nalco

ବାଲେଶ୍ୱର/ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ନେଇ ଯେଉଁମାନେ ଭୟଭୀତ ହୋଇପଡିଛନ୍ତି ସେମାନେ ଡିଏଫଓ ଙ୍କ ଭଳି ଭଡାଟିଆଙ୍କୁ ଲଗାଇ ଅପପ୍ରଚାର କରୁଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ଗଣମାଧ୍ୟମ ପ୍ରତିନିଧିଙ୍କ ଏ ସମ୍ପର୍କିତ ପ୍ରଶ୍ନର ଉତର ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ ଯେ ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର କେଉଁଠି ଓହ୍ଲାଇବ ଏହା ସ୍ଥାନୀୟ ପ୍ରଶାସନ ନିଷ୍ପତି କରେ । ଡିଏଫଓ କଣ ଏସପି କଲେକ୍ଟରଙ୍କ ବିରୋଧରେ ଅଭିଯୋଗ କରୁଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି । ଗରିବ ଲୋକଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ବିଅର ଫ୍ୟାକ୍ଟ୍ରି ପାଇଁ ସରକାର ହଜାର ହଜାର ଗଛ କଟାଇଲେ । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତରେ ଭୟଭୀତ ହୋଇ ସେମାନେ ଏପରି ଅପପ୍ରଚାର କରଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

LEAVE A REPLY

Please enter your comment!
Please enter your name here