ନୂଆଦିଲ୍ଲୀ : ଉତର କୋରିଆ ନିଜରରେ ଆର୍ଥିକ ମନ୍ତ୍ରଣାଳୟର ୫ ଜଣ ଅଧିକାରୀଙ୍କୁ ମୃତ୍ୟୁ ଦଣ୍ଡ ଦେଇଛି l ଗୋଟିଏ ରିପୋର୍ଟରୁ ଜଣା ପଡିଛି ଯେ ଏହି ୫ ଜଣ ଅଧିକାରୀ ଗୋଟିଏ ଡିନର ପାର୍ଟିରେ ଶାସକ କିମ ଜଂଗଙ୍କ ଶାସନ ନୀତି ବିଷୟରେ ଆଲୋଚନା କରୁଥିଲେ l ତେଣୁ ଏମାନଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇଛି l ଏହି ଘଟଣା ଘଟିଥିଲା ଜୁଲାଇ ୩୦ ତାରିଖ ୨୦୧୯ ରେ ,କିନ୍ତୁ ବର୍ତ୍ତମାନ ଏହି ତଥ୍ୟ ଲୋକଲୋଚନକୁ ଆସିଛି l ମିଳିଥିବା ସୂଚନା ଆନୁସାରେ ଏହି ୫ ଜଣ ଅଧିକାରୀ ଉତର କୋରିଆର ଦୁର୍ବିସ ଆର୍ଥିକ ଆବସ୍ଥା ବିଷୟରେ ଲୋକ ମାନଙ୍କ ଆଗରେ ଆଲୋଚନା କରୁଥିଲେ l ଏହି ଅଧିକାରୀ ମାନଙ୍କର ପରିବାର ସଦସ୍ୟଙ୍କୁ ଏବିଷୟରେ କିଛି ତଥ୍ୟ ଦିଆଯାଇ ନଥିଲା ,ପରେ ସେମାନଙ୍କୁ ଗୋଟିଏ ରାଜନୈତିକ କ୍ୟାମ୍ପ ମଧ୍ୟକୁ ସ୍ଥାନାନ୍ତର କାରଗାଲା l ଯେଉଁଠାରେ ସେମାନେ ଶରଣାର୍ଥୀ ଭାବରେ ରହିଥିଲେ l

ଉତର କୋରିଆର ଆର୍ଥିକ ଅବସ୍ଥା ବହୁତ ଖରାପ ଅଟେ l କୁହା ଯାଉଛି ଯେ କରୋନା ମହାମାରୀ କାରଣରୁ ଆହୁରି ମଧ୍ୟ ଖରାପ ହୋଇଯାଇଛି l ଉତର କୋରିଆର ଗଣତି ବିଶ୍ୱର ଗରିବ ଦେଶ ମାନଙ୍କ ମଧ୍ୟରେ ହୋଇଥାଏ l କୁହା ଯାଉଛି ଯେ ଏହି ଯେଉଁ ୫ ଜଣ ଅଧିକାରୀଙ୍କୁ ମୃତ୍ୟୁ ଦଣ୍ଡ ଦିଆଗଲା ସେମାନେ ଯେଉଁ ଆଲୋଚନା କରୁଥିଲେ ସେ ବିଷୟରେ ପ୍ରଥମେ ତାଙ୍କର ଉଚ ଅଧିକାରୀ ଜାଣିଥିଲେ l ଏହାପରେ ସେମାନଙ୍କୁ ଗୋଟିଏ ବୈଠକ ପାଇଁ ଡକା ଯାଇଥିଲା ଓ ତାପରେ ସିକ୍ରେଟ ପୋଲିସ ତାଙ୍କୁ ଗିରଫ କରିଥିଲା l ସିକ୍ରେଟ ପୋଲିସ ତାଙ୍କୁ ନିଜର ଭୁଲ ସ୍ୱୀକାର କରିବା ପାଇଁ ବାଧ୍ୟ୍ୟ କରିଥିଲେ l ସେମାନେ ସ୍ୱୀକାର କରିବା ପରେ ତାଙ୍କୁ ଗୁଳି ମାରି ହତ୍ୟା କାରାଯାଇଥିଲା l

ମିଳିଥିବା ସୂଚନାରୁ ଜଣାପଡିଛି ଯେ ଏହି ଅଧିକାରୀ ମାନେ ଦେଶର ଆର୍ଥିକ ଅବସ୍ଥାକୁ ଉନ୍ନତ କାରିବ ପାଇଁ ବିଭିନ୍ନ ପ୍ରକାରର ଉଦ୍ୟଗର ଅବଶ୍ୟକାତ ରହିଛି ବୋଲି କହିଥିଲେ ଓ ଅନ୍ତରାଷ୍ଟ୍ରୀୟ ସ୍ଥରରୁ ସହଯୋଗ ନେବା ପାଇଁ ମଧ୍ୟ ମତ ଦେଇଥିଲେ l ଉତର କୋରିଆ ବାର୍ତ୍ତାମାନ ମଧ୍ୟ ବିଭିନ୍ନ ପ୍ରକାରର ଆର୍ଥିକ ପ୍ରତିବନ୍ଧର ସାମ୍ନା କରୁଛି l କିଛି ଦିନ ପୂର୍ବରୁ ଏହି ଖବର ମଧ୍ୟ ଶୁଣିବାକୁ ମିଳିଥିଲା ଯେ କିମ ଜଂଗ ଫାଇରିଂ ସ୍କ୍ୱାର୍ଡ ଜରିଆରେ ତାଙ୍କ ଦାଦାଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଇଥିଲେ l

LEAVE A REPLY

Please enter your comment!
Please enter your name here