ଭୁବନେଶ୍ୱର/ବାଲେଶ୍ୱର/ଜଳେଶ୍ୱର/ଧର୍ମଶାଳା : ଭ୍ରଷ୍ଟାଚାରୀ ରୂପୀ ଶିଶୁ ଦାନବ ଏବେ ନବୀନ ବାବୁଙ୍କ ଘରେ । ବଡ ଦାନବ ମାନେ ତାଙ୍କର ମୁଖ୍ୟ କାର୍ପଟଦାର ସାଜିଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନିଜ ଘରେ ରହିଥିବା ସରୋଜ ସାହୁ କିଏ ଓ କେଉଁ କାମରେ ସଂଶ୍ଲିଷ୍ଟ ଥିବାରୁ ତାଙ୍କୁ ସିବିଆଇ ଜେରା କରିଥିଲା ଏହି ପ୍ରଶ୍ନର ଜବାବ ମୁଖ୍ୟମନ୍ତ୍ରୀ ଦେବାକୁ ଆହ୍ୱାନ କରିଛନ୍ତି ଶ୍ରୀ ପ୍ରଧାନ । ବାଘ ଅନେକ ଶିକାର କରି ଥକି ଯାଏ , ସେ କୁହେ ମୁଁ ଏବେ ସନ୍ନ୍ୟାସୀ ଓ ସାଧୁ ହୋଇଗଲି ଆଉ ଶିକାର କରିବିନି । ଯେଉଁମାନେ ଦୁର୍ନୀତି କରି ଓଡିଆର ଯୁବକଙ୍କ ହକକୁ ଲୁଣ୍ଠନ କଲେ ସେମାନେ ଆଜି କାହାଣୀ ଶୁଣାଉଛନ୍ତି । ମୂର୍ତିଚୋର ଓ ଖଣିଚୋର ଏବଂ ଡଙ୍କାରୀ ଚୋରଙ୍କ ପୁତ୍ର ମାନଙ୍କ ହାତରେ ଯାଜପୁର ଜିଲା ଶାସନ । ଏଠି ପିସି ନଦେଲେ କାମ ହେଉନାହିଁ ବୋଲି ସେ କହିଛନ୍ତି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର, ସୋର ଓ ଯାଜପୁର ଜିଲାର ଧର୍ମଶାଳା ଠାରେ ଅନୁଷ୍ଠିତ ଜବାବ ମାଗୁଛି ଓଡିଶା କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ରାଜ୍ୟକୁ ତଳିତଳାନ୍ତ କରିବା ପାଇଁ ଶାସକ ବିଜେଡି ଦଳ ଷଡଯନ୍ତ୍ର କରିଛି । ଅସାଧୁ ୨-୫ ଜଣ କର୍ମଚାରୀ ଏବେ ଶାସକ ଦଳର ହାତବାରିସୀ ସାଜିଛନ୍ତି । ଯାହାଫଳରେ ୧୯ ବର୍ଷରେ ରାଜ୍ୟରେ ଦୁର୍ନୀତି ବଢିବାରେ ଲାଗିଛି । ୧୯ ବର୍ଷ ଶାସନରେ ନବୀନ ସରକାର  ଜମିକୁ ପାଣି, ମା ଭଉଣୀଙ୍କୁ ପିଇବା ପାଣି, ବିଦ୍ୟାଳୟକୁ ଶିକ୍ଷକ, ଡାକ୍ତରଖାନାକୁ ଡାକ୍ତର ଦେବାରେ ବିଫଳ ହୋଇଛନ୍ତି । ମିଛ କହୁଥିବା ଏହି ସରକାରଙ୍କୁ ବଦଳାଇବାର ସମୟ ଆସିଛି । ମୂକ, ବଧିର, ଅନ୍ଧ, ସମ୍ବେଦନହୀନ
ସରକାରଙ୍କୁ ଜବାବ ମାଗିବା ପାଇଁ ସାଧାରଣ ଜନତାଙ୍କୁ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଚିଟଫଣ୍ଡ ଦୁର୍ନୀତିରେ ଖୋଦ୍ ଶାସକ ଦଳର ନେତା ଓ ମନ୍ତ୍ରୀ ମାନେ ସମ୍ପୃକ୍ତି ଅଛନ୍ତି । ପାଖ ଜିଲାର ଜଣେ ସାଂସଦ ଏବେ ଜାମିନ୍ ରେ ଆସିଥିବା ବେଳେ ସ୍ଥାନୀୟ ସାଂସଦ ଆଗୁଆ ଜାମିନ ଆଣିଛନ୍ତି । ମନ ଭିତରେ ଡର ଅଛି କାଳେ ଗିରଫ ହେବେ । ଏହି ଭୟରେ ସେ ଜାମିନ ଆଣିଛନ୍ତି । ହେଲେ ସେହି ସାଂସଦ ଏବେ ଉତର ଓଡିଶାରେ ବିଜେଡି ଦଳର ମଙ୍ଗୁଆଳ ସାଜିଛନ୍ତି ।

