ପୁରୀ,୨୧ା୫ :ମହାବାତ୍ୟା ଅମ୍ପନ ଲାଗି ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ଦିନକ ପାଇଁ ବନ୍ଦ ରହିଥିବା ରଥ ନିର୍ମାଣ କାର୍ଯ୍ୟ ଗୁରୁବାର ଠାରୁ ପୁନର୍ବାର ଆରମ୍ଭ ହୋଇଛି । ପ୍ରତିଦିନ ଭଳି ରଥଖଳାରେ କାମ ଆରମ୍ଭ ପୂର୍ବରୁ ରଥ ନିର୍ମାଣରେ ସମ୍ପୃକ୍ତ ସେବାୟତମାନଙ୍କରେ ଥର୍ମାଲ ସ୍କ୍ରିନିଂ କରାଯାଇଥିଲା । ଗୁରବାର ସୁଦ୍ଧା ରଥଖଳାରେ ତାଳଧ୍ୱଜ ରଥର ୧୧ଟି ଚକର ନିର୍ମାଣ ଶେଷ ହୋଇଛି ।ନନ୍ଦିଘୋଷ ରଥର ୯ଟି ଓ ଦେବଦଳନ ରଥର ୯ଟି ଚକର କାର୍ଯ୍ୟ ଶେଷ ହୋଇଛି ।

ତାଳଧ୍ୱଜ ରଥର ମୋଟ ୧୬ଟି ଯୋଖା ମଧ୍ୟରୁ ୧୨ଟି ଯୋଖା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଅବଶିଷ୍ଟ ୪ଟି ଯୋଖାର କାର୍ଯ୍ୟ ଚାଲିଛି । ସେହିପରି ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥର ମୋଟ ୧୨ଟି ଯୋଖା ମଧ୍ୟରୁ ୧୧ଟି ଯୋଖା କାର୍ଯ୍ୟ ଶେଷ ହୋଇଥିବାବେଳେ ଗୋଟିକର କାର୍ଯ୍ୟ ଚାଲିଛି । ନନ୍ଦିଘୋଷ ରଥର ମୋଟ ୧୬ଟି ଯୋଖା ମଧ୍ୟରୁ ୧୩ଟି ସମ୍ପୂର୍ଣ୍ଣ ହୋଇଥିବାବେଳେ ଅବଶିଷ୍ଟ ୩ଟି ତିଆରି ଚାଲିଛି । ୩ରଥର ୯ଟି ଲେଖାଏଁ ଜଳଯନ୍ତ୍ର ବା ରଥପାଶ୍ୱର୍ ଦେବଦେବୀଙ୍କ ଆସ୍ଥାନର କାର୍ଯ୍ୟ ଶେଷ ହୋଇଛି । ରଥର ସମ୍ମୁଖ ଭାଗ ଓ ପଶ୍ଚାତ ଭାଗର ଅଖକୁ ସାନ ଉଛଳା କୁହାଯାଇଥାଏ ।

୩ରଥର ୨ଟି ଲେଖାଏଁ ସାନ ଉଛଳା ଅଖ ସମ୍ପୂର୍ଣ୍ଣ ହୋଇଛି । ପୂର୍ବରୁ ୩ରଥର ଗୋଟିଏ ଲେଖାଏଁ ଚକ, ଅଖ ସମ୍ପୂର୍ଣ୍ଣ ହୋଇସାରିଛି । ଏବେ ୩ରଥର ୩ଟି ଲେଖାଏଁ ଅଖ କାର୍ଯ୍ୟ ଚାଲିଛି । ୩ରଥର ଚାରି ନାହାକା କାଠ ରଥଖଳାରେ ପହଞ୍ଚି ସାରିଛି । ଶୁକ୍ରବାର ଠାରୁ ଚାରିନାହାକା କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

ସେହିପରି ଜାଳଧ୍ୱଜ ରଥର ୮ଟି ଗୁଜ କାମ ଶେଷ ହୋଇଥିବାବେଳେ ଅନ୍ୟ ୮ଟିର କାମ ରୂପକାରମାନେ କରୁଛନ୍ତ । ଦେବଦଳନ ରଥର ୧୨ଟି ଗୁଜ ମଧ୍ୟରୁ ୬ଟି ଶେଷ ହୋଇଛି । ୫ଟିର ୨ ପାଶ୍ୱର୍ରେ ଖୋଦେଇ କାର୍ଯ୍ୟ ଚାଲିଛି ଏବଂ ଗୋଟିଏ ଗୁଜର ଏକପାଶ୍ୱର୍ର କାମ ଶେଷ ହୋଇଛି । ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ୧୬ଟି ଗୁଜ ମଧ୍ୟରୁ ୮ଟି କାମ ଶେଷ ହେଲାଣି । ଅନ୍ୟ ୩ଟି ଗୁଜର ଖୋଦେଇ କାର୍ଯ୍ୟ ଶେଷ ହୋଇ ଅଳଙ୍କାର କାମ ଚାଲିଛି । କରତି ସେବକମାନେ ଦୋଳବେଦୀକୋଣରେ ଗୟଳ ଚିରଟ କାର୍ଯ୍ୟ ଆରମ୍ଭ ଆରମ୍ଭ କରିଛନ୍ତି ।

LEAVE A REPLY

Please enter your comment!
Please enter your name here