ମାଝୀଙ୍କ ସୁତ୍ରରୁ ଜଣାପଡିଛି । ଘଟଣା ଅନୁସାରେ ଦାରିଙ୍ଗବାଡି ଥାନା ଅନ୍ତର୍ଗତ ବି.ଡକେବାଡି ଗ୍ରାମର କ୍ରିଷ୍ଣା ନାୟକ(୨୮) ତାଙ୍କର ବାପା ଗୌତମ ନାୟକ ଏବଂ ଅନ୍ୟ କିଛି ସହେଯାଗୀମାନଙ୍କ ସହିତ ମିଶି ଶନିବାର ଦିନ ବନ୍ଧୁକ ସମେତ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ନେଇ ଜଙ୍ଗଲକୁ ଶୀକାର କରିବାକୁ ଯାଇଥିଲେ । କିନ୍ତୁ ରବିବାର ସକାଳେ କି୍ରଷ୍ଣା ନାୟକର ଗୁଳି ବିଦ୍ଧ ଶରୀର ନେଇ ତାର ବାପା ଏବଂ ସହେଯାଗୀମାନେ ଆଣି ଗ୍ରାମରେ ପହଂଚିଥିଲେ ଜଙ୍ଗଲରେ କୌଣସି କରଣରୁ କି୍ରଷ୍ଣା ପଡିଯିବାରୁ ସେ ଧରିଥିବା ବନ୍ଧୁକ ଫୁଟିଯାଇଥିଲା ସେଥିରୁ ଗୁଳି ବାହାରି ତାକୁ ବାଜିବାରୁ ତାର ମୃତୁ୍ୟ ଘଟିଛି ବୋଲି ତାର ବାପା କହିଥିଲା । ତେବେ ପୋଲିସ ଏକ ଅପମୃତୁ୍ୟ ମାମଲା ୧୧/୧୯ ରୁଜ୍ଜୁ କରିବସହିତ ୩ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here