ମାଲକାନଗିରି, ୧୧ ଅପ୍ରେଲ : ଭୋଟ୍ ଆରମ୍ଭରୁ ମାଲକାନଗିରି ଜିଲ୍ଲାରେ ଦେଖାଦେଇଛି ବିଭ୍ରାଟ । ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଥିବା ବେଳେ ଅଧିକାଂଶ ବୁଥ୍ ରେ ଇଭିଏମ୍ ମେସିନ ଅଚଳ ଥିବା ଜଣାପଡିଛି । ଫଳରେ ଏସବୁ ବୁଥ୍ ଗୁଡିକରେ ବହୁ ବିଳମ୍ବରେ ମତଦାନ ହୋଇଥିଲା । ଜିଲ୍ଲାର ଚିତ୍ରକୋଣ୍ଡା ଓ ମାଲକାନଗିରି ଦୁଇଟି ନିର୍ବାଚନ ମଣ୍ଡଳୀରେ ୫୪୦ ଟି ବୁଥ୍ ରହିଛି । ଚିତ୍ରକୋଣ୍ଡା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପାପୁଲୁରର ବୁଥ ନଂ ୨୯୧, ଏମଭି-୨୨ ଅଧିନ ବୁଥ୍ ନଂ ୧୧୬, ଓରଙ୍ଗି ବୁଥ୍ ନଂ ୧୮୩, କୁଡ଼ୁମୁଲୁଗୁମ୍ମା ବୁଥ୍ ନଂ ୧୭୬, ୧୭୭, ନୀଳାକାମ୍ବେରୁ ଏମଭି-୧୪, ମାଲକାନଗିରି ନିର୍ବାଚନମଣ୍ଡଳୀର କୁମୁଟିଗୁଡ଼ାର ବୁଥ୍ ନଂ ୬୧, ୬୫, ବେଜିଙ୍ଗିବାଡା, ବଡିଗାଟା, ଏମପିଭି-୩୫, ଏମଭି-୬୮, ଏମଭି-୯୦, କାଲିମେଳା ପ୍ରଭୃତି ସ୍ଥାନରେ ବାରମ୍ବାର ଇଭିଏମ୍ ମେସିନ ଅଚଳ ହେବା ଯୋଗୁଁ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ସକାଳୁ ଆସି ଲାଇନ୍ ରେ ଛିଡା ହୋଇଥିବା ଭୋଟର ମାନେ ବାରମ୍ବାର ଇଭିଏମ୍ ମେସିନ୍ ଅଚଳ ହେବା ଯୋଗୁଁ ନିରାଶ ହେବା ସହ ବହୁ ସଂଖ୍ୟାରେ ଭୋଟର ଭୋଟ୍ ନଦେଇ ଫେରିଯାଇଥିବା ଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here