କେନ୍ଦ୍ରାପଡା-୨୧/୦୫ କରୋନା କଟକଣା ଚତୁର୍ଥ ପର୍ଯ୍ୟାୟ ଲକ ଡାଉନ ବଳବତର ଥିବା ବେଳେ ପ୍ରଶାସନ ପକ୍ଷରୁ ସକାଳ-୭ ରୁ ସଂନ୍ଧ୍ୟା-୬ ବ୍ୟବସ୍ଥା ଗ୍ରହଣ କରା ଯାଇଛି । ଦୀର୍ଘ ୧୧ ଘଣ୍ଟା କାଳ ଦୋକାନ ବଜାର ଖୋଲା ରହୁ ଥିବାରୁ ଗ୍ରାହକ ମାନେ ମନ ପସନ୍ଦର ସାମଗ୍ରୀ କିଣିବା ପାଇଁ ବଜାର ରେ ଗହଳି କରୁଥିବା ଲକ୍ଷ୍ୟ କରାଯାଉଛି ।

ତେବେ ଏହା ସାଙ୍ଗକୁ ସାବିତ୍ରୀ ଅମାବାସ୍ୟା ଓ ଇଦୁଲ-ଫିତର ଲାଗଲାଗ ପଡୁଥିବାରୁ ପୋଷାକପତ୍ର ଓ ଲୁଗାପଟା, ରେଡିମେଟ, ଷ୍ଟେସନାରୀ, ଚପଲ ଜୋତା, ଫଳ ଦୋକାନରେ ପ୍ରବଳ ଭୀଡ ହେଉଥିବା ଲକ୍ଷ୍ୟ କରାଯାଉଛି । ଫଳରେ ସାମାଜିକ ଦୂରତା ବଜାୟ ରଖିବା ଦୋକାନୀ ମାନଙ୍କ ପକ୍ଷେ କଷ୍ଟକର ହୋଇ ପଡୁଛି । ଗରାଖ ମାନେ ମାସ୍କ ପିନ୍ଧିଥିଲେ ମଧ୍ୟ ପରଶ୍ପର ଠାରୁ ଦୂରତ୍ୱ ରଖି କାରବାର କରିବା ଅସମ୍ଭବ ହେଉଥିବା ଦେଖା ଦେଇଛି । ଜିଲ୍ଲା ପ୍ରଶାସନ ଏହାକୁ ଦୃଷ୍ଟି ଦେବାପାଇଁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here