ଡେଲାଙ୍ଗ-ରାଜ୍ୟରେ ମହମାରୀ କରୋନା ପରେ ଏବେ ବନ୍ୟା ପରିସ୍ଥିତି ସୃଷ୍ଟି  ସଙ୍ଗିନ ହୋଇଛି । ଏହାର ମୁକାବିଲା କରିବା ପାଇଁ ଯୁବ ରେଡକ୍ରସ,ଓଡିଶା ରାଜ୍ୟ ଶାଖା ପକ୍ଷରୁ ସ୍ୱାସ୍ଥ୍ୟ କିଟ୍ ଯୋଗାଇ ଦେଇଛି ।  ଡେଲାଙ୍ଗ ଗାଦିବ୍ରହ୍ମ ଡିଗ୍ରୀ ମହାବିଦ୍ୟାଳୟ ପକ୍ଷରୁ ବ୍ଳକର ସୁଜନପୁର ଗ୍ରାମ ପଞ୍ଚାୟତର ବାଲିଉପର ଦଳିତବସ୍ତିରେ ଶତାଧିକ ପରିବାରଙ୍କୁ ପରିବାରିକ ସ୍ୱାସ୍ଥ୍ୟ ସୁରକ୍ଷା କିଟ ବଣ୍ଟନ କରାଯାଇଛି । ଏହି ସୁରକ୍ଷା କିଟ୍ରେ ବ୍ଳିଚିଂ ପାଉଡର, ଫିନାଇଲ. ସାବୁନ ଓ ମାସ୍କ ଆଦି ରହିଛି ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୁବ ରେଡକ୍ରସ ଅଧିକାରୀ ଡ. ଅକ୍ଷୟ ତିପ୍ରାଠୀ, କନିଷ୍ଠ ରେଡକ୍ରସ ଅଧିକାରୀ ଲକ୍ଷ୍ମଣ ସ୍ୱାଇଁ, ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସରୋଜ କୁମାର ପଣ୍ଡା ଓ ଜିଲ୍ଲା ସଂଯୋଜକ ରବିନ୍ଦ୍ର କୁମାର ସାହୁଙ୍କ ତତ୍ୱବଧାନରେ ଗାଦିବ୍ରହ୍ମ ଡିଗ୍ରୀ ମହାବିଦ୍ୟାଳୟର ଯୁବ ରେଡକ୍ରସର ପରାମର୍ଶଦାତା ଅଧ୍ୟାପକ ତ୍ରିନାଥ ପରିଡାଙ୍କ ଦ୍ୱାରା ବଣ୍ଟନ କରାଯାଇଥିଲା  । ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ସଞ୍ଜୟ ରାଉତରାୟ ଓ ଦୁଷ୍ମନ୍ତ ବଳବନ୍ତରାୟ ପ୍ରମୁଖ ଉପସ୍ଥିତ ରହିଥିଲେ  । ସାଧାରଣରେ ଯୁବ ରେଡକ୍ରସର ଏହି କାର୍ଯ୍ୟକ୍ରମକୁ ବେଶ ପ୍ରଶାଂସ ମିଳିଛି  ।

LEAVE A REPLY

Please enter your comment!
Please enter your name here