ଡେରାବିଶ : ସ୍ଥାନୀୟ ଅଂଚଳରେ ବିଭିନ୍ନ ଗ୍ରାମର ଝିଅମାନେ ଚଳିତ ବର୍ଷ ଭାଦ୍ରବ ମାସର ପାଂଚ ରବିବାର ଭାଲୁକୁଣି ଓଷାବ୍ରତ ରଖି ପୂଜାର୍ଚ୍ଚନା କରିଥିଲେ । କରୋନା କଟକଣା ଯୋଗୁ ମୂର୍ତିମାନଙ୍କର ଆକାର ଛୋଟ କରାଯାଇଥିବା ବେଳେ ପୂଜା ମଧ୍ୟ ନିରାଡ଼ାମ୍ବର ମଧ୍ୟରେ କରାଯାଇଥିଲା । ପଂଚମ ରବିବାର ଦିନ ଭାଲୁକୁଣୀ ବିସର୍ଜନ ପରି ହୋଇଆସୁଥିବା ମେଳନକୁ ଚଳିତ ବର୍ଷ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ମେଳନର ଆୟୋଜନମାନଙ୍କ ତରଫରୁ ପ୍ରତି ମେଳନରେଯୋଗ ଦେଉଥିବା ପ୍ରତି ମେଢ଼ ମାଲିକଙ୍କ ନିକଟକୁ ଭୋଗ ପଠାଇ ପରପମ୍ପରା ରକ୍ଷା କରିବା ସହ ଆସନ୍ତା ବର୍ଷକୁ ପୂର୍ବବତ୍ ମେଳନକୁ ଯୋଗଦେବାକୁ ନିମନ୍ତ୍ରଣ କରିଥିଲେ ।

ସେହିପରି ଡେରାବିଶର ପ୍ରସିଦ୍ଧ ଭାଲୁକୁଣୀ ମେଲଣ ଆଜି ନିରାଡ଼ାମ୍ବରରେ ଶେଷ ହୋଇଛି । କରୋନା ପାଇଁ ଦୀର୍ଘ ୭୯ ବର୍ଷ ହେଲା ପାଳିତ ହୋଇଆସୁଥିବା ପରମ୍ପରା ଭଙ୍ଗ ହୋଇଯାଇଛି । ମାତ୍ର ହାତଗଣତି କିଛି ଭକ୍ତଙ୍କ ଉପସ୍ଥିତିରେ ମେଲଣ ପଡ଼ିଆକୁ ଖୁଦୁରୁକୁଣୀ ଅଣାଯାଇ ମାତ୍ର ଅଧଘଂଟା ମଧ୍ୟରେ ଭୋଗଲାଗି ହେବା ପରେ ନିଜ ନିଜ ଗ୍ରାମକୁ ଫେରିଯାଇଛନ୍ତି । ଉଲ୍ଲେଖନୀୟ ଏହି ମେଲଣକୁ ପ୍ରତିବର୍ଷ ଖୁବ୍ ଜାକଜମକରେ ପାଳିତ ହୋଇଥାଏ । ଡେରାବିଶର ଏହା ଏକ ଖୁବ୍ ବଡ଼ ମେଲଣ । ଏହାକୁ ଉପଭୋଗ କରିବା ପାଇଁ ଆଖାପାଖ ଗ୍ରାମର ୧୦ରୁ ୧୫ ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ଆଖପାଖ ଗାଁର ୨୦ଟିମେଢ଼ ମେଲଣକୁ ଆସିଥାନ୍ତି । ମେଲଣ ବାଜା, ବାଣ ଓ ରୋଷଣୀ ପାଇଁ ପ୍ରସିଦ୍ଧିଲାଭ କରିଛି । ହେଲେ ଚଳିତ ବର୍ଷ କରୋନାର ଆଇନ କାନୁନରେ ଏସବୁ କିଛି ଦେଖିବାକୁ ମିଳିନାହିଁ ।

ଗ୍ରାମରେ ଲୋକମାନେ ବଡ଼ବଡ଼ ମୂର୍ତି କରିଥିବା ବେଳେ କୋଭିଡ଼୍ କଟକଣା ପାଇଁ ୧୯ଟି ଛୋଟ ଛୋଟ ଖୁଦୁରୁକୁଣୀ ମେଢ଼ କିଏ ବାଇକ୍ରେତ କିଏ ଟ୍ରଲିରେ ଆଣି ଡେରାବିଶ ହାଟ ସ୍ଥିତ ମେଲଣ ପଡ଼ିଆରେ ପହଂଚିଥିଲେ । ଥାନପତି ଦାୟିତ୍ୱରେ ଥିବା ରତ୍ନାକର ଲେଙ୍କା, ଦିବାକର ଲେଙ୍କା, ପ୍ରଭାକର ଲେଙ୍କା ଖୁବ୍ ଶିଘ୍ର ମେଢ଼ ମାନଙ୍କୁ ଭୋଗଲାଗି କରାଯାଇ ମେଲଣ ପଡ଼ିଆରୁ ମେଲାଣି ଦିଆଯାଇଥିଲା । ଏହି ମେଲଣକୁ ଚାଟରାଚକଡ଼ା, ଗୋବିନ୍ଦପୁର, ଦୁମୁକା, ତିଲକପୁର, ଥାନପତି ରଥପଡ଼ିଆ, ଢ଼ିଅସାହି, ସାନଫୋଗଳ, ଓଝାସାହି, ବଣିଆସାହି, କଚେରୀତଳ, ପାଣ୍ଡେସାହି, ଚଷାଖଣ୍ଡ, କାଜିପୁର, ଦରବୋଲ, ହୁରାସାହି, ତୋଟାସାହି ଓ ସାମଲ ସାହିରୁ ଖୁଦୁରୁକୁଣୀ ମେଢ଼ମାନ ଯୋଗଦେଇଥିଲେ

LEAVE A REPLY

Please enter your comment!
Please enter your name here