ଦିସ୍‌ ଇଜ୍‌ ମାୟାରେ ବାୟା
ଦୁର୍ଗାଷ୍ଟମୀରେ ରିଲିଜ୍‌ ହେବାକୁ ଯାଉଛି ସୁଶାନ୍ତ ମଣିଙ୍କ ଦ୍ୱାରା ନିର୍ଦ୍ଦେଶିତ ତଥା ସିଦ୍ଧାର୍ଥ ବ୍ୟାନର୍‌ରେ ନିର୍ମିତ ନୂଆ କଥାଚିତ୍ର ‘ଦିସ୍‌ ଇଜ୍‌ ମାୟାରେ ବାୟା’ । ସିନେମାର ଷ୍ଟାର୍‌କାଷ୍ଟ୍‌ ଜବରଦସ୍ତ ରହିଛି । ସିଦ୍ଧାନ୍ତ ମହାପାତ୍ର, ଝିଲିକ୍‌, ସ୍ୱରାଜ ଏବଂ ଏଲିନା ମୁଖ୍ୟ ଭୂମିକାରେ ନଜର ଆସିବେ । ସିଦ୍ଧାନ୍ତଙ୍କ ବିପକ୍ଷରେ ନାୟିକା ଝିଲିକ୍‌ ଥିବା ବେଳେ ଦର୍ଶକେ ପ୍ରଥମଥର ପାଇଁ ଏଲିନା ଓ ସ୍ୱରାଜଙ୍କ ଅନ୍‌ସ୍କ୍ରିନ୍‌ ରୋମାନ୍ସ ଦେଖିବାକୁ ପାଇବେ । ରିଲିଜ୍‌ ପୂର୍ବରୁ ‘ଆଜିଠାରୁ ତୁ ମୋର’, ‘ତୁ ହେଇ ଯା ଗୋଟେ ସ୍ମାର୍ଟ ଫୋନ୍‌’ ଏବଂ ‘ଫାଷ୍ଟ୍‌ ଟାଇମ୍‌ କାଇଁ ଫିଲ୍‌ ହେଲା’ ଗୀତ ଗୁଡ଼ିକ ଶ୍ରୋତାଙ୍କୁ ପସନ୍ଦ ଆସିସାରିଛି । ସଂଳାପ ଲେଖିଛନ୍ତି ଡ. ନିର୍ମଳ ନାୟକ ଓ ମୁ୍ୟଜିକ୍‌ ଦେଇଛନ୍ତି ମଳୟ ମିଶ୍ର । ଫ୍ୟାମିଲି ଡ୍ରାମା, କମେଡି, ରୋମାନ୍ସରେ ଭରପୁର ଥିବା ଏହି ସିନେମାକୁ ପୂଜାରେ ଦର୍ଶକେ କେତେ ପସନ୍ଦ କରିବେ ଦେଖିବା ବାକି ରହିଲା ।

LEAVE A REPLY

Please enter your comment!
Please enter your name here