ଭାବୁଛନ୍ତି କି ଦବଙ୍ଗ୩ରେ ସୋନାକ୍ଷୀ ଓ ସାଈ ସଲମାନ୍‌ଙ୍କ ବିପକ୍ଷରେ ନାୟିକା ଥିବା ବେଳେ ପ୍ରୀତି ଜିଣ୍ଟା କୁଆଡୁ ଆସିଲେ ? ଦବଙ୍ଗ୍‌ ୩ ସୁଟିଂରେ ସଲମାନ୍‌ ବ୍ୟସ୍ତ ଥିବା ବେଳେ ସେଟ୍‌ରେ ପହଞ୍ଚି ଥିଲେ ଡିମ୍ପଲ୍‌ ଗର୍ଲ ପ୍ରୀତି । ସଲମାନ୍‌ଙ୍କ ସହିତ କିଛି ଫଟୋ ଉଠାଇ ସୋସାଲ୍‌ ମିଡିଆରେ ପୋଷ୍ଟ କରି ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ଫଟୋ ସେୟାର୍‌ କରି ସେ ଲେଖିଛନ୍ତି, ‘ହଲୋଇନ୍‌ରେ କିଛି ବି ହୋଇପାରେ । ମୁଁ ଏଠାରେ ମସ୍ତି ଓ ପାଗଲପନ୍ତୀ କରୁଛି ! ଦବଙ୍ଗ ୩ ସୁଟିଂ ଗର୍ବରେ ଦେଖୁଛି ।’ ପ୍ରୀତି ନୀଳ ରଙ୍ଗ ପୋଲିସ୍‌ ବର୍ଦି ପିନ୍ଧି ଥିବା ବେଳେ ସଲମାନ୍‌ଙ୍କୁ ଚୁଲ୍‌ବୁଲ୍‌ ପାଣ୍ଡେରେ ଦେଖିବାକୁ ମିଳିଛି । ତେବେ ଦୁହିଁଙ୍କ ଫଟୋ ଦେଖିବା ପରେ କିଏ ପ୍ରୀତି ଦବଙ୍ଗ୩ରେ ସତରେ ସାମିଲ୍‌ ହେବା ଭାବିବା ସହ ଆଉ କିଏ ମସ୍ତି ପାଇଁ ସେଟ୍‌ରେ ପହଞ୍ଚି ଥିବା ଭାବିଛନ୍ତି ।

LEAVE A REPLY

Please enter your comment!
Please enter your name here