କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ଜିଲ୍ଲା ସ୍ତରୀୟ ବୈଠକ ଗୁରୁବାର ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୨୦୨୦ ମସିହାର ମୈାସୁମୀ ଆଗମନ ପୂର୍ବରୁ ଦୁର୍ବଳ ନଦୀବନ୍ଧ ମରାମତି, ଜିଲ୍ଲାରେ ଥିବା ୩୮ଟି ସୁଇସ୍ ଗେଟ୍ ଗୁଡିକର କାର୍ଯ୍ୟକାରିତାକୁ ତଦାରଖ କରିବା, ପୁରୁଣା ଘାଇ ଗୁଡିକୁ ମରାମତି କରିବା, ନଦୀବନ୍ଧ ରାସ୍ତା ଗୁଡିକୁ ବନ୍ୟାଜଳ ପ୍ରତିରୋଧ ପାଇଁ ଆବଶ୍ୟକୀୟ ମରାମତି କରିବା , ଜୁନ ମାସ ରୁ ନଭେମ୍ବର ପର୍ଯ୍ୟନ୍ତ ୬ମାସ ଧରି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକାରୀ କରିବା, ଆଳି ସାଲାଇନ ଡିଭିଜନ ର ଅଧିନରେ ଥିବା ୭ଟି ଦୁର୍ବଳ ନଦୀବନ୍ଧକୁ ଯୁଦ୍ଧ କାଳୀନ ଭିତିରେ ମରାମତି କରି ବନ୍ୟା ପ୍ରତିରୋଧ ପାଇଁ ଦୃଢ କରାଇବା ପାଇଁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ । କେନ୍ଦ୍ରାପଡା ଜିଲ୍ଲାରେ ୧୬୨.୯୪ କି.ମି ନଦୀବନ୍ଧ ସୁରକ୍ଷିତ ଅବସ୍ଥାରେ ଥିବାବେଳେ ବନ୍ୟା ଆଶଙ୍କା କୁ ନେଇ ୨୦ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମାନଙ୍କରେ ବାଲି ବସ୍ତା ଗଚ୍ଛିତ ରଖାଯାଇଥିବା ଜଳ ସମ୍ପଦ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ରାଉତ ଉକ୍ତ ବୈଠକରେ ପ୍ରକାଶ କରିଛନ୍ତି ।

ତେବେ ମୈାସୁମୀ ପୂର୍ବରୁ ବନ୍ୟା ଆଶଙ୍କାର ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ୍ଣ କରିବା ପାଇଁ ଜିଲ୍ଲାପାଳ ଜଳ ସମ୍ପଦ ବିଭାଗ , ଗ୍ରାମୀଣ ବିକାଶ ବିଭାଗ, ଆଳି ଓ ରାଜନଗର ର ସାଲାଇନ ଡିଭିଜନ କୁ ନିଦେ୍ର୍ଦଶ ଦେଇଛନ୍ତି । ଏହା ସହ ବର୍ଷା ସମୟରେ ଦୈନିକ ବର୍ଷାର ପରିମାଣ ରେକର୍ଡ କରିବା ଓ ବନ୍ୟା ଜଳ ନିଷ୍କାସନ କରିବା ସମ୍ବନ୍ଧୀୟ ସୂଚନା ଜରୁରୀ କାଳୀନ ବିଭାଗ ପକ୍ଷରୁ ପ୍ରଦାନ କରାଯିବାକୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ । ଏହି ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମାନସ କୁମାର ପରିଡା, ଅତିରିକ୍ତ ଜିଲ୍ଲାପାଳ ନରହରି ସେଠୀ, ଅତିରିକ୍ତ ଅରକ୍ଷୀ ଅଧ୍ୟକ୍ଷ ଗାଗାରିନ ମହାନ୍ତି, ଜିଲ୍ଲା ମୁଖ୍ୟ ଚିକିସôା ଅଧିକାରୀ ଉର୍ମିଳା ମିଶ୍ର, ଜରୁରୀ କାଳୀନ ଅଧିକାରୀ ସମ୍ବିଦ ଶତପଥୀ, ଆରଡି ନିର୍ବାହୀ ଯନ୍ତ୍ରୀ ଏ କେ ମହାପାତ୍ର, ସାଲାଇନ ନିର୍ବାହୀ ଯନ୍ତ୍ରୀ ପୂର୍ଣ୍ଣ ଚନ୍ଦ୍ର ରଥ ସମେତ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here