ଧାମନଗର: ଡ଼ିସେମ୍ବର ୧ତାରିଖ ଠାରୁ ରାଜ୍ୟରେ ସଡ଼କସୁରକ୍ଷା ଆଇନ୍ କଢା କଢିଭାବେ କାର୍ଯ୍ୟକାରୀ ହେଉଥିବାବେଳେ ଧାମନଗର ପୋଲିସ ତରଫରୁ ଆଜି ସଡ଼କ ସୁରକ୍ଷା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା । ଧାମନଗର ଏନ୍ଏସି ଅଞ୍ଚଳର ବିିଭିନ୍ନ ସ୍ଥାନର ପୋଲିସ ଟିମ୍ ବାଇକ୍ ·ଳକ ଓ ଗାଡ଼ି ଡ଼୍ରାଇଭର ମାନଙ୍କୁ ଅଟକାଇ ମୋଟର ଆଇନ୍ ସମ୍ପର୍କରେ ବୁଝାଉଥିବା ଦେଖିବାକୁ ମିଳିଥିଲା । ବିଶେଷ କରି ବିନା ହେଲମେଟରେ ବାଇକ୍ ଚଳାଉଥିବା ଓ ବାଇକ୍ରେ ଉଭୟ ·ଳକ ଓ ବସିଥିବା ବ୍ୟକ୍ତି ହେଲମେଟ ଲଗାଇବା ସମ୍ପର୍କରେ ପୋଲିସ ଲୋକଙ୍କୁ ସଚେତନ କରୁଥିଲେ । ବେପରୁଆ ଭାବେ ଦୃତ ଗତୀରେ ବାଇକ୍ ଚଳାଉଥିବା ଯୁବକମାନଙ୍କ ଉପରେ କଢା ନଜର ରଖାଯାଉଥିବାବେଳେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍ଡ଼ିପିଓ ମନୋରଂଜନ ସାମଲ ସୂଚନା ଦେଇଥିଲେ । ଏହି ଭ୍ରାମ୍ୟମାଣ ସଚେତନତା କାର୍ଯ୍ୟକ୍ରମରେ ଥାନା ଏସ୍ଆଇ ମୋତିଲାଲ ମାରାଣ୍ଡି, ଏଏସ୍ଆଇ ପ୍ରଦୀପ କୁମାର ଦାସ ସମେତ ବହୁ ପୋଲିସ କର୍ମ·ରୀ ସାମିଲଥିଲେ ।

LEAVE A REPLY

Please enter your comment!
Please enter your name here