ନୂଆଦିଲ୍ଲୀ : ରିଓ ଡି ଜେନିରୋରେ ଜଣେ ମହିଳାଙ୍କୁ ଲୁଟିବାର ଉଦ୍ୟମ ଜଣେ ଲୁଟେରାକୁ ଭାରୀ ପଡ଼ିଛି । ଗତ ଶନିବାର ମିକ୍ସଡ୍‌ ମାର୍ସଲ ଆର୍ଟସ୍‌ ଫାଇଟର ପୋଲଆନା ନିଜ ଘର ବାହାରେ କ୍ୟାବ୍‌କୁ ଅପେକ୍ଷା କରିଥିବା ବେଳେ ଜଣେ ଯୁବକ ନକଲି ବନ୍ଧୁକ ଦେଖାଇ ତାଙ୍କୁ ଲୁଟିବାକୁ ପହଞ୍ଚି ଯାଇଥିଲେ । ପୋଲଆନା ବନ୍ଧୁକ ନକଲି ଥିବା ଜାଣି ଯୁବକଙ୍କୁ ନିସ୍ତୁକ ମାଡ଼ ମାରି ତାଙ୍କ ମୁହଁର ନକ୍ସା ବଦଳାଇ ଦେଇଥିବା ବେଳେ ପରେ ପୁଲିସକୁ ଜଣାଇ ଗିରଫ କରାଇଥିଲେ । ଲୁଟିବାକୁ ଆସୁଥିବା ଯୁବକ ଜଣେ ଫାଇଟରଙ୍କୁ ଲୁଟିବାକୁ ଉଦ୍ୟମ କରୁଥିବା କଥା ଜାଣି ନଥିଲେ, ଯାହା ତାଙ୍କୁ ମହଙ୍ଗା ପଡ଼ିଥିଲା ।

jansatta.com
ଆଇରନ ଲେଡ଼ି ପୋଲଆନାଙ୍କ କହିବା ଅନୁଯାୟୀ, ଯୁବକଜଣଙ୍କ ପ୍ରଥମେ ଲୁଚିକରି ମୋ ଉପରେ ଆକ୍ରମଣ କରିବା କଥା ଚିନ୍ତା କରିଥିଲେ । କିନ୍ତୁ ମୁଁ ତାଙ୍କୁ ଦେଖି ନେବା ପରେ ସେ ଆଜି ମୋ ପାଖରେ ବସିଯିବା ସହ ମୋତେ ସମୟ କେତେ ପଚାରିଥିଲେ । ମୁଁ ସମୟ କହିବା ପରେ ବି ସେ ଯାଇ ନଥିଲେ । ପରେ ସେ ମୋତେ ମୋ ଫୋନ ମାଗିବା ସହ ହଲିବାକୁ ଚେଷ୍ଟା କର ନାହିଁ , ମୋ ପାଖରେ ବନ୍ଧୁକ ଅଛି ବୋଲି ଡ଼ରାଇଥିଲେ । ଏହା ପରେ ମୁଁ ଠିଆ ହେବା ସହ ଯୁବକଙ୍କୁ କାବୁ କରି ବିଧା ଗୋଇଠା ମାରିବା ସହ ସହ ତାଙ୍କ ତଣ୍ଟି ଚିପି ଦେଇଥିଲି । ପରେ ସେ ମୋତେ ଛାଡ଼ି ଦିଅ ଛାଡ଼ି ଦିଅ ବୋଲି ଗୁହାରି କରିବାରୁ ମୁଁ ତାଙ୍କୁ ପୁଲିସକୁ ହସ୍ତାନ୍ତର କରିଥିଲି । ପୋଲଆନା ଯୁବକଙ୍କୁ ମାଡ଼ ମାରିବା ପରେ ଯୁବକଙ୍କ ମୁହଁର ଫଟୋ ସୋସିଆଲ ମିଡିଆରେ ଛାଡ଼ିଛନ୍ତି । ଯାହାକୁ ଦେଖି ଯୁବକ କେତେ ବଡ଼ ଭୁଲ କରିଥିଲେ ତାହା ସ୍ପଷ୍ଟ ଜଣା ପଡ଼ି ଯାଉଛି ।

LEAVE A REPLY

Please enter your comment!
Please enter your name here