ଭୁବନେଶ୍ୱର :  ଦେଶର ଦୀର୍ଘମିଆଦି ଅର୍ଥନୀତିରେ ପ୍ରଗତି ଆଣିବା ପାଇଁ ସୁଯୋଗ ସୃଷ୍ଟି ହୋଇଛି । ଦେଶ ବିକାଶ ପଥରେ ଆଗେଇଛି । ସମଗ୍ର ବିଶ୍ୱରେ ଶକ୍ତି ବ୍ୟବହାରରେ ଭାରତ ୩ ନମ୍ବର ସ୍ଥାନରେ ରହିଛି । ଆସନ୍ତା ୨୦-୩୦ ବର୍ଷ ମଧ୍ୟରେ ଆମେ ୧ କିମ୍ବା ୨ ନମ୍ବର ହେବୁ । ଦେଶରେ ନାଗରିକ ମାନଙ୍କୁ ଅଧିକରୁ ଅଧିକ ଅର୍ଥନୈତିକ ପ୍ରଗତି ମିଳିବା ପାଇଁ ଉଦ୍ୟମ କରାଯାଉଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଲାଇଫ ଇନସ୍ୟୁରାନସ ଏଜେଂଟ ଅଲଇଣ୍ଡିଆ ଫେଡେରସନର ରାଷ୍ଟ୍ରୀୟ ଅଧିବେଶନରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏଜେଂଟ ମାନଙ୍କର କାର୍ଯ୍ୟକୁ ଭୂୟସୀ ପ୍ରଂଶସା କରିଥିଲେ । ସାରା ଦେଶରେ ଆଜି ୧୧ ଲକ୍ଷ ଏଜେଂଟ ଲୋକମାନଙ୍କ ବିଶ୍ୱାସଭାଜନ ହୋଇପାରିଛନ୍ତି । ସେମାନଙ୍କ ଉପରେ ଆଜି ସାରା ଦେଶ ଭରଷା ତିଆରି କରି ପାରିଛି । ଏହା ଫଳରେ ଭାରତର ଅର୍ଥନୀତିର ବିକାଶ ହୋଇପାରିଛି । ଏହାକୁ ଆମକୁ ସ୍ୱୀକାର କରିବାକୁ ପଡିବ । ସମୟ ବଦଳିବା ସହିତ ଯୁଗ ମଧ୍ୟ ବଦଳିବାରେ ଲାଗିଛି । ନୂଆ ଟେକ୍ନୋଲୋଜିର ବ୍ୟବହାର ଫଳରେ ଆଜି ସବୁ କାମ ମଧ୍ୟ ସୁବିଧାରେ ହୋଇପାରିଛି । ଜିଏସଟି ଲାଗୁ ହେବାପରେ ମଧ୍ୟ ଏହାର ସୁଫଳ ମିଳିପାରିଛି । ବୈଷୟିକ ଏବଂ ଡିଡିଟାଇଜେସନ ପରିବର୍ତନ ପାଇଁ ଦେଶରେ ୪୮ କୋଟି ଲୋକଙ୍କ ଦକ୍ଷତାରେ ବିକାଶ ହୋଇପାରିଛି । ଦେଶରେ ଥିବା ଏଲଆଇସି ଏଜେଂଟ ମାନଙ୍କର ଦକ୍ଷତା ବିକାଶ ଉପରେ ଦୃଷ୍ଟି ଦେବା ପାଇଁ ଏଲଆଇସି ଉଦ୍ୟମ କରିବା ଦରକାର ।
ସରକାର ବୀମା ଭିତରେ ଅଧିକରୁ ଅଧିକ ଲୋକଙ୍କୁ ପରିସରଭୁକ୍ତ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରି ଚାଲିଛନ୍ତି । ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଯୋଜନାରେ ୫୦ କୋଟି ଲୋକଙ୍କୁ ସ୍ୱାସ୍ଥ୍ୟବୀମା ପରିସର ଭୁକ୍ତ କରାଯାଇଛି । ଯେତେବେଳେ ଆମେ କ୍ଷମତାକୁ ଆସିଲୁ ସେତେବେଳେ ୧୩ କୋଟି ଲୋକଙ୍କୁ ଏଲପିଜି ସଂଯୋଗ କରାଯାଇଥିବା ବେଳେ ଏହା ଏବେ ୨୫ କୋଟିରେ ପହଁଚିଛି ପ୍ରତ୍ୟକ ହିତାଧିକାରୀ ବୀମାରେ ସାମିଲ ହୋଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି ।

Loading...

LEAVE A REPLY

Please enter your comment!
Please enter your name here