ଅନନ୍ୟା ପାଣ୍ଡେ ଅଭିନୀତ ସିନେମା ‘ପତି ପନିୀ ଔର୍ ୱ’ ଡିସେମ୍ବର ୬ରେ ରିଲିଜ୍ ହେବ । ରିଲିଜ୍ ପୂର୍ବରୁ ଫିଲ୍ମକୁ ନେଇ ରୋଚକ ତଥ୍ୟ ଦର୍ଶକଙ୍କ ସାମ୍ନାକୁ ଅଣାଯାଉଛି । ସୁନ୍ଦରୀ ଅନନ୍ୟାଙ୍କ ଏଣ୍ଟ୍ରି ମଧ୍ୟ ଫିଲ୍ମରେ ସୁନ୍ଦର ଭାବେ ଦେଖିବାକୁ ମିଳିବ । ତାଙ୍କ ନାଟକୀୟ ଏଣ୍ଟ୍ରି ପଛର କାରଣ କିଙ୍ଗ୍ ଖାନ୍ ଶାହରୁଖ୍ । ଶାହରୁଖ ‘ମୈ ହୁଁ ନା’ ସିନେମାରେ ଯେମିତି ଏକ୍ସପ୍ରେସନ୍ ଟ୍ରେନ୍ରେ ଦେଇଥିଲେ ଠିକ୍ ସେମିତି ଏକ୍ସପ୍ରେସନ୍ ଅନନ୍ୟାଙ୍କୁ ଦେବାକୁ କୁହାଯାଇଥିଲା । ଅନନ୍ୟା ଶାହରୁଖଙ୍କ ଫ୍ୟାନ୍ ହୋଇଥିବାରୁ ଏଭଳି ଏକ ସିନ୍ ପାଇ ବେଶ୍ ଉତ୍ସାହୀ ହୋଇଥିଲେ । ସବୁଠୁ ବଡ଼ କଥା ହେଉଛି ଅନନ୍ୟା ଅବିକଳ ସେମିତି ଏକ୍ସପ୍ରେସନ୍ ଦେଇଥିଲେ ଯେମିତି ଶାହରୁଖ୍ ଦେଇଥିଲେ । ଫିଲ୍ମର ସୁଟିଂ କାନପୁର ସେଣ୍ଟ୍ରାଲ୍ ରେଳ ଷ୍ଟେସନ୍ ଭିଡ଼ ମଧ୍ୟରେ ହୋଇଥିଲା । ଭିଡ଼କୁ ନ ଡରି ଠିକ୍ ସେଭଳି ସଟ୍ ଦେଇଥିଲେ ଅନନ୍ୟା । ଏବେ ଅନନ୍ୟାଙ୍କ ଏହି ସିନ୍ ସୋସାଲ୍ ମିଡିଆରେ ଭାଇରାଲ ହେଉଛି ।