ଡେରାବିଶ : ଡେରାବିଶ ବ୍ଲକ ଅଂଚଳରୁ ଆଜି ୩ ଜଣ ସ୍ଥାନୀୟ କରୋନା ପଜେଟିଭ୍ ଚିହ୍ନଟ ହେବା ପରେ ସେମାନଙ୍କୁ ଛତାସ୍ଥିତ କୋଭିଡ଼୍ ହସପିଟାଲ୍କୁ ପଠାଇ ଦିଆଯାଇଛି । ସୂଚନାରୁ ପ୍ରକାଶ ଗତ ମାସ ୨୪ ତାରିଖ ଦିନ ହରିଅଙ୍କ ପଂଚାୟତର ଜଣେ ବ୍ୟକ୍ତି କରୋନା ପଜେଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ ଛତାସ୍ଥିତ କୋଭିଡ଼୍ ହସପିଟାଲ୍ରେ ଭର୍ତି କରାଯଯିବା ସହିତ ତାଙ୍କ ପରିବାରର ୬ ସଦସ୍ୟଙ୍କୁ ହୋମ୍ କ୍ୱାରେନ୍ଟାଇନ୍ରେ ରଖାଯାଇ ଗତ ମାସ ୩୧ ତାରିଖ ଦିନ ସେମାନଙ୍କର ସ୍ୱାବ୍ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା ।

ଆଜି ସେମାନଙ୍କ ମଧ୍ୟରୁ ୨୫ ବର୍ଷୀୟ ଓ ୬୨ ବର୍ଷୀୟ ଦୁଇବ୍ୟକ୍ତିଙ୍କର ରିପୋର୍ଟ କରୋନା ପଜେଟିଭ୍ ଆସିଥିଲା । ସେହିପରି ପଲେଇ ପଂଚାୟତରୁ ଜଣେ ୩୮ ବର୍ଷୀୟ ଯୁବକ ସନେ୍ଦହରେ ନିଜର ସ୍ୱାବ୍ ବୁଧବାର ଦିନ ଟେଷ୍ଟ ପାଇଁ ଦେଇ ହୋମ୍ କ୍ୱାରେନ୍ଟାଇନ୍ରେ ରହିଥିଲେ । ଗତକାଲି ତାଙ୍କର ରିପୋର୍ଟ ପଜେଟିଭ୍ ଆସିଥିଲା । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ପଜେଟିଭ୍ଙ୍କୁ ଛତାସ୍ଥିତ କୋଭିଡ଼୍ ହସ୍ପିଟାଲ୍କୁ ପଠାଇ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here