 ମୂର୍ତି, ଖଣି, ଏବଂ ଡଙ୍କାରୀ ଚୋରଙ୍କ ପୁତ୍ର ମାନଙ୍କ ହାତରେ ଯାଜପୁର ଜିଲାର ଶାସନ

 ଓଡିଆ ଯୁବକଙ୍କ ହକ୍ ଲୁଣ୍ଠନକାରୀ ଏବେ ଶୁଣାଉଛନ୍ତି କାହାଣୀ
 ରାଜ୍ୟକୁ ତଳିତଳାନ୍ତ କରିବା ପାଇଁ ଶାସକ ବିଜେଡି ଦଳ ଷଡଯନ୍ତ୍ର କରିଛି
 ଅସାଧୁ ୨-୫ ଜଣ କର୍ମଚାରୀ ଏବେ ଶାସକ ଦଳର ହାତବାରିସୀ ସାଜିଛନ୍ତି
 ୧୯ ବର୍ଷରେ ରାଜ୍ୟରେ ଦୁର୍ନୀତି ବଢିବାରେ ଲାଗିଛି
 ୧୯ ବର୍ଷ ଶାସନରେ ନବୀନ ସରକାର ଜମିକୁ ପାଣି, ମା ଭଉଣୀଙ୍କୁ ପିଇବା ପାଣି, ବିଦ୍ୟାଳୟକୁ ଶିକ୍ଷକ, ଡାକ୍ତରଖାନାକୁ ଡାକ୍ତର ଦେବାରେ ବିଫଳ ହୋଇଛନ୍ତି
 ମୂକ, ବଧିର, ଅନ୍ଧ, ସମ୍ବେଦନହୀନ ସରକାରଙ୍କୁ ଜବାବ ମାଗିବା ପାଇଁ ସାଧାରଣ ଜନତାଙ୍କୁ ଆହ୍ୱାନ
 ରାଜ୍ୟ ସରକାର ୧୯ ବର୍ଷରେ ଓଡିଆ ଲୋକଙ୍କୁ ଦିନରେ ଲଣ୍ଠନ ଦେଖାଉଛନ୍ତି
 ସୁବର୍ଣ୍ଣରେଖା ନଦୀ କୂଳରେ ଜଳେଶ୍ୱର ବ୍ଲକରେ ମେଗା ଜଳ ସେଚନ ପ୍ରକଳ୍ପ ହୋଇପାରିଲା ନାହିଁ
 ଓଡିଶାରେ କଟନୀ-ଛଟନୀ ନାଁରେ ନିର୍ବାଚନ ପାଇଁ ଶାସକ ଦଳ ପାଣ୍ଠି ସଂଗ୍ରହ କରୁଛି

