ନୂଆଦିଲ୍ଲୀ : UAE ର ସାରଯାହରେ ରହୁଥିବା ଭାରତୀୟ ଵଂଶୋଦ୍ଭବ ଗୁରୁବାର ଦିନ ମାତ୍ର ୧୦ ମିନିଟରେ କୋଟିପତି ହୋଇଗଲେ l ଜଣେ ବ୍ୟକ୍ତି ୧୦ ମିଲିୟନ ଦୀରହମ ଯାହାକି ଭାରତୀୟ ମୁଦ୍ରାରେ ୨୦ କୋଟି ତାଙ୍କ ଅଟେ ତାହା ଜାକପଟ ଭାବରେ ଜିତିଛନ୍ତି l ଖଲୀଯ ଟାଇମ୍ସର ସୂଚନା ଅନୁସାରେ ପଞ୍ଜାବର ବାସିନ୍ଦା ହୋଇଥିବା ଗୁରପ୍ରୀତ ସିଂହ ସାରଯାହରେ ଗୋଟିଏ IT ମ୍ୟାନେଜର ଭାବରେ କାମ କରନ୍ତି l ସେ ଅଗଷ୍ଟ ୧୨ ତାରିଖ ଦିନ ଗୋଟିଏ ଲଟେରୀ ଟିକେଟ କିଣିଥିଲେ ,ଟିକେଟଟିର ନମ୍ବର ହେଲା ୦୬୭୭୫୭ ଏହି ନମ୍ବରରେ ଲାକିଡ୍ର ହେବାରେ ଥିଲା l

ଆୟୋଜକ ମାନେ ସେପ୍ଟମ୍ବର ୩ ତାରିଖରେ ଗୁରୁପ୍ରୀତମକୁ ଫୋନ କରି କହିଥିଲେ ଯେ ସେ ଲଟେରୀ ଜିତି ଯାଇଛନ୍ତି l ପ୍ରଥମେ ଗୁରୁପ୍ରୀତଙ୍କୁ ଲାଗିଥିଲା କିଏ ତାଙ୍କ ସହିତ ମଜାକ କରୁଛି l କିନ୍ତୁ ସାତକଥାଟି ଜାଣିଲା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ l ଗୁରୁପ୍ରୀତ ସିଂହ ଗତ ଦୁଇ ବର୍ଷରୁ ଅଧିକ ସମୟ ହେଲାଣି ବିଗ ଟିକେଟ ଲଟେରୀରେ ଭାଗ ନେଉଥିଲେ କିନ୍ତୁ ସୋସିଆଲ ମିଡିଆରେ ହେଉଥିବା ଲକିଡ୍ର ଉପରେ ତାଙ୍କର ଧ୍ୟାନ ବହୁତ କମ ରହୁଥିଲା l ତାଙ୍କୁ ଜଣା ନଥିଲା ଯେ ଏହି କରୋନା ମହାମାରୀ ସମୟରେ ତାଙ୍କର ଭାଗ୍ୟ ଏପରି ବଦଳି ଯିବା l ସେ କହିଛନ୍ତି ଯେ ଏହି ପଇସାରେ ସାରଯାହରେ ଗୋଟିଏ ବଡ ଘର କିଣିବେ ଓ ତାଙ୍କ ମାତାପିତାଙ୍କ ପଞ୍ଜବରୁ ନେଇ ନିଜ ପାଖରେ ରଖିବେ l

LEAVE A REPLY

Please enter your comment!
Please enter your name here