ଖାଦ୍ୟରେ ଅଧିକ ପାଣି ଦେଲେ, ଗରମ କଲେ କିମ୍ବା ସ୍ପାଇସି ବନାଇଲେ ନୁ୍ୟଟ୍ରିଏଣ୍ଟ୍‌ସ ପରିମାଣ ହ୍ରାସ ପାଇଥାଏ । ଫଳରେ ଏଥିରୁ ଭିଟାମିନ୍‌ ବି ୱାନ୍‌, ଭିଟାମିନ୍‌ ସି ଆଦି ମିଳି ନ ଥାଏ । ତେଣୁ ଖାଦ୍ୟ ତିଆରି ସମୟରେ କେତେକ ଗୁରୁତ୍ୱପୂର୍ଣ୍ଣ ଟି«୍‌ ଉପରେ ଧ୍ୟାନ ଦିଅନ୍ତୁ ।
– ପ୍ରଥମେ ପନିପରିବାକୁ ଭଲଭାବେ ଧୋଇବା ପରେ କାଟନ୍ତୁ । କାଟିବା ପରେ ଧୋଇଲେ ନୁ୍ୟଟ୍ରିଶନ୍‌
କମିଯାଏ ।
– ପରିବା ଛୋଟ ଛୋଟ କରି କାଟନ୍ତୁ ନାହିଁ । ଏହାଦ୍ୱାରା ପରିବା ସିଝିବା ସମୟରେ ନୁ୍ୟଟ୍ରିଏଣ୍ଟ୍‌ସ କମିଯାଏ । ଲମ୍ବା ଲମ୍ବା ପରିବା କାଟନ୍ତୁ ।
– ପରିବାରେ କମ୍‌ ପାଣି ଦେଇ ଲୋ ଫ୍ଲେମ୍‌ରେ ସିଝାନ୍ତୁ ।
– ଥରେ ଖାଇବା ତିଆରି କରିବା ପରେ ପୁନର୍ବାର ଗରମ କରନ୍ତୁ ନାହିଁ । ଏପରି କରିବା ଦ୍ୱାରା ନୁ୍ୟଟ୍ରିଏଣ୍ଟ୍‌ସ ନଷ୍ଟ ହୋଇଥାଏ ।
– ପରିବା ସିଝିବା ପରେ ବଳକା ପାଣି ଫିଙ୍ଗନ୍ତୁ ନାହିଁ । ଏହାକୁ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରିପାରିବେ । ପରିବା ସିଝା ପାଣିବେ ଭରପୂର ଭିଟାମିନ୍‌ ଥାଏ ।
– ଆଳୁ, ଅଦା ଏବଂ ଗାଜର ଭଳି ମାଟି ତଳ ଫଳକୁ ସିଝାଇବା ପରେ ଚୋପା ଛଡ଼ାନ୍ତୁ । ଚୋପା ସହ
ସିଝାଇଲେ ନୁ୍ୟଟ୍ରିଏଣ୍ଟ୍‌ସ ମିଳିଥାଏ ।
– ଖାଦ୍ୟ ତିଆରି ସମୟରେ ବେକିଂ ସୋଡ଼ା ବ୍ୟବହାର କରନ୍ତୁ ନାହିଁ । ନଚେତ୍‌ ଭିଟାମିନ୍‌ ସି ରହେ
ନାହିଁ ।
– ହାଇ ଫ୍ଲେମ୍‌ରେ ଅଧିକ ସମୟ ପର୍ଯ୍ୟନ୍ତ ଫ୍ରାଏ କଲେ ନୁ୍ୟଟ୍ରିଏଣ୍ଟ୍‌ସ ନଷ୍ଟ ହୁଏ ।

LEAVE A REPLY

Please enter your comment!
Please enter your name here