ଫୁଲବାଣୀ, କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଂଚଳରେ ଗତ ୨୯.୧୦.୨୦୧୯ ତାରିଖ କେଳାପଡା ପଂଚାୟତ ଅନ୍ତର୍ଗତ ଗେରୁପଡା ଠାରେ ଘଟିଥିବା ଜଟାଧାରି ବାବା କୃଷ୍ନ ବଗର୍ତୀ ହତ୍ୟା କାଣ୍ଡର ରହସ୍ୟ ଖୋଲିଥିବାବେଳେ । ପୋଲିସ ବଡ ସଫଲତାର ସହ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରି ମୁଖ୍ୟ ଅଭିଯୁକ୍ତ କୁ ରବିବାର ଦିନ ଘଟଣାର ମୁଖ୍ୟ ଅଭିଯୁକ୍ତ ସିମନ କହଁରକୁ ଗିରଫ କରିଥିଲା ଘଟଣାର ଅନ୍ୟତମ ଅଭିଯୁକ୍ତ ଫେରାର ଥିଲା । ଆଜି ପୋଲିସ ଏହି ଘଟଣାର ଅନ୍ୟତମ ଫେରାର ଅଭିଯୁକ୍ତ ଫିରିଙ୍ଗିଆ ଥାନା ଅଂଚଳର ପାଙ୍ଗାର ଟାମଟିଙ୍ଗିଆ ଗ୍ରାମର ହରିଶ୍ଚନ୍ଦ୍ର କହଁର(୨୮)କୁ ମଧ୍ୟ ଗିରଫ କରିବାରେ ସଫଳ ହୋଇଛି । ତେବେ ଗୁଣି ଗାରେଡିକୁ କେନ୍ଦ୍ର କରି ଲାଗିରହିଥିବା ପୁର୍ବ ଶତୃତା ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ତଦନ୍ତରୁ ଜାଣିପାରିଛି । ସୁଚନା ଯୋଗ୍ୟ ଗତ ୨୮ ତାରିଖ ଦିନ ଫିରିଙ୍ଗିଆ ବ୍ଲକ ପାଙ୍ଗା ଉପର ସାହି ପଂଚାୟତର ଡେଡସରୁ ଗାଁର କୃଷ୍ଣ ବଗର୍ତି ନାମକ ଜଣେ ଜଟାଧାରି ବାବା ନୁଅାଁପଦର ଠାରେ ଚାଲିଥିବା କାଳିପୂଜା ଦେଖିବାକୁ ଆସି ଆଉ ଘରକୁ ଫେରିନଥିଲେ । ତା ପର ଦିନ ବାବାଙ୍କ ମୃତ ଦେହ କେଳାପଡା ପଂଚାୟତ ଗେରୁପଡା ଗାଁର ଏକ ଦୋକାନ ଗୃହ ବାରଣ୍ଡାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲା । ଖବର ପାଇ ମୃତକର ପରିବାର ଲୋକେ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏତଲା ଅନୁସାରେ ପୁଲିସ୍ ଏକ ମାମଲା ୧୦୭/୧୯ ରୁଜୁକରି ତଦନ୍ତ ଆରମ୍ଭ କରିଥିଲା । ମୃତ ବ୍ୟକ୍ତିଙ୍କ ବେକର ଡ଼ାହାଣ ପାଖରେ କୌଣସି ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିବାର ଦେଖାଯାଇଥିବା ବେଳେ ଏହା ଏକ ହତ୍ୟାକାଣ୍ଡ ବୋଲି ମଧ୍ୟ ତାଙ୍କ ପୁତୁରା ଅଭିଯୋଗ କରିଥିଲା । ଉଭୟ ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିବା ପୋଲିସ ସୁତ୍ରରୁ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here