ଶ୍ରୀ ପ୍ରଧାନ କହିଛନ୍ତି ଯେ, କେନ୍ଦ୍ରର ମୋଦି ସରକାର ଓଡିଶାର ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି । ଭାରତ ସରକାରଙ୍କ ରେଳ ବିଭାଗ ତରଫରୁ ୫୦ କୋଟି ଟଙ୍କାରୁ ଉଦ୍ଧ୍ୱର୍ ଟଙ୍କା ଖର୍ଚ୍ଚ କରି ବାଲେଶ୍ୱର ଜିଲ୍ଲାର ଜଳଶ୍ୱର ଅଂଚଳରେ ବିକାଶର ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ହେବ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ରାଜ୍ୟ ସରକାର ଜଳେଶ୍ୱରକୁ ଅଣଦେଖା କରୁଛନ୍ତି । ଜଳେଶ୍ୱର ଓଡିଶା ରାଜ୍ୟର ଏକ ପୂରୁଣା ନଗରୀ । ମାତ୍ର ଏଠାରେ ପାନୀୟ ଜଳର ବ୍ୟବସ୍ଥା ନାହିାଁ ୧୯ ବର୍ଷର ଶାସନ କାଳରେ ନବୀନ ବାବୁ ଘରକୁ ପାଇପ ଯୋଗେ ପିଇବା ପାଣି ଦେଇପାରିଲେ ନାହିଁ । ହେଲେ ମୋଦି ସରକାର ବାଲେଶ୍ୱରର ପତ୍ୟେକ ଘରକୁ ପାଇପ ଯୋଗେ ଗ୍ୟାସ ଦେବାପାଇଁ ଯୋଜନା ଆରମ୍ଭ କରିଛନ୍ତି । ଜଳେଶ୍ୱର ବ୍ଲକରେ ୬୨ ହଜାର ଘର ରହିଥିବା ବେଳେ ମୋଦି ସରକାର ଆସିବା ପୂର୍ବରୁ ୧୦୦୦ ଘରେ ଗ୍ୟାସ ସଂଯୋଗ ନଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦାୟିତ୍ୱ ନେବା ପରେ ଉଜ୍ଜଳା ଯୋଜନାରେ ୧୫, ୦୦୦ ଘରକୁ ଗ୍ୟାସ ପାଇମ ମାଧ୍ୟମରେ ଏଲପିଜି କନେକ୍ସନ ଯୋଗାଇଦେଲେ । ମାତ୍ର ଏ ସରକାର ଏତେ ବର୍ଷଶାସନରେ ରହିବା ପରେ ମଧ୍ୟ ପ୍ରତି ଘରକୁ ପିଇବା ପାଣି ମୁନ୍ଦାଏ ପହଂଚାଇପାରିଲେ ନାହିଁ । ରାଜ୍ୟ ସରକାର ୧୯ ବର୍ଷରେ ଓଡିଆ ଲୋକଙ୍କୁ ଦିନରେ
ଲଣ୍ଠନ ଦେଖାଉଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ସୁବର୍ଣ୍ଣରେଖା ନଦୀ କୂଳରେ ଜଳେଶ୍ୱର ବ୍ଲକରେ ମେଗା ଜଳ ସେଚନ ପ୍ରକଳ୍ପ ହୋଇପାରିଲା ନାହିାଁ ସୁବର୍ଣ୍ଣରେଖାରେ ବନ୍ୟା ଆସୁଛି । ଏ ସବୁର ଜବାବ୍ ମାଗିବା ଦରକାର । ଏ ଅଂଚଳରେ ଚାଷୀ ଧାନ କ୍ୱିଂଟାଲ ପିଛା ୧୭୫୦ ଟଙ୍କାରେ ନବିକି ଶାସକ ଦଳର ଅସାଧୁ ମିଲରଙ୍କ ପାଇଁ କମ୍ ପଇସାରେ ବିକ୍ରି କରିବାକୁ ବାଧ୍ୟ ହେଉଛି । ୧୭୫୦ ଟଙ୍କାକୁ ଚାଷୀକୁ ଉପଲବ୍ଧ କରାଯାଉନାହିଁ । ଓଡିଶାରେ କଟନୀ-ଛଟନୀ ନାଁରେ ନିର୍ବାଚନ ପାଇଁ ଶାସକ ଦଳ ପାଣ୍ଠି ସଂଗ୍ରହ କରୁଛି । ଏ ପ୍ରଶ୍ନର ଜବାବ ମାଗିବାର ସମୟ ଆସିଛି । ବାଲେଶ୍ୱର ଜିଲ୍ଲାରେ ଡାକ୍ତର ନାହାନ୍ତି ।ଜିଲ୍ଲାରେ ୨୮୫ଟି ପଦବୀରୁ ୧୪୩ଟି ଡାକ୍ତର ପଦବୀ ଖାଲି ରହିଛି । ଏହାର ଜବାବ ମଗିବାର ସମୟ ଆସିଛି । ଭାରତ ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ଓଡିଶାରେ ଲାଗୁ  ହେଲା ନାହିଁ । ନରେନ୍ଦ୍ର ମୋଦୀ ଭାରତ ବର୍ଷର ଗରିବ ଲୋକଙ୍କ ପାଇଁ ଚିକିତ୍ସା ସେବା ଉପଲବ୍ଧ କଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଏହି ଯୋଜନାକୁ ଲାଗୁ କଲେ ନାହିଁ । ଗରୀବ ଲୋକଙ୍କୁ ଚିକିତ୍ସା ଦେଲେ ନାହିଁ । ଶ୍ରୀ ପ୍ରଧାନ କହିଛନ୍ତି ରାଜ୍ୟରେ ବେକାର ଯୁବକଙ୍କ ସଂଖ୍ୟା ଅଧିକ । ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ କାହାର ପରାମର୍ଶ ନନେଇ କାର୍ଯ୍ୟକ୍ରମ କରାଗଲା । ଆସାଧୁ ଶାସକ ଦଳର ଲୋକଙ୍କ ଦ୍ୱାରା ଏହି କାର୍ଯ୍ୟ ଚାଲୁଛି । ରାଜ୍ୟରେ ସରକାରଙ୍କୁ ପରିବର୍ତନ କରିବାର ସମୟ ଆସିଛି । ଏହି ପରିପ୍ରେକ୍ଷୀରେ ୯୫୫୫୨୨୭୨୨୭ ନମ୍ବରରେ କଲ କରି ଜବାବ ମାଗୁଛି ଓଡିଶା ଅଭିଯାନରେ ସାମିଲ ହେବାପାଇଁ ସାଧାରଣ ଜନତାଙ୍କୁ ଆହ୍ୱାନ କରିଥିଲେ ।

LEAVE A REPLY

Please enter your comment!
Please enter your name here