ଢେଙ୍କାନାଳ: ବଳରାମପୁରରେ ବିୟର୍‌ ଫ୍ୟାକ୍ଟ୍ରି ପାଇଁ ସହସ୍ରାଧିକ ଗଛ କଟାଯିବା ଘଟଣାରେ ତୁରନ୍ତ ଗଛ କାଟିବା ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ନିର୍ଦ୍ଦେଶନାମା ଜାରି କରାଯିବା ସହ ଆରଡିସିଙ୍କୁ ମଧ୍ୟ ଅନୁସନ୍ଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଗତକାଲି ଢେଙ୍କାନାଳ ଜିଲ୍ଲା ବଳରାମପୁର ଝିଙ୍କରଗଡ଼ି ଜଙ୍ଗଲରେ ପୁଲିସ୍‌ ଛାଉଣୀ କରି ପ୍ରାୟ ହଜାରେ ମୂଲ୍ୟବାନ ଶାଳ ଗଛ କଟାଯାଇଥିଲା। ଏହାକୁ ବିରୋଧ କରି ପୁଲିସ୍-ସାଧାରଣ ଲୋକ ହାତାହାତି ହେବା ସହ ପୁଲିସ୍‌ ୨୦ ଜଣଙ୍କୁ ଅଟକ ମଧ୍ୟ ରଖିଥିଲା। ଝିଙ୍କରଗଡ଼ିରେ ଫ୍ୟାକ୍ଚ୍ରି ନିର୍ମାଣ ପ୍ରସ୍ତାବକୁ ବିରୋଧ କରି ପୂର୍ବରୁ ବଳରାମପୁର ଗାଁ ଲୋକେ ଆନ୍ଦୋଳନ ବି କରିଛନ୍ତି।

ଢେଙ୍କାନାଳରେ ଗଛକଟା ବନ୍ଦ ଓ ତଦନ୍ତ ନିର୍ଦ୍ଦେଶ ପ୍ରସଙ୍ଗ ନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର। ଆଇନ ଅନୁସାରେ କେନ୍ଦ୍ରର ବିନାନୁମତିରେ ଗଛ କଟାଯାଇଛି, ତେଣୁ ଏହା ବେଆଇନ ଓ ଦଣ୍ଡନୀୟ ଅପରାଧ ବୋଲି ସେ କହିଛନ୍ତି। ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ନଜର ବାହାରେ ମନ୍ତ୍ରୀ, ବ୍ୟୁରୋକ୍ରାଟ୍‌ସ ଏପରି କରିଥିବା କହିଛନ୍ତି ବିଜେପି ବିଧାୟକ ପ୍ରଦୀପ ପୁରୋହିତ।
Loading...

LEAVE A REPLY

Please enter your comment!
Please enter your name here