ନୂଆଦିଲ୍ଲୀ : ଉତର ପ୍ରଦେଶର ଅମରୋହାରେ ବିଜୁଳି ତାର ଆଘାତ ଲାଗି ଜଣେ କୃଷକଙ୍କର ମୃତ୍ୟୁ ହୋଇଛି l ତାଙ୍କୁ ମୃତ୍ୟୁ ପରେ ଜୀବନ୍ତ କରିବା ପାଇଁ ପରିଜନ ମାନେ ଅନ୍ଧ ବିଶ୍ୱାସର ସହର ନେଇଥିଲେ ଓ ମୃତକ ବ୍ୟକ୍ତିଙ୍କ ଶବକୁ ଅନେକ ଘଣ୍ଟା ପର୍ଯ୍ୟନ୍ତ ଗୋବର ଭିତରେ ଦବାଇ ରଖି ଜୀବନ୍ତ କରିବାକୁ ଚେଷ୍ଟା କରିଥିଲେ l

ଏହି ଘଟଣା ଅମରୋହା ଥାନାର ଅଞ୍ଚଳର ଅଟେ l ଏହି ଅଞ୍ଚଳରେ ରହୁଥିବା ୫୧ ବର୍ଷୀୟ ସୁରେନ୍ଦ୍ର ସିଂହଙ୍କର ବୁଧବାର ସକାଳେ ବିଲକୁ ଚାରା ଆଣିବା ପାଇଁ ଯାଉଥିଲେ l ଯେତେବେଳେ ସେ ଟ୍ରାକ୍ଟରଟିକୁ ଷ୍ଟାର୍ଟ କରି ଯିବାକୁ ବାହାରିଲେ ,ସେହି ସମୟରେ ଅଚାନକ ଗାଡି ଉପର ଦେଇ ଯାଇଥିବା ବିଜୁଳି ଖୁଣ୍ଟରେ ତାର ଛିଡି ପଡିଲା l

ଏହି ସମୟରେ ଉପସ୍ଥିତ ଥିବା ଗ୍ରାମବାସୀ ମାନେ ବିଜୁଳି କାର୍ଯ୍ୟାଳୟକୁ ଫୋନ କରି ବିଜୁଳି କାଟ କରିବା ପାଇଁ କହିଥିଵାଲେ l ତାପରେ ସୁରେନ୍ଦ୍ର ସିଂହଙ୍କୁ ଡାକ୍ତରଖାନା  ଗଂଭୀର ଅବସ୍ଥାରେ ନିଆଯାଇଥିଲା l ବାଟରେ ନେଲା ବେଳକୁ ତାଙ୍କର ମୃତ୍ୟୁ ହୋଇଥିଲେ ମଧ୍ୟ ପରିବାର ଲୋକେ ଏହାକୁ ଗ୍ରହଣ କରି ପାରିନଥିଲେ l ଏହି ପରିସ୍ଥିରେ ପରିବାର ଲୋକଙ୍କ ମଧ୍ୟରେ ଦୁଃଖ ଖେଳିଯାଇଥିଲା l ସେହି ସମୟରେ ସେମାନେ ଅନ୍ଧ ବିଶ୍ୱାସର ସହର ନେଇ ତାଙ୍କ ଶବକୁ ଘଣ୍ଟା ଘଣ୍ଟା ଧରି ଗୋବରରେ ପୋତି ରଖିଲେ ଓ ଜୀବନ୍ତ କରିବା ପାଇଁ ଚେଷ୍ଟା କରି ଚାଲିଲେ l ଏହା ପରେ ଥାନା ଅଧିକାରୀ ଏହି ବିଷୟରେ ସୂଚନା ପାଇ ପହଞ୍ଚିଥିଲେ l ତାପରେ ଯାଇ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ l

LEAVE A REPLY

Please enter your comment!
Please enter your name here