ନୂଆଦିଲ୍ଲୀ :ଭାରତ ସର୍ବଦା ନିଜର ଉଦାରତାର ପରିଚୟ ଦେଇ ଆସିଛି l ନିକଟରେ ଭାରତ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିମାନକୁ ନିଜର ଆକାଶମାର୍ଗ ବ୍ୟବହାର କରିବାର ଅନୁମତି ଦେଇଛି l ମିଳିଥିବା ସୂଚନା ଅନୁସାରେ ଆଜି ମଙ୍ଗଳବାର ଦିନ ଇମ୍ରାନ ଖାନ ସିଧାସଳଖ ଶ୍ରୀଲଙ୍କାରେ ପହଞ୍ଚି ପାରିବେ l ଯଦି ଭାରତ ଆକାଶମାର୍ଗ ବ୍ୟବହାର କରିବା ପାଇଁ ଅନୁମତି ଦେଇ ନଥାନ୍ତା ତବେ ତାଙ୍କର ବିମାନ ଆକାଶମାର୍ଗରେ ଦୀର୍ଘ ସମୟ ବୁଲିକି ଯାଇ ଶ୍ରୀଲଙ୍କାରେ ପହଞ୍ଚି ଥାଆନ୍ତା l

ଶ୍ରୀଲଙ୍କା ପୂର୍ବରୁ ଇମ୍ରାଙ୍କର ସଂସଦରେ ପ୍ରସ୍ତାବିତ ଭାଷଣ ରଦ୍ଧ କରିଦେଇଛି l ପାକିସ୍ତାନ ଗଣମାଧ୍ୟମରେ ଏହାକୁ ନେଇ ଅନେକ ହୋ ହାଲ୍ଲା ହୋଇଥିଲା ଓ ଭାରତ ଉପରେ ଆରୋପ ଲଗାଯାଇଥିଲା ଯେ ଶ୍ରୀଲଙ୍କା ଭାରତର ଚାପରେ ଏପରି ପଦକ୍ଷେପ ନେଇଛି l

୨୦୧୯ ରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ନିଜର ଆକାଶମାର୍ଗ ଖୋଲିବାକୁ ମନା କରି ଦେଇଥିଲା l ସେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆମେରିକା ଓ ସୌଦି ଯିବାର ଥିଲା l ପାକିସ୍ତାନ କାଶ୍ମୀରରେ କଥିତ ମାନବ ଅଧିକାର ଉଲଂଘନ ଅଧିକାରକୁ ଦର୍ଶାଇ ଥିଲା l ଯେବେକି ସାଧାରଣ ଭାବରେ ଦେଖିବାକୁ ଗଲେ ଭି ଭି ଆଇ ପି ଙ୍କ ପାଇଁ ଅନୁମତି ଦିଆ ହୋଇଯାଏ l ଭାରତ ଏହାର ନିନ୍ଦା ଇଣ୍ଟରନେଶନାଲ ସିଭିଲ ଏବିଏସନ ଅର୍ଗାନାଇଜେସନରେ କରିଥିଲା l ୨ବର୍ଷ ପରେ ଭାରତ ଚାହିଁଥିଲେ ସେପରି କରିପାରିଥାନ୍ତା ,କିନ୍ତୁ ଭାରତ ନିଜର ଉଦାରତାର ପରିଚୟ ଦେଇଛି l

ଶ୍ରୀଲଙ୍କା COVID 19 କାରଣରୁ ଇମ୍ରାନ୍ ଙ୍କ ସଂବୋଧଙ୍କୁ ନିଜ ସଂସଦରେ ରଦ୍ଧ କରିଛି l କିନ୍ତୁ ପାକିସ୍ତାନ ଏହାକୁ ଭାରତ ଆଡକୁ ଦୋଷ ଲଦିଛି ଯେ ଶ୍ରୀଲଙ୍କା ଭାରତକୁ ଡରି ଏପରି ପଦକ୍ଷେପ ନେଇଛି

LEAVE A REPLY

Please enter your comment!
Please enter your name here