ଧାମନଗର : ବୈତରଣୀର ପ୍ରଳୟଙ୍କରୀ ବନ୍ୟାରେ ଧାମନଗର ଅଞ୍ଚଳର ନାହିଁ ନଥିବା କ୍ଷୟକ୍ଷତି ହୋଇଥିବା ବେଳେ ବନ୍ୟା ବିପନ୍ନ ଲୋକଙ୍କୁ ସରକାରୀ ରିଲିଫ୍ ସହାୟତା ଯୋଗାଇବା ଆରମ୍ଭ ହୋଇଛି ।  ଧାମନଗର ବ୍ଲକର ୨୭ଗୋଟି ପଞ୍ଚାୟତର ୩୬ହଜାର ୭ଶହ ୭୯ ଗୋଟି  ବନ୍ୟା ବିପନ୍ନ ପରିବାରକୁ ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ରିଲିଫ୍ ଦିଆଯାଉଥିବା ଜଣାଯାଇଛି । ଲଗାତାର ଲଘୁଚାପ ଜନିତ ପବ୍ରଳ ବର୍ଷା ଓ ପରେ ବୈତରଣୀ ଓ ତା’ର ଶାଖା ନଦୀ ଗେଙ୍ଗୁଟି, କୋଚିଳା ଏବଂ ରେବ, କପାଳୀ, ଯ’ ଇତ୍ୟାଦି ନଦୀରେ ବନ୍ୟା ଆସି ଧାମନଗର ଅଞ୍ଚଳର ଜନଜୀବନକୁ ଅସ୍ତବ୍ୟସ୍ତ କରିଥିଲା ।

ଏହି ବନ୍ୟାରେ ପ୍ରାୟ ୧୨ହଜାର ୭ଶହ ୩୨ ହେକ୍ଟର ଚାଷ ଜମି ଜଳାର୍ଣ୍ଣବ ହୋଇଥିବା ବେଳେ ୧୧ହଜାର ୭ ଶହ ୭୭ ହେକ୍ଟର ଚାଷ ନଷ୍ଟ ହୋଇଥିବା ଜଣାଯାଇଛି । ସେହିପରି ବର୍ଷା ଓ ବନ୍ୟାରେ ୨ହଜାର ୬ଶହ ୨୬ଟି କଚ୍ଚାଘର ସମ୍ପୂର୍ଣ୍ଣ କିମ୍ବା ଆଶିଂକ ନଷ୍ଟ ହୋଇଥିôବା ବେଳେ ୩୭ଟି ଗୋରୁ ଗୁହାଳ ଭାଙ୍ଗିଥିବା ପ୍ରାଥମିକ ସରକାରୀ ରିପୋର୍ଟରୁ ଜଣାଯାଇଛି । ଗୋରୁଗାଈଙ୍କ ପାଇଁ  ପ୍ରଥମ ଦଫାରେ ୧୨୬ ମେଟି୍ରକଟନ ଗୋଖାଦ୍ୟ ବଣ୍ଟା ଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କ୍ରମେ ପ୍ରତି ପରିବାରକୁ ୫୦କିଲୋଗ୍ରାମ ଚାଉଳ ଓ ୫୦୦ଟଙ୍କା ମଞ୍ଜୁର କରାଯାଇଥିବା ବେଳେ ଧାମନଗର ବ୍ଲକର ବନ୍ୟା ବିପନ୍ନଙ୍କ ପାଇଁ ମୋଟ ୧୮ ହଜାର ୩ଶହ ୮୯ କୁ୍ୟଇଣ୍ଟାଲ ଚାଉଳ ଓ ୧କୋଟି ୮୩ଲକ୍ଷ ୮୯ହଜାର ୫ଶହ ଟଙ୍କା ମଞ୍ଜୁର କରାଯାଇଥିବା ଜଣାଯାଇଛି । ରାଜସ୍ୱ ବିଭାଗ ତରଫରୁ ଘରକୁ ଘର ବୁଲି କ୍ଷୟକ୍ଷତିର ଆକଳନ କରାଯାଉଥିବା ବେଳେ ଖୁବ୍ ଶିଘ୍ର ସଠିକ୍ ଘରଭଙ୍ଗା   ତଥ୍ୟ ମିଳିବ ବୋଲି ଅତିରିକ୍ତ ତହସିଲଦାର ଅଭିପ୍ସା ପଟ୍ଟନାୟକ ସୂଚନା ଦେଇଛନ୍ତି । ଧାମନଗର ବ୍ଲକର ୩୧ଗୋଟି ପଞ୍ଚାୟତ ମଧ୍ୟରୁ ୨୭ଗୋଟି ପଞ୍ଚାୟତର କ୍ଷତିଗ୍ରସ୍ତ ପରିବାରକୁ ରିଲିଫ ମଞ୍ଜୁର ହୋଇଥିବା ବେଳେ ଚୁଡାକୁଟି, ଦଇପୁର, ଗୋବିନ୍ଦପୁର ଓ କଲ୍ୟାଣୀ ପଞ୍ଚାୟତକୁ  ଏଥିରୁ ବାଦ ଦିଆଯାଇଛି ।

ସେହିପରି ଧାମନଗର ଏନଏସିର ୧୧ଟି ୱାର୍ଡର ଲୋକେ ଲଘୁଚାପ ବର୍ଷା ଓ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେମାନଙ୍କୁ ଏହି ସୁବିଧାରୁ ବଞ୍ଚôତ କରାଯାଇଛି । ସରକାରୀ ବିଜେଡି ଦଳର ଧାମନଗର ବ୍ଲକ ନେତୃ ମଣ୍ଡଳୀ ସ୍ଥାନୀୟ ବିଡିଓଙ୍କୁ ଭେଟି ସମଗ୍ର ଧାମନଗର ବ୍ଲକ ଓ ଏନଏସି ଅଞ୍ଚଳକୁ ଲଘୁଚାପ ବର୍ଷା ଓ ବନ୍ୟା କ୍ଷତିଗ୍ରସ୍ତ ବୋଲି ଘୋଷଣା କରିବା ସହିତ  ସମସ୍ତ ପରିବାରକୁ ରିଲିଫ୍ ମଞ୍ଜୁର କରିବା ପାଇଁ ଦାବି କରିଛନ୍ତି । ଏପରି ଦାବିକୁ ଅନୁଧ୍ୟାନ କରାଯାଉଛି ବୋଲି ବିଡିଓ ଦୁର୍ଗା ଚରଣ ମୁର୍ମୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here