ଡେଲାଙ୍ଗ-ଡେଲାଙ୍ଗ ବ୍ଲକର ଦୟା ଓ ଲୁଣା ନଦୀର ବନ୍ୟା ପାଣି ଆସି ୧୪ଟି ପଂଚାୟତ ପାଣିରେ ଘେରରେ ରହିଛ ି । ଉପରମୁଣ୍ଡରୁ ନଦୀରୁ ପାଣି କମିଥିଲେ ବି ଡେଲାଙ୍ଗ ଅଂଚଳ ତଳିଆ ହୋଇଥିବାରୁ ଏଠାରେ ବନ୍ୟା ପାଣି ବେଶି ଦିନ ଜମି ରହିଥାଏ । ପାଣି ଘେରରେ ରହିବା ୩ଦିନ ବିତିଯାଇଥିଲେ ବି ସୁଧା ଲୋକମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖିନ ହେଉଛନ୍ତି । ବନ୍ୟା ପାଣିରେ ହଜାର ହଜାର ହେକ୍ଟର ଧାନ ଫସଲ ବୁଡିଯାଇଛି । ଗ୍ରାମ ମାନଙ୍କରେ ପାଣି ପଶି ଯାତାୟତ ପୁରା ଠପ ହୋଇଯାଇଛି ।

ଗୋଟେ ପଟେ ବିଶ୍ୱ ମହାମାରୀ କରୋନା ୬ମାସ ହେଲା ଦୁଃଖ ଦେଉଥିବା ବେଳେ ଅନ୍ୟପଟେ ଲୋକମାନଙ୍କ ପାଖରେ ବୋଝ ଉପରେ ଲଳିତା ବିଡା ସଦୃଶ ହୋଇ ଠିଆ ହୋଇଛି । ପୁର୍ତ ବିଭାଗ ଅଧିନସ୍ଥ ପଟ୍ଟନାଇକିଆ-ଡେଲାଙ୍ଗ-ଖୋର୍ଦ୍ଧା ରାସ୍ତା,ଡେଲାଙ୍ଗ-କଣାସ ରାସ୍ତା,ସ୍କୁଲ କଲେଜ ଆଦି ପାଣିରେ ବୁଡି ଯୋଗାଯୋଗ ବିଛିନ୍ନ ରହିଛି । ବିଭିନ୍ନ ରାଜନୈତିକ ଦଳ ବନ୍ୟା ବିପନ୍ନ ଅଂଚଳକୁ ଯାଇ ଲୋକମାନଙ୍କ ସମସ୍ୟା କୁ ପଚାରୀ ବୁଝୁଥିବା ଜଣାପଡିଛି । ଆଜି ସ୍ଥାନୀୟ ବିଧାୟକ ପ୍ରଦୀପ ମହାରଥି ଡେଲାଙ୍ଗ ବ୍ଲକ ଅନ୍ତର୍ଗତ କଲ୍ୟାଣପୁର ଗ୍ରାମ ପଂଚାୟତର ବିଭିନ୍ନ ଗ୍ରାମର ବନ୍ୟା ବିପନ୍ନ ଲୋକମାନଙ୍କୁ ଡଙ୍ଗା ଯୋଗେ ଯାଇ ଭେଟିଛନ୍ତି ।

କଲ୍ୟାଣପୁର ପଂଚାୟତର ରାଢୁଅ,କଲ୍ୟାଣପୁର,ତୋଟାସାହୀ,କରିମଲ,ସେବତୀପୁର,ନୁଆହାଟ,ବାଲିହୁଙ୍କା ଓ ଶିଶୁଆପଡା ଆଦି ଗ୍ରାମ ପାଣିଘେରରେ ରହିଥିବା ବେଳେ ରାଢୁଅ,ସେବତୀପୁର ଓ କରିମଲ ଗ୍ରାମର ବିପନ୍ନ ମାନେ ଆଜକୁ୩ଦିନ ହେବ ପିଇବା ପାଣି ମିଳୁନଥିବା ନେଇ ବିଧାୟକ ନିକଟରେ ଅଭିଯୋଗ ଆଣିଛନ୍ତି । ଶ୍ରୀମହାରଥି ଗ୍ରାମବାସୀଙ୍କ ଅଭିଯୋଗ ଶୁଣୀ ବିଭାଗୀୟ ନିର୍ବାହୀଯନ୍ତ୍ରୀ ଓ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଫୋନ ଯୋଗେ ଯୋଗାଯୋଗ କରି ତୁରନ୍ତ ସେହୀ ଗ୍ରାମକୁ ପାନୀୟ ଜଳ ଯୋଗାଇ ଦେବାକୁ ନିଦେ୍ଦର୍ଶ ଦେଇଛନ୍ତି । ତତ୍ ସହିତ ଏହି ଗ୍ରାମ ମାନଙ୍କରେ ଥିବା ଦିର୍ଘ ଦିନର ପିଇବା ପାଣିର ସମସ୍ୟାକୁ ଖୁବ୍ଶିଘ୍ର ପାଇପ୍ ଲାଇନି ଯୋଗେ ପାନୀୟ ଜଳ ଯୋଗାଣର ସୁବିଧା କରିବା ପାଇଁ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିବା ଶ୍ରୀ ମହାରଥି ଜଣାଇଛନ୍ତି ।

ବିଧାୟକ ପ୍ରଦୀପ ମହାରଥିଙ୍କ ସହିତ ବ୍ଲକ ଅଧ୍ୟକ୍ଷ ପ୍ରଶନ୍ନ ସାହୁ,କଲ୍ୟାଣପୁର ପଂଚାୟତ ସରପଂଚଙ୍କ ପ୍ରତିନିଧି ସଞ୍ଜୟ କୁମାର ଜେନା,ସମିତିସଭ୍ୟଙ୍କ ପ୍ରତିନିଧି ସନ୍ତୋଷ କୁମାର ଭଟ୍ଟ,ସାଂସଦ ପ୍ରତିନିଧି ନୃସିଂହ ଜେନା,ତହସିଲଦାର ରାଜେନ୍ଦ୍ର କୁମାର ଆଚାରିଆ,ବିଡିଓ କ୍ଷିରୋଦ୍ର ପ୍ରଧାନ ଆତ୍ମା ଅଧ୍ୟକ୍ଷ ପିପିଲି ଧରଣୀଧର ସାହୁ,ପିପିଲି ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଆର୍ତବନ୍ଧୁ ସାମନ୍ତରାୟ ପ୍ରମୁଖ ଏହି ପଂଚାୟତ ଅଧିନସ୍ଥ ବନ୍ୟା ବିପନ୍ନଙ୍କୁ ଭେଟିଥିଲେ ।

LEAVE A REPLY

Please enter your comment!
Please enter your name here