ଦଶରଥପୁର : ଦଶରଥପୁର ବ୍ଲକ୍ରେ ବନ୍ୟାପାଣି ଧୀରେ ଧୀରେ କମିଯାଇଥିଲେ ବି ଲୋକଙ୍କର ଦୁର୍ଦ୍ଦଶା କମିନି । ଏଯାଏ ବି ବହୁ ବିପନ୍ନଙ୍କ ପାଖରେ ସରକାରୀ ସହାୟତା ପହଞ୍ଚି ପାରିନି । କିନ୍ତୁ ବହୁ ବେସରକାରୀ ଅନୁଷ୍ଠାନ ଓ ସ୍ୱେଚ୍ଛାସେବୀ ଅଞ୍ଚଳରେ ରିଲିଫ୍ ବାଣ୍ଟିଥିବାର ଜଣାପଡ଼ିଛି । ରବିବାର ଦିବ୍ୟାଂଶି ଫାଉଣ୍ଡେସନ୍ ପକ୍ଷରୁ ଦତ୍ତପୁର ଘାଇମୁହଁ ଗାଁ ସହ ନାରଣପୁର ଆଦି ପ୍ରଭାବିତ ଗ୍ରାମର ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟସହ ଆବଶ୍ୟକୀୟ ଔଷଧ ବଣ୍ଟାଯାଇଛି । ଫାଉଣ୍ଡେସନ୍ର ଅଧ୍ୟକ୍ଷା ଦୀପ୍ତିରେଖା ମିଶ୍ର ଓ ସମାଜସେବୀ ସରୋଜ କୁମାର ବିଶ୍ୱାଳଙ୍କ ସହ ଯୁବନେତା ଅମିତ ମହାପାତ୍ର, ପ୍ରଭୁଦେବ ପଣ୍ଡା, ଅଜୟ ରାଉତ, ହୃଷିକେଶ ପରିଡ଼ା ପ୍ରମୁଖ ଘର ଘର ବୁଲି ଲୋକଙ୍କ ଦୁର୍ଦ୍ଦଶା ବୁଝିବା ସହି ଚୂଡ଼ା, ମୁଢ଼ି, ଚିନି, ବିସ୍କୁଟ୍ ଆଦି ଶୁଖିଲା ଖାଦ୍ୟ ଓ ଔଷଧ ବାଣ୍ଟିଥିଲେ ।

LEAVE A REPLY

Please enter your comment!
Please enter your name here