ଫୁଲବାଣୀ, ସୋମବାର ଦିନ କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଅଂଚଳରେ ଚାଲାଣବେଳେ ପୋଲିସ ଦୁଇଟି ଅଟୋରୁ ୭୦ କିଗ୍ରା ଗଞ୍ଜେଇ ଜବତ କରିଥିବାବେଳେ । ଏହି ଚାଲାଣ କାର୍ଯ୍ୟରେ ଲିପ୍ତ ଥିବା ୪ ଜଣଙ୍କୁ ଧରିଥିବା ଜଣାପଡିଛି । ତେବେ ସେଥିରୁ ଜଣେ ୧୬ ବର୍ଷର ନାବାଳକ ଥିବା ପୋଲିସ ସୁତ୍ରରୁ ସୁଚନା ମିଳିଛି । ଆଜି ସକାଳେ ରତଙ୍ଗଠାରୁ ସାରଙ୍ଗଡ ଆଡକୁ ଯାଉଥିବା ବେଳେ ଓଡି-୧୨-ବି-୮୯୭୧ ଏବଂ ଓଡି-୧୨-୪୩୪୦ ନମ୍ବର ଥିବା ଦୁଇଟି ଅଟୋରେ ଦୁଇଟି ବସ୍ତାରେ ୭୦ କିଗ୍ରା ଗଞ୍ଜେଇ ନେଇ ଯାଉଥିବାବେଳେ ପୁର୍ବ ସୁଚନା ପାଇ ସେଠାରେ ପହଂଚି ପୋଲିସ ଗଞ୍ଜେଇକୁ ଜବତ କରିବା ସହିତ ଅଟୋ ଦୁଇଟିକୁ ଜବତ କରିଛି । ଏହି ଗଞ୍ଜେଇ ଚାଲାଣ କାର୍ଯ୍ୟରେ ଲିପ୍ତ ଥିବା ରତଙ୍ଗର ସୁମନ୍ତ ମାଝୀ(୧୯),ଦେଲାରପଡାର ବଳରାମ କହଁର ଓ ପ୍ରତାପ ନାୟକ(୨୨) ସମେତ ୩ଜଣଙ୍କୁ ଗିରଫ ସେମାନଙ୍କ ବିରୋଧରେ ଏକ ମାମଲା ୧୦୯/୧୯ ରୁଜ୍ଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରିଥିବାବେଳେ । ଆଉ ଜଣେ ୧୬ ବର୍ଷର ନାବାଳକକୁ ମଧ୍ୟ ଜୁଭେନାଇଲ କୋର୍ଟରେ ପ୍ରଡୁ୍ୟସ୍ କରିଛି ପୋଲିସ । ତେବେ ଏହି ଗଞ୍ଜେଇର ଆନୁମାନିକ ମୁଲ୍ୟ ୨ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ପୋଲିସ ଚାଲାଣକାରୀ ମାନଙ୍କ ଠାରୁ ଜାଣିବାକୁ ପାଇଛି ।

LEAVE A REPLY

Please enter your comment!
Please enter your name here