ଧାମନଗର : ଦିଲ୍ଲୀ ଦଙ୍ଗାରେ ବିଶିଷ୍ଟ କମୁ୍ୟନିଷ୍ଟ ନେତା ସୀତାରାମ ୟେଚୁରୀଙ୍କୁ ଜଡ଼ିତ କରିବା କେନ୍ଦ୍ର ବିଜେପି ନେତୃତ୍ୱାଧିନ ସରକାରର ଏକ ହୀନ ଷଡ଼ଯନ୍ତ୍ର ବୋଲି ମାର୍କ୍ସବାଦୀ କମୁ୍ୟନିଷ୍ଟ ପାର୍ଟି ତରଫରୁ ଅଭିଯୋଗ କରାଯାଇଛି । ମଙ୍ଗଳବାର ପୂର୍ବାହ୍ନରେ ଧାମନଗର ବିଜୁ ପଟ୍ଟନାୟକ ଛକଠାରେ ଆୟୋଜିତ ଏକ ପଥପ୍ରାପ୍ତ ସଭାରେ ସ୍ଥାନୀୟ କମୁ୍ୟନିଷ୍ଟ ପାର୍ଟିର କର୍ମୀମାନେ ଏହି ଅଭିଯୋଗ କରିଛନ୍ତି ।

ଦେଶରେ ଅସହିଷ୍ଣୁ ବିଜେପି ଜନସାଧାରଣଙ୍କ ଗଣତାନ୍ତ୍ରିକ ଓ ସାମ୍ବିଧାନିକ ଅଧିକାରକୁ କଣ୍ଠରୋଧ କରୁଥିବାବେଳେ ଲେଖକ, ବୁଦ୍ଧିଜୀବୀ, ସାମ୍ବାଦିକ ଓ ବିରୋଧି ରାଜନୈତିକ ଦଳର ନେତାମାନଙ୍କ ବିରୁଦ୍ଧରେ ଆକ୍ରମଣାତ୍ମକ ପଦକ୍ଷେପ ନେଉଛି ।

ବିଜେପିର ଏପରି କାର୍ଯ୍ୟକଳାପକୁ ସିପିଆଇ(ଏମ୍) ଘୋର ନିନ୍ଦା କରିବା ସହିତ ଦେଶବ୍ୟାପି ଏହାର ପ୍ରତିବାଦରେ ସାମିଲ ହେବାପାଇଁ ଜନସାଧାରଣଙ୍କୁ ଆହ୍ୱାନ କରିଛି । ଓଡ଼ିଶା କୃଷକ ସଭା ଧାମନଗର ବ୍ଲକ ଉପସଭାପତି ଦୁର୍ଗାଚରଣ ଅଧିକାରୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କମୁ୍ୟନିଷ୍ଟ ପାର୍ଟି ଜିଲ୍ଲା କମିଟିସଭ୍ୟ ଆଇନ୍ଜୀବୀ ଜୟନୁଲ ଆବେଦିନ୍, ଧାମନଗର ଆଞ୍ଚଳିକ କମିଟି ସମ୍ପାଦକ ଗୟାଧର ସାହୁ, ସଭ୍ୟ ପ୍ରତାପ ଦାସ, ପରମେଶ୍ୱର ଜେନା, ଆଲ୍ଲାଉଦ୍ଦିନ୍ ଖାଁ ଓ ସକୁନ୍ତଳା ଜେନା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ

LEAVE A REPLY

Please enter your comment!
Please enter your name here