ଡେଲାଙ୍ଗ-ଡେଲାଙ୍ଗ ବ୍ଲକର ସୁଜନପୁର ପଂଚାୟତ ଅଧିନସ୍ଥ ଗ୍ରାମ ଗୁଡିକ ବନ୍ୟା ପାଣି ଘେରରେ ଥିବା ବେଳେ ସେମାନଙ୍କୁ ରିଲିଫ୍ ପ୍ରଦାନ କରିବା ସମ୍ପର୍କରେ ସରପଂଚ ପ୍ରିୟମ୍ବଦା ରାଉତରାୟ ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀ କ୍ଷିରୋଦ୍ର ପ୍ରଧାନଙ୍କୁ ଏକ ଲିଖିତ ଦରଖାସ୍ତ କରିଛନ୍ତି ।ଏହି ଲିଖିତ ଦରଖାସ୍ତରେ ସୁଜନପୁର ପଂଚାୟତ ଅଧିନସ୍ଥ ପଟଣପୁର,ରତନପୁର,ଗୁନୁପୁଟ,ସାତ୍ୱିକପୁର କଅଁଳପଡା ଓ ଜଗଦଳପୁର ଗ୍ରାମରେ ପିପିଲି ଦୟା ନଦୀର ବନ୍ୟା ପାଣି କଣ୍ଟି କାଜ ଦେଇ ଆସି ଗ୍ରାମ ଗୁଡିକ ସମ୍ପୁର୍ଣ୍ଣ ଜଳ ବନ୍ଦୀ ହୋଇ ରହିଥିଲା ।ଏହି ଗ୍ରାମକୁ ସରକାରୀ ସ୍ତରରେ କୈାଣସି ରିଲଫ୍ ମିଳୁନଥିବା ସରପଂଚ ଅଭିଯୋଗ ଆଣିଛନ୍ତି ।

ତୁରନ୍ତ ଏହି ଗ୍ରାମ ଗୁଡିକୁ ପ୍ରଶାସନିକ ଅଧିକାରୀ ମାନେ ପରିଦର୍ଶନ କରି ରିଲିଫ୍ ପ୍ରଦାନ କରିବା ସହିତ ସରକାରୀ ସହାୟତା ଯୋଗାଇ ଦେବାକୁ ସେ ଦାବୀ କରିଛନ୍ତି । ଘଟଣା ସମ୍ପର୍କରେ ବିଧାୟକ ପ୍ରଦୀପ ମହାରଥି ଜାଣିବା ପରେ ତାଙ୍କ ନିଦେ୍ଦର୍ଶରେ ଘଟଣାସ୍ଥଳକୁ ,ବ୍ଲକ ଅଧ୍ୟକ୍ଷ ପ୍ରଶନ୍ନ ସାହୁ,ବିଡିଓ କ୍ଷିରୋଦ୍ର ପ୍ରଧାନ, ଥାନା ଅଧିକାରୀ ରଶ୍ମି ରଞ୍ଜନ ପଟ୍ଟନାୟକ ,ବ୍ଲକ ଉପାଧ୍ୟକ୍ଷ ଙ୍କ ପ୍ରତିନିଧୀ କବିନ୍ଦ୍ର ବଳବନ୍ତରାୟ,ସରପଂଚଙ୍କ ପ୍ରତିନିଧୀ ସଞ୍ଜୟ କୁମାର ରାଉତରାୟ ପ୍ରମୁଖ ମାନେ ଏହି ଗ୍ରାମକୁ ପରିଦର୍ଶନ ଯାଇଥିଲେ । ସେହୀ ପଂଚାୟତ ଅଧିନସ୍ଥ ପଟଣପୁର,ରତନପୁର,ଗୁନୁପୁଟ ଗ୍ରାମ କୁ ରିଲିଫ୍ ପାଇବା ପାଇଁ ଯୋଗ୍ୟ ଥିବା ସହିତ ସେହି ଗ୍ରାମକୁ ତୁରନ୍ତ ରିଲିଫ୍ ପ୍ରଦାନ କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ସାହୁ ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here