ଫ୍ରିଜ୍‌ ର୍ୟାକ୍‌ରେ ଅଣ୍ଡା ରଖିଲେ ତାହା ଫ୍ରେସ୍‌ ଓ ଦୀର୍ଘଦିନ ପର୍ଯ୍ୟନ୍ତ ରହୁଥିବା ସମସ୍ତଙ୍କର ବିଶ୍ୱାସ ରହିଛି । କିନ୍ତୁ ଖାଦ୍ୟ ବିଶେଷଜ୍ଞଙ୍କ ମତରେ ଏହା ଦ୍ୱାରା ଅଣ୍ଡା ଶୀଘ୍ର ଖରାପ ହୁଏ ଓ ଏପରି ନ କରିବାକୁ ପରାମର୍ଶ ଦେଇଛନ୍ତି । ସାଧାରଣତଃ ସମସ୍ତେ ଅଣ୍ଡା ଫ୍ରିଜ୍‌ରେ ରଖନ୍ତି । ମାତ୍ର ଫ୍ରିଜ୍‌ ର୍ୟାକ୍‌ରେ ଅଣ୍ଡା ରଖିଲେ ଅଣ୍ଡା ଶୀଘ୍ର ସଢ଼ିଯାଏ ଓ ବ୍ୟବହାର ଉପଯୋଗୀ ହୋଇ ନ ଥିବା ବିଶେଷଜ୍ଞମାନେ ମତ ରଖନ୍ତି । ପ୍ରତିଟି ସମୟରେ ଫ୍ରିଜ୍‌ ଡୋର୍‌ ଖୋଲିବା ଓ ବନ୍ଦ କରିବା ଦ୍ୱାରା ଏହାର ତାପମାତ୍ରାରେ ପରିବର୍ତ୍ତନ ଆସିଥାଏ । ତାପାମାତ୍ରାରେ ବାରମ୍ବାର ତାରତମ୍ୟ ଦେଖା ଦେଉଥିାରୁ ଅଣ୍ଡା କେଶର ନଷ୍ଟ ହୋଇଯାଏ ଓ ସମ୍ପୂର୍ଣ୍ଣ ଅଣ୍ଡା ବି ଖରାପ ହୁଏ । ଯଦି ଅଣ୍ଡାକୁ ଫ୍ରେସ୍‌ ଓ ଦୀର୍ଘ ଦିନ ପର୍ଯ୍ୟନ୍ତ ରଖିବାକୁ ଚାହୁଁଛନ୍ତି ତେବେ ଫ୍ରିଜ୍‌ର ଏପରି ଥାକରେ ରଖନ୍ତୁ ଯେଉଁଠି ଅଣ୍ଡା ନିର୍ଦ୍ଧିଷ୍ଟ ଏକ ତାପମାତ୍ରାରେ ଥଣ୍ଡା ରହିବ । ତେବେ ଫ୍ରିଜ୍‌ ଡୋର୍‌ରେ କେଚ୍‌ଅପ୍‌, ପାଣିବୋତଲ, ସୋଡା, ଜୁସ୍‌ କେନ୍‌ ରଖିଲେ ତାପମାତ୍ରାରେ ପରିବର୍ତ୍ତନ ଆସିଲେ ଏସବୁ ଖରାପ ହୋଇ ନ ଥାଏ ।

LEAVE A REPLY

Please enter your comment!
Please enter your name here