ବାରିପଦା : ବାଲେଶ୍ୱରରୁ ବାଙ୍ଗିରିପୋଷି ଚାଲୁଥିବା ଡିଏମୟୁ ଟ୍ରେନରେ ମଙ୍ଗଳବାର ହଠାତ୍‌ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିଲା । ଯାହାକୁ ଅଗ୍ନିନିର୍ବାପକ ଦଳ ଆୟତ୍ତ କରିଥିବା ବେଳେ କାହାରି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି। ବ । େ ଲ ଶ ୍ୱ ର ର ୁ ବାଙ୍ଗିରିପୋଷିକୁ ଆସୁଥିବା ଡିଏମୟୁ ଟ୍ରେନ ଠିକ ବାଙ୍ଗିରିପୋଷି ଷ୍ଟେସନରେ ପହଞ୍ଚିବା କ୍ଷଣୀ ଇଞ୍ଜିନିରେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିଲା । ଟ୍ରେନରେ ନିଆଁ ଲାଗିଥିବା ଦେଖି ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ । ସଙ୍ଗେସଙ୍ଗେ ଷ୍ଟେସନରେ ଅଗ୍ନିନିର୍ବାପକ ଦଳ ଷ୍ଟେସନରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଟ୍ରେନରେ ନିଆଁ ଲାଗିଥିଲେ ମଧ୍ୟ ସୌଭାଗ୍ୟବସତଃ କାହାର କିଛି କ୍ଷୟକ୍ଷତି ହୋଇନଥିଲା ।ଅପରପକ୍ଷରେ ରେଲେୱ ବିଭାଗର ଏକ ଉଚ୍ଚ ପ୍ରତିନିଧିଦଳ ପହଞ୍ଚି ଘଟଣାର ତଦନ୍ତ କରିଥିଲେ । ତେବେ ରକ୍ଷାଣବେକ୍ଷଣ ଅଭାବରୁ ପୁରୁଣା ରେଳ ଇଞ୍ଜିନିରେ ନିଆଁ ଲାଗିଯାଇଥାଏ ବୋଲି ସାଧାରଣରେ ଆଲୋଚନା ହୋଇଥିଲା

LEAVE A REPLY

Please enter your comment!
Please enter your name here