ଧାମନଗର- ଷେଣ୍ଢପୁର ରାସ୍ତାର ଦୋବଲ ଠାରେ ଗେଙ୍ଗୁଟି ନଦୀ ଉପରେ ନିର୍ମାଣାଧିନ ଏକ ପୋଲ ଉପରେ କାର୍ଯ୍ୟରତ ଜଣେ ଶ୍ରମିକର ୧୧କେଭିଏ ବିଦୁ୍ୟତ୍ ତା’ର ସଂସ୍ପର୍ଶରେ ଆସି ମୃତୁ୍ୟ ହୋଇଥିବା ଜଣାଯାଇଛି । ମଙ୍ଗଳବାର ଦିନ ପ୍ରାୟ ୯ଟା ସମୟରେ ଗେଙ୍ଗୁଟି ନଦୀରେ ନିର୍ମାଣାଧିନ ପୋଲ ଉପରେ ଛିଡ଼ା ହୋଇ ଜଣେ ଶ୍ରମିକ ଏକ ଲୁହା ପାଇପ୍ ଉପରକୁ ଉଠାଉଥିଲା ।

ଅସାବଧାନତା ହେତୁ ଲୁହା ପାଇପ୍ଟି ଉପରେ ଝୁଲୁଥିବା ବିଦୁ୍ୟତ୍ ତାର ସଂସ୍ପର୍ଶରେ ଆସିଥିଲା । ଫଳରେ ନିର୍ମାଣ ଶ୍ରମିକ ଜଣକର ଘଟଣା ସ୍ଥଳରେ ମୃତୁ୍ୟ ହୋଇଥିବାବେଳେ ଅନ୍ୟ ଜଣେ ଶ୍ରମିକ ଗୁରୁତର ଆହତ ହୋଇଥିଲା । ଉଭୟଙ୍କୁ ତୁରନ୍ତ ଧାମନଗର ଡ଼ାକ୍ତରଖାନା କୁ ନିଆଯାଇଥିବାବେଳେ ରାଜା ସାହା (୨୪)ର ମୃତୁ୍ୟ ହୋଇଥିବା ଡ଼ାକ୍ତର କହିଥିଲେ । ଗୁରୁତର ଆହତ ସାଜନ ସାହା (୨୨)କୁ ଅଧିକ ଚିକିତ୍ସା ନିମନ୍ତେ ଭଦ୍ରକ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ।

ଉଭୟ ମୃତ ଓ ଆହତ ଯୁବକଙ୍କ ଘର ଧାମନଗର ବ୍ଲକ ଅନ୍ତର୍ଗତ ବୟାଂଡ଼ିହ ପଞ୍ଚାୟତ ଗୁଡ଼ିପୋଖରୀ ଗ୍ରାମରେ ବୋଲି ଜଣାଯାଇଛି । ମୃତ ରାଜା ସାହାର ବାପା ସନିଆ ସାହା ପୁଅର ଅସାବଧାନତା ହେତୁ ବିଦୁ୍ୟତ୍ ତାରରେ ଲାଗି ମୃତୁ୍ୟ ହୋଇଛି ବୋଲି ଧାମନଗର ଥାନାରେ ଲିଖିତ ଭାବେ ଜଣାଇଥିଲେ । ଧାମନଗର ପୋଲିସ ୧୪/୨୦ରେ ଏକ ଅପମୃତୁ୍ୟ ମାମଲା ରୁଜୁକରି ରାଜା ସାହାର ମୃତ ଦେହକୁ ଜବତ୍ କରି ବ୍ୟବଛେଦ ପାଇଁ ପଠାଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here