ଧର୍ମଶାଳା ତହସିଲ ଅଞ୍ଚଳର ବିଭିନ୍ନ ଖାଦାନରେ ଚାଲିଥିବା ବେଆଇନ କାରବାରରେ ରୋକ ଲଗାଇବାକୁ ପୋଲିସ ଓ ପ୍ରଶାସନ ପକ୍ଷରୁ ଚଢାଉ ଜୋରଦାର କରାଯାଇଛି । ଗତକାଲି ତହସିଲ ଓ ଜେନାପୁର ପୋଲିସ ମିଳିତ ଭାବେ ବାଘୁଆ କଳାପଥର ଖାଦାନ ଉପରେ ରାତି ଅଧିଆ ଚଢାଉ କରିଥିଲେ । ଏହି ସମୟରେ ସେଠାରେ ଖାଦାନରୁ ବେଆଇନ ଭାବେ କଳାପଥର ଉତ୍ତୋଳନ କରୁଥିବା ୫ଜଣ ପଥର ମାଫିଆଙ୍କୁ ଗିରଫ କରିବା ସହ ସେମାନେ ବ୍ୟବହାର କରୁଥିବା ୩ଟି ବାଇକ ଓ ୩ଟି କଳାପଥର ବୋଝେଇ ଟ୍ରାକ୍ଟରକୁ ଜବତ କରିଥିଲେ । ଗିରଫ ମାଫିଆମାନେ ହେଲେ ସ୍ଥାନୀୟ ମୁକୁନ୍ଦପୁର ଗ୍ରାମର ବାବୁଲି ଓଝା ଓ ବାରଣ ଓଝା,ବାରକଣା ଗ୍ରାମର ସନାତନ ମଲିକ ଓ ରବିନ୍ଦ୍ର ମଲିକ,କଳିଙ୍ଗନଗର ଥାନା ରାଇଟିକର ଗ୍ରାମର ତାପସ ବସନ୍ତିଆ ବୋଲି ଜଣାପଡିଛି । ଏମାନଙ୍କୁ ଆଜି ଚଣ୍ଡିଖୋଲ କୋର୍ଟକୁ ଚାଲାଣ କରାଯାଇଛି ।ଜବତ ହୋଇଥିବା ପଥର ବୋଝେଇ ଟ୍ରାକ୍ଟର ଓଆର୦୫-ଏଆର-୪୪୮୯,ଓଡି୦୪-କେ-୨୧୮୯,ଓଡି୦୪-କେ-୦୪୫୧,ଗୁଡିକୁ ଚଢେଇଧରାସ୍ଥିତ ବିଟ ହାଉସରେ ରଖାଯାଇଛି । ପରେ ଏହି ଟିମ୍ କୋହ୍ଲା ଅଞ୍ଚଳର ଏକ କଳାପଥର ବୋଝେଇ ଟିପର ସହିତ ମାଲିକ ପୂର୍ଣ୍ଣଚନ୍ଦ୍ର ଜେନାଙ୍କୁ ଗିରଫ କରାଯାଇଛି ।

LEAVE A REPLY

Please enter your comment!
Please enter your name here