ଫୁଲବାଣୀ, ନୂତନ ମଟର ଯାନ ଆଇନକୁ ନେଇ ସବୁ ସ୍ତରରେ ସଚେତନା ପାଇଁ ଉଦ୍ୟମ ଜାରି ରହିଥିବା ବେଳେ ଆଜି ଫୁଲବାଣୀ ପବ୍ଳିକ୍ ସ୍କୁଲର ଛାତ୍ରଛାତ୍ରୀ ମାନେ ଏହି ସଚେତନତା ପ୍ରଚାରରେ ସାମିଲ୍ ହୋଇଛନ୍ତି । ବିଦ୍ୟାଳୟ ନିକଟରେ ଶତାଧିକ ଛାତ୍ରଛାତ୍ରୀ ବିଭିନ୍ନ ପ୍ରକାର ଭେଷ ପୋଷାକୁରେ ଲୋକଙ୍କ ସଚେତନତା କରାଇଥିଲେ । ବିଶେଷ କରି କିଛି ଛାତ୍ରଛାତ୍ରୀ ଜମର ଭେଷ ପଡ଼ି ମଧ୍ୟ ଦୁର୍ଘଟଣାର ଭୟବହତା ଏବଂ ହେଲମେଟର ବ୍ୟବହାର ଉପରେ ବାଇକ୍ ଚାଳକ ମାନଙ୍କୁ ସଚେତନ କରାଇଥିଲେ । ବିଶେଷକରି ହେଲମେଟ୍ ପିନ୍ଧବା, ସିଟ୍ ବେଲ୍ଟର ବାନ୍ଧିବା ସହିତ ଗାଡ଼ିର ସମସ୍ତ କାଗଜପତ୍ର ଠିକ୍ ଭାବେ ରଖିବା ଏବଂ ଟ୍ରାଫିକ୍ ନିୟମ ମାଟି ଗାଡ଼ି ଚଳାଇବା ଉପରେ ସଚେତନ କରାଇଥିଲେ । ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ସହିତ , ନାରାୟଣୀ ସାହି , ମାଦୁକୁନ୍ଦାଛକ , ମୁଖ୍ୟ ବଜାର ଓ ବିଜୁ ପଟନାୟକ ଛକ ପ୍ରମୁଖ ଗସ୍ତ କରି ଏହି ସଚେତନ କରାଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ନିମତା ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନାରେ ଖେଳ ଶିକ୍ଷକ ରୁପକ ମହାନ୍ତି , ସନ୍ତୋଷ ପଣ୍ଡା , ମମତା ନାୟକ ଓ ଅନ୍ୟମାନେ ପରିଚାଳନା କରିଥିବା ବେଳେ ଏହି ଅବସରରେ ଟ୍ରାଫିକ୍ ପୁଲିସ୍ ଓ ଆଦର୍ଶଥାନା ଅଧିକାରୀ ନରେଶ ଚନ୍ଦ୍ର ସାହୁ ଓ ଅନ୍ୟମାନେ ମଧ୍ୟ ସଚେତନତା କରିବାରେ ସାମିଲ୍ